ତାମିଲନାଡୁର କଂନୁରରେ ଘଟିଥିବା ହେଲିକ୍ୟାପ୍ଟର ଦୃଘଟଣା ବିଷୟରେ ତ ଆପଣ ପ୍ରାୟ ନିଶ୍ଚିତ ଜାଣିଥିବେ। ଏହି ଦୃଘଟଣାରର ଦେଶର ପ୍ରଥମ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସହିତ ୧୩ ଜଣ ସହିଦ ହୋଇଯାଇଥିଲା। ଏହି ଖବର ସାରା ଦେଶରେ ଦୁଃଖର ଛାଇ ଖେଳାଳି ଦେଇଥିଲା। ଏହା ସହ ଏବେ ଏହି ଦୃଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି ଓ ଆଲୋଚନା ମଧ୍ୟ ହେଉଛିକି ହେଲିକ୍ୟାପ୍ଟର ଏମଆଇ-୧୭ ଭି୫ ଏକ ଶକ୍ତିଶାଳୀ ହେଲିକ୍ୟାପ୍ଟର ହୋଇ ମଧ୍ୟ ଏତେ କମ ସମୟର ଉଡାଣରେ କିପରି ଦୃଘଟଣା ଗ୍ରସ୍ତ ହେଲା।

ଏହା କୌଣସି ଷଡଯନ୍ତ୍ର ଦ୍ଵାରା ଦୃଘଟଣା କରାଯାଇଛି କି? ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି। ଏହା ସହିତ ଏହାକୁ ନେଇ ଭୁ-ରଣନୀତିଜ୍ଞ ଲେଖକ ବ୍ରହ୍ମା ଚେଲାନିଙ୍କ ଏକ ଟ୍ୱିଟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଓ ଏହାକୁ ନେଇ ଚୀନର ମିଡ଼ିଆ ଗ୍ଲୋବାଲ ଟାଇମ୍ସ କଡା ପ୍ରତିକ୍ରିୟା ରଖିଛି। ସେ ନିଜ ଟ୍ୱିଟରେ ସେହି ହେଲିକ୍ୟାପ୍ଟର ଦୃଘଟଣାକୁ ନେଇ ଅନେକ ବୟାନ ଦେଇଥିଲେ। ତାଙ୍କର ଏହି ଟ୍ୱିଟ ଚୀନ ଓ ଆମେରିକାକୁ ମଧ୍ୟ ସନ୍ଦେହ ଘରେକୁ ଆଣୁଥିବା ଚୀନ ମିଡ଼ିଆ ଗ୍ଲୋବାଲ ଟାଇମ୍ସ କହିଛି।
ସେ ଟ୍ୱିଟ କରିଥିଲେକି ଭାରତ ଓ ଚୀନ ମଧ୍ୟରେ ୨୦ ମାସ ଧରି ଯେଉଁ ଦ୍ଵନ୍ଦ ଚାଲିଛି ତାହା ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିଛି। ଏଭଳି ସମୟରେ ହେଲିକ୍ୟାପ୍ଟରର ଆଶ୍ଚର୍ଯ୍ୟ ଜନକ ଦୃଘଟଣା ଓ ଭାରତର ପ୍ରଥମ ସିଡିଏସ ବିପିନ ରାୱଙ୍କ ମୃତ୍ୟୁ ଆଶ୍ଚର୍ଯ୍ୟଜନକ। ସେ ଏହା ଟ୍ୱିଟରେ ଲେଖିଦେଇଥିଲେକି ଭାରତର ସିଡିଏସ ଓ ତାଇପୱାନର ସିଡିଏସଙ୍କ ମୃତ୍ୟୁ ଏକାପ୍ରକାରର ଅଟେ। ଦୁହେଁ ଚୀନର ପ୍ରତିରକ୍ଷା ଉପରେ ପ୍ରଶ୍ନ ଉଠାଇଥିଲେ। ଆମେ ଏହା କହୁନାହୁଁକି ଦୁହିଁଙ୍କ ମୃତ୍ୟୁରେ କନେକ୍ସନ ଅଛି କିନ୍ତୁ ଏହା ଦେଶର ପ୍ରତିରକ୍ଷା ଉପରେ ଅନେକ ପ୍ରଶ୍ନ ଉଠାଉଥିବା ସେ ଟ୍ୱିଟରେ କହିଛନ୍ତି। ଏହି ଟ୍ୱିଟ ପରେ ଅନ୍ୟ କେହି କ ନକହିଥିବା ବେଳେ ଚୀନର ମିଡ଼ିଆ ଗ୍ଲୋବାଲ ଟାଇମ୍ସ ଏହାର ଜବାବରେ ଲେଖିଛି ସେମିତିରେ ଏଥିରେ ଆମେରିକାର ମଧ୍ୟ ହାତ ଥାଇପାରେ। କାରଣ ଏସ-୪୦୦ କ୍ଷେପଣାସ୍ତ୍ର ପାଇଁ ଭାରତ ଓ ରୁଷ ମିତ୍ରତା ହାତ ମିଶାଇଛନ୍ତି ଓ ଏହାକୁ ଆମେରିକା ବିରୋଧ କରୁଛି। ଏହା ପରେ ଚେଲାନି ପୁଣି ଟ୍ୱିଟ କରି କହିଥିଲେ ଚୀନ ମିଡ଼ିଆ ଏହାର ଭୁଲ ଅର୍ଥ ବାହାର କରୁଛି ଓ ନିଜର ଖରାପ ମାନସିକତାକୁ ଦର୍ଶାଉଛି।
A very sad day for the nation as we have lost our CDS, General Bipin Rawat Ji in a very tragic accident. He was one of the bravest soldiers, who has served the motherland with utmost devotion. His exemplary contributions & commitment cannot be put into words. I am deeply pained.
— Amit Shah (@AmitShah) December 8, 2021
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।