ଚୀନର ଆପକୁ ଭାରତ ବନ୍ଦ କରିବା ଦ୍ଵାରା ଚିନ୍ତାରେ ଚୀନ! କହିଲା ଭାରତ ଚାପ ପକାଉଛି, ଏହାକୁ ନେଇ ଆପଣଙ୍କ ମତ କଣ?

ବ୍ୟୁରୋ ରିପୋର୍ଟ: ଚୀନ ଓ ଭାରତ ମଧ୍ୟରେ ସମ୍ପର୍କ ପ୍ରାୟ ସମସ୍ତଙ୍କୁ ଜଣାଅଛି ,ସୀମା ବିବାଦକୁ ନେଇ ସର୍ଵଦା ଦୁଇ ଦେଶ ମଧ୍ୟରେ ଦ୍ଵନ୍ଦ ଲାଗିରହିଛି। ଦୁହେଁ ଦୁହିଁଙ୍କ ଉପରେ କଡା ପଦକ୍ଷେପ ନେଉଛନ୍ତି। ଆପଣ ଜାଣିଥିବେ ଗତ ବର୍ଷ ଭାରତ ଚୀନର ଅନେକ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଭାରତ ପୁଣି ଏପରି କରିଛି ଓ ସର୍ବମୋଟ ପାଖାପାଖି ୨୨୦ରୁ ଅଧିକ ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଇସାରିଲାଣି।

ଏହାକୁ ନେଇ ଚିନ ଅସନ୍ତୁଷ୍ଟ ପ୍ରକାଶ କରିଛି, କାରଣ ଭାରତର ଏଭଳି ପଦକ୍ଷେପ ଦ୍ଵାରା ଚୀନ କମ୍ପାନୀମାନେ ଅନେକ ପରିମାଣର କ୍ଷତି ସହୁଛନ୍ତି। ଏହାକୁ ନେଇ ଚୀନ ପଟୁ ବୟାନ ମଧ୍ୟ ଜାରିକରାଯାଇଛି। ଚୀନ ମନ୍ତ୍ରାଳୟର ପ୍ରବକ୍ତା ଗାଓ ପେଙ୍ଗ କହିଛନ୍ତି ଭାରତ ଜାଣିଶୁଣି ଚୀନ ଉପରେ ଚାପ ପକାଇବା ପାଇଁ ଏପରି କରୁଛି। ସେ କହିଛନ୍ତି ଭାରତ ନିଜ ବ୍ୟବସ୍ତାକୁ ଅଧିକ ଶକ୍ତିଶାଳୀ ଓ ଚୀନ ଉପରେ ଅଧିକ ଚାପ ପକାଇବା ପାଇଁ ଏପରି ପଦକ୍ଷେପ ସବୁ ନେଉଛି।

Google

ଏହା ଦ୍ଵାରା ଚୀନ କମ୍ପାନୀମାନେ ଅନେକ କ୍ଷତି ସହୁଛନ୍ତି ବୋଲି ମଧ୍ୟ ସେ କହିଛନ୍ତି। ଏହା ବହୁତ ଗମ୍ଭୀର ବିଷୟ ବୋଲି ପେଙ୍ଗ କହୁଛନ୍ତି। ସେ ଆହୁରି କହିଛନ୍ତି ଭାରତ ଉଭୟ ଦେଶ ମଧ୍ୟରେ ଭଲ ସଂପର୍କ ରଖିବା ଆବଶ୍ୟକତା ଅଛି ଯାହାଦ୍ୱାରା ଉଭୟ ନିଜୟ ବିକାଶ କରିପାରିବେ। କହିରଖିବୁ ଗତ ସପ୍ତାହରେ ଭାରତ ୫୪ ଟି ଚୀନ ଆପ ଉପରେ ବ୍ୟାନ ଲଗାଇଛି। ଏହା ପୂର୍ବରୁ ମଧ୍ୟ ଭାରତ ଚୀନର ୫୯ ଟି ଆପ ଉପରେ ଏପରି ପ୍ରତିବନ୍ଧକ ଲଗାଇସାରିଛି। ଭାରତ ପକ୍ଷରୁ ଏହି ଆପ ସବୁ କ୍ଷତିକାରକ ବୋଲି କୁହାଯାଇଥିଲା କାରଣ ଏହି ଆପ ସବୁ ଡାଟା ଚୋରି କରୁଥିବା ମଧ୍ୟ ଭାରତ କହିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *