ବ୍ରିଟିସ ହାଇକମିସନର ଆଲେକ୍ସ ଏଲିସ ଭାରତକୁ ନେଇ ଦେଲେ ବଡ଼ ବୟାନ! କହିଦେଲେ ଏହି ବଡ଼ କଥା!

ବ୍ୟୁରୋ ରିପୋର୍ଟ: ଆପଣ ଆଲେକ୍ସ ଏଲିସଙ୍କୁ ପ୍ରାୟ ଜାଣିଥିବେ, ସେ ପୂର୍ବରୁ ଇତିହାସ ଶିକ୍ଷକ ଥିଲେ। ଏହା ପରେ ସେ କୂଟନୀତିକୁ କ୍ୟାରିଅର ଭାବେ ଗଢିଥିଲେ।ଆପଣଙ୍କୁ କହିରଖିବୁ ସେ ବର୍ଷ ୨୦୨୧ ଆରମ୍ଭରୁ ହିଁ ଭାରତରେ ବ୍ରିଟିଶ ଉଚ୍ଚାଯୁକ୍ତ ଭାବରେ ରହିଛନ୍ତି। ସବୁଠୁ ମଧ୍ୟ ଜିନିଷ ହେଉଛି ସେ କୋଲକତାର ରସଗୋଲା,ମୁମ୍ବାଇର ବଡ଼ା ପାଓ ଓ ବେଙ୍ଗଲୋରର ମଶାଲା ଦୋଷା ବିଷୟରେ ପୋଷ୍ଟ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି।

ଆପଣଙ୍କୁ କହିରଖିବୁ ପ୍ରାୟତଃ ଦୁଇ ମାସ ତଳେ ଯେବେ ଇଂଲଣ୍ଡ ଓ ଇଣ୍ଡିଆ ମଧ୍ୟରେ ମ୍ୟାଚ ଚାଲିଥିଲା ସେବେ ଏଲିସ ପୂର୍ଵ କ୍ରିକେଟର ରାହୁଲ ଦ୍ରାଭିଡଙ୍କ ଠୁ କନ୍ନଡ଼ ଭାଷା ଶିଖିବା ବିଷୟ ବେଶ ଲୋକପ୍ରିୟ ଚର୍ଚ୍ଚା ହୋଇଥିଲା। ଆପଣଙ୍କୁ କହିରଖିବୁ ଆଜିକି କାଲି ନୁହେଁ ୧୯୮୦ରୁ ଭାରତ ସହ ତାଙ୍କର ବହୁ ପୁରାତନ ସମ୍ପର୍କ ରହିଛି ସେବେ ସେ ମଧ୍ୟପ୍ରଦେଶକୁ ଶିକ୍ଷକ ରୂପରେ ଆସିଥିଲେ।

Google

ଏବେ ଏଲିସ କହିଛନ୍ତି ପୂର୍ଵରୁ ମୁଁ ଭାରତକୁ ଯେଉଁଭଳି ଦେଖିଥିଲି ଏବେ ପୁରା ପରିବର୍ତ୍ତନ ହୋଇଯାଇଛି ସବୁ କିଛି। ସେ ଖୁସିର ସହ କହିଛନ୍ତି ଭଲ ଖାଇବା, ଖେଳ, ଲୋକଙ୍କ ଭଲ ପାଇବା ଓ ଏପରି କିଛି ନାହିଁ ଯାହା ବର୍ତ୍ତମାନ ଭାରତ ପାଖରେ ନାହିଁ। ସବୁଠୁ ବଡ଼ ଜବାବ ତାଙ୍କର ହେଉଛି ସେ ମଙ୍ଗଳବାର ବେଙ୍ଗାଲୁରୁରେ ବ୍ରିଟିଶ ଉପହାଇକମିସନର ଆନ୍ନା ଶଟବୋଲ୍ଟଙ୍କୁ କହିଛନ୍ତି ଭାରତକୁ ବୁଝିବା ପାଇଁ ଗୋଟେ ଜନ୍ମ ନୁହେଁ ୭ ଜନ୍ମ ଲାଗିବ ଓ ଏହା ମୋର ମାତ୍ର ଗୋଟେ ଜନ୍ମ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *