ଉଦ୍ଧବ ସରକାରଙ୍କୁ ନେଇ ଆନ୍ନା ହଜାରେଙ୍କ କଡା ପ୍ରତିକ୍ରିୟା! ମଦ ବିକ୍ରିକୁ ନେଇ ରଖିଲେ ନିଜ ମନ୍ତବ୍ୟ! ଜୋର ଧରିଲା ଖବର

ବ୍ୟୁରୋ ରିପୋର୍ଟ: ମହାରାଷ୍ଟ୍ରରେ ସରକାରଙ୍କ ଏକ ମଞ୍ଜୁରୀକୁ ନେଇ ପ୍ରବଳ ମାତ୍ରାରେ ଆଲୋଚନା ହେଉଛି। କହିରଖିବୁ କି ମହାରାଷ୍ଟ୍ରର ଉଦ୍ଧବ ସରକାର ସୁପରମାର୍କେଟରେ ମଦ ବିକ୍ରି କରିବାକୁ ମଞ୍ଜୁରୀ ଦେଇଛନ୍ତି। ଅନେକ ନେଇ ଅନେକ ସମାଜସେବୀ ଓ ବିରୋଧୀ ନେତା ଆଲୋଚନା କରୁଛନ୍ତି। ଏହାକୁ ନେଇ ତୀଵ୍ର ସମାଲୋଚନା କରିଛନ୍ତି ସମାଜସେବୀ ଆନ୍ନା ହଜାରେ। ସେ ଏହାକୁ ଏକ ଦୁଃଖପୂର୍ଣ୍ଣ ମଞ୍ଜୁରୀ ବୋଲି କହିଛନ୍ତି। ଆନ୍ନା ହଜାରେ କହିଛନ୍ତି କି ସରକାର ରାଜ୍ୟରେ ଏଭଳି ମଞ୍ଜୁରୀ ଦେବା ଦ୍ଵାରା ଅଧିକ ମାତ୍ରାରେ କେବଳ ମଦୁଆ ବଢ଼ିବେ ଏହା ଦ୍ଵାରା ଉପକାର କିଛି ହବନାହିଁ।

Google

ଏଭଳି ଦୃଢ଼ ବୟାନ ଦେଇଛନ୍ତି ସମାଜସେବୀ ଆନ୍ନା ହଜାରେ। ସେ ସୋମବାର ଦିନ ମହାରାଷ୍ଟ୍ର ସରକାର ଏଭଳି ଏକ ଦୃଭାଗ୍ୟପୁର୍ଣ ମଞ୍ଜୁରୀକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ସରକାର ମଦୁଆ ଓ ମଦ ବେପାର କିପରି କମିବା ଏହା ଉପରେ ଧ୍ୟାନ ଦେବା ଉଚିତ କିନ୍ତୁ ରାଜସ୍ୱ ବଢାଇବା ଆଶାରେ ସରକାର ଏଭଳି ନିସ୍ପତି ଯେଉଁଛନ୍ତି ଯାହା ଦୁଃଖଦ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି ଯଦି ସରକାର କିଛି କୃଷକଙ୍କପାଇଁ କରିଥାନ୍ତା ତାଙ୍କ ଫସଲର ଅଧିକ ମୂଲ୍ୟ ଦେଇଥାନ୍ତେ ତେବେ ଅଧିକ ଲାଭ ହେବା ସହ କୃଷକ ଭାଇଙ୍କ ହିତସାଧନ ହୋଇଥାନ୍ତା। କିନ୍ତୁ ମହାରାଷ୍ଟ୍ର ଉଦ୍ଧବ ସରକାରଙ୍କ ଏଭଳି ଜିସ୍ପତିକୁ ଶିବସେବା ସାଂସଦ ସଂଜୟ ରାଉତ ପ୍ରଶଂସା କରିବା ସହ ଏହା କହିଛନ୍ତି କି ଏହା କୃଷକଙ୍କ ଆୟ ବୃଦ୍ଧି କରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *