ବଡ଼ ଖବର:ଆଇପିଏଲ ୨୦୨୨ କୁ ନେଇ ଆସିଲା ବଡ଼ ଅପଡେଟ। ଖେଳିବେ କି ୧୦ ଟି ଟିମ?

ଆଇପିଏଲ ୨୦୨୨ରେ ୧୦ ଟି ଟିମ ଭାଗ ନେବେ। ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଆଇପିଏଲ ୨୦୨୧ର ଶେଷ ହେବା ପରେ ମଇ ମାସରେ ଆଗାମୀ ଆଇପିଏଲ ପାଇଁ ନିଲାମୀ କରିବ। ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସଚିବ ଜୟ ସାହାଙ୍କ ସହିତ ବିସିସିଆଇର ଶୀର୍ଷ ଅଧିକାରୀ ଶନିବାର ବର୍ଷର ଆରମ୍ଭର ପରିଚାଳନା ପାଇଁ ଶନିବାରକୁ ଏକ ବୈଠକ କରିଥିଲେ।

Google

ବସିସିଆଇର ଜଣେ ଅଧିକାରୀ ଗୋପନୀୟତା ସର୍ତ୍ତରେ କହିଛନ୍ତି,”ଆଗାମୀ ବର୍ଷ ଆଇପିଏଲରେ ୧୦ ଟି ଟିମ ହେବ ଓ ଏହି ବର୍ଷ ମଇ ମାସର ଶେଷ ବେଳକୁ ନୂଆ ଟିମର ଚୟନ ପ୍ରକ୍ରିୟା ଓ ତାହା ସହ ଜଡିତ ବିଭିନ୍ନ ଜିନିଷକୁ ଶେଷ ଥର ଦେଖାଯିବ”। ଥରେ ଟିମ ନିଶ୍ଚିନ୍ତ ହୋଇଗଲେ ସେ ତାର ପରିଚାଳନା କାଯ୍ୟ ଆରମ୍ଭ କରିପାରିବ। ଯାହା ପାଇଁ ବହୁତ ସମୟ ଲାଗିଥାଏ।

ଅଡାନି ଓ ଗୋୟନକା କିଣିବେ ନୂଆ ଟିମ?:

ଆଇପିଏଲରେ ନୂଆ ୨ ଟି ଟିମର ମାଲିକ କିଏ ହେବେ ଏହି ପ୍ରଶ୍ନ ବହୁତ ରୋମାଞ୍ଚକର ଅଟେ। ସୂଚନା ଅନୁସାରେ ଆଇପିଏଲ ଟିମ କିଣିବା ରେସରେ ଅଡାନି ଗ୍ରୁପ ଓ ସଞ୍ଜୀବ ଗୋୟନକା ଆଗରେ ରହିବେ। ଆଇପିଏଲରେ ଗୋଟେ ଟିମ ଅହମ୍ମଦାବାଦ ହୋଇପାରେ ଯାହାକୁ କିଣିବାର ଇଛା ଅଡାନି ଆଗରୁ କହିଥିଲେ। ଏବେ ତ ଅହମ୍ମଦାବାଦରେ ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମବି ହୋଇଯାଇଛି।

Google
ନୂଆ ପ୍ରଣାଳୀରେ ହେବ ମ୍ୟାଚ:

କହିରଖବୁକି ବର୍ଷ ୨୦୨୨ରେ ୧୦ ଟି ଟିମ ଆଇପିଏଲରେ ଖେଳିବେ। ଓ ଏହାର ଫର୍ମାଟରେ ମଧ୍ୟ ଚେଞ୍ଜ ଦେଖାଯାଇପାରେ। ବର୍ତ୍ତମାନ ଆଇପିଏଲ ରାଉଣ୍ଡ ରବିନ ଅନ୍ଦାଜରେ ଖେଳାଯାଉଛି। ଯେଉଁଥିରେ ପ୍ରତ୍ୟେକ ଟିମ ଅନ୍ୟ ଟିମ ସହ ଦୁଇ ଦୁଇଟି ମ୍ୟାଚ ଖେଳିଥାଏ। ଓ ଅଧିକ ଅଙ୍କ ପାଇଥିବା ୪ ଟି ଟିମ କ୍ୟାଲିଫାୟର ଖେଳିଥାନ୍ତି। କିନ୍ତୁ ୧୦ ଟିମ ସହ ଫର୍ମାଟ କିଛି ଅଲଗା ହେବାର ସମ୍ଭାବନା ଅଛି।ଯେଉଁଥିରେ ଟିମକୁ ଦୁଇଟି ଗ୍ରୁପରେ ବଣ୍ଟାଯିବାର କଥା କୁହାଯାଉଅଛି। କିନ୍ତୁ ଏବେ ପର୍ଯ୍ୟନ୍ତ ଏହା ବିଷୟରେ କୌଣସି ତଥ୍ୟ ଜଣାପଡିନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *