ଭାରତରେ ଟି-ଟ୍ୱେଣ୍ଟି ଖେଳିବେ କ୍ରିସ୍ ଗେଲ। ପୁଣି ଥରେ ଟି-ଟ୍ୱେଣ୍ଟି ଫର୍ମାଟରେ କ୍ରିସ୍ ଗେଲଙ୍କର ହୋଇ ଯାଇଛି ପ୍ରତ୍ୟାବର୍ତ୍ତନ। ଆଇପିଏଲ- ୨୦୨୨ ସିଜିନରେ କ୍ରିସ୍ ଗେଲଙ୍କୁ କୌଣସି ଦଳ କିଣି ନଥିଲେ। କିନ୍ତୁ ସେପ୍ଟେମ୍ବର ଏବଂ ଅକ୍ଟୋବର ମସିହାରେ କ୍ରିସ୍ ଗେଲ ଭାରତରେ ଟି-ଟ୍ୱେଣ୍ଟି କ୍ରିକେଟ ଖେଳୁଥିବାର ନଜର ଆସିପାରନ୍ତି। ପୂର୍ବରୁ ସେ ଆଇପିଏଲର ସମସ୍ତ ସିଜିନରେ ଜଣେ ଜବରଦସ୍ତ ବ୍ୟାଟ୍ସମ୍ୟାନ୍ ଭାବରେ ତାଙ୍କ କମାଲ ଦେଖାଇ ସାରିଛନ୍ତି। ସେ ପୂର୍ବରୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ପକ୍ଷରୁ ଖେଳି ସାରିଛନ୍ତି। ଏହା ପରେ ସେ PBKS ପକ୍ଷରୁ ମଧ୍ୟ ଖେଳି ସାରିଛନ୍ତି। ଅନେକ ଥର ସେ ଅରେଞ୍ଜ କ୍ୟାପ ଆଇପିଏଲରେ ପାଇଛନ୍ତି।

ସୂଚନାଯୋଗ୍ୟ ଯେ, ଲିଜେଣ୍ଡସ୍ ଲିଗ କ୍ରିକେଟ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି। ସେଥିପାଇଁ ସେ ଭାରତ ଆସିବେ ଏବଂ ଏଥିରେ ଟି-ଟ୍ୱେଣ୍ଟି କ୍ରିକେଟ ଖେଳିବେ। ସେ ପୁଣି ଥରେ କ୍ରିକେଟ ଜଗତକୁ ଓଲ୍ହାଇବେ ଏବଂ ପୂର୍ଵ ଭଳି ତାଙ୍କ ଛକା , ଚୌକା ଦେଖିବାକୁ ମିଳିବ। ବହୁତ ଦିନ ଧରି ତାଙ୍କ ଖେଳର ଆକର୍ଷଣକୁ ଭାରତୀୟମାନେ ବହୁତ ମନେ ପକାଉଥିଲେ।

ସେଥିପାଇଁ ଏହା ବହୁତ ଜଲ୍ଦି ପୂରଣ ହେବାକୁ ଯାଉଛି। ତେବେ ସୂଚନାଯୋଗ୍ୟ ଯେ, ପୂର୍ବରୁ ହୋଇଥିବା ଏହାର ପ୍ରଥମ ସିଜିନ ସମ୍ପୂର୍ଣ୍ଣ ଭାବରେ ହିଟ ରହିଥିଲା। ଏଥିରେ ଅଂଶ ଗ୍ରହଣ କରିଥିବା କ୍ରିକେଟରମାନଙ୍କ ପାଇଁ ଦର୍ଶକମାନେ ବହୁତ ଖୁସି ଥିଲେ। ଭାରତୀୟ କ୍ରିକେଟର ହରଭଜନ ସିଂ , ସୌରଭ ଗାଙ୍ଗୁଲି ଏବଂ ଏସ୍ ଶ୍ରୀଶାନ୍ତ ପୁଣି ଥରେ ଏକା ସାଙ୍ଗରେ ଖେଳୁଥିବାର ଦେଖିବାକୁ ମିଳିପାରେ।

ପ୍ରମୁଖ କଥା ଏହା ଯେ, ଟୁର୍ଣ୍ଣାମେଂଟ ହେବ ଲିଜେନଡ଼ କ୍ରିକେଟ ଲିଗ ସିଜିନ-୨ ଏବଂ ଏହା ଭାରତରେ ଖେଳାଯିବାର ଅଛି । ଏହି ସିରିଜ ଏହି ବର୍ଷ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଏହି ମ୍ୟାଚ ଖେଳାଯିବାର ଅଛି।ଏହି ଲିଜେଣ୍ଡ କ୍ରିକେଟ ଲିଗ ଟୁର୍ଣ୍ଣାମେଂଟ ସେପ୍ଟେମ୍ବର ୩୦ ତାରିଖରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ହେବାର ଅଛି।
ଏଥିରେ ବିରେନ୍ଦ୍ର ସେହ୍ୱାଗଙ୍କ ସମେତ ଭାରତର ଦୁଇ ଭାଇ ୟୁସୁଫ ପଠାନ ଏବଂ ଇରଫାନ ପଠାନ, ହରଭଜନ ସିଂ, ପାର୍ଥିବ ପଟେଲ ମଧ୍ୟ ଖେଳିବାକୁ ଯାଉଛନ୍ତି। ସମସ୍ତେ ଲମ୍ବା ସମୟ ଧରି ଏକା ସାଙ୍ଗରେ ଖେଳିଛନ୍ତି। ତେବେ ଗେଲ ଜଣେ ଉଚ୍ଚକୋଟୀର ଖେଳାଳି ଅଟନ୍ତି। ସେ ଅନେକ ମ୍ୟାଚ ବିଜୟୀ ପାରି ଖେଳିଛନ୍ତି। IPL ରେ ସେ RCB ଏବଂ PBKS ଛଡା KKR ପଟୁ ବି ଖେଳିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।