ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ ଯାହା ପାଇଁ ପ୍ରାୟ ସବୁ ଦଳ ନିଜ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏବେ ଶାସକ ଦଳ ମଧ୍ୟ ଆଗାମୀ ନିର୍ବାଚନ ପାଇଁ ନିଜ କାର୍ଯ୍ୟରେ ଲାଗିପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହାକୁ ନେଇ ନୂଆ ନୂଆ ଯୋଜନା ମଧ୍ୟ ଲାଗୁ କରୁଛନ୍ତି। ଆପଣ ଜାଣିଥିବେ ଏବେ ମୁଖ୍ୟମନ୍ତ୍ରୀ ବିଜୁ ସ୍ମାର୍ଟ କାର୍ଡ ବଣ୍ଟନ କରୁଛନ୍ତି।ଏହା ମଧ୍ୟରେ ମଙ୍ଗଳବାରକୁ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ବଡ଼ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାଟି ହେଉଛି ବିଜୁ ପକା ଘର ପାଇଥିବା ଓ ପିଏମ ଆବାସ ଯୋଜନାରୁ ବଞ୍ଚିତ ଲୋକଙ୍କୁ ମରାମତି ପାଇଁ ଅର୍ଥ ସହାୟତା ଦିଆଯିବ। ଏହି ଯୋଜନାରେ ୩୦ ଲକ୍ଷ ପରିବାର ସହାୟତା ପାଇବେ। ଏହି ପ୍ୟାକେଜରେ ସରକାର ଖର୍ଚ୍ଚ କରିବେ ୧୪୪୪ କୋଟି ଟଙ୍କା।
ଏହି ଯୋଜନା ବିଷୟରେ କହିରଖିବୁ ଯେଉଁମାନେ ବିଜୁ ପକା ଘର ,ନିର୍ମାଣ ଶ୍ରମିକ ପକା ଘର ପାଇଁଛନ୍ତି ଓ ସେମାନଙ୍କ ଘର ଭାଙ୍ଗିଛି ତେବେ ସେମାନଙ୍କୁ ମରାମତି ପାଇଁ ୩ ହଜାର ଲେଖା ସହାୟତା ରାଶି ମିଳିବ। ଯେଉଁ ଲୋକଙ୍କ ଘର ଖଣିପାଖରେ ସେମାନେ ମଧ୍ୟ ଏହା ଦ୍ଵାରା ଉପକୃତ ହୋଇପାରିବେ। ପିଏମ ଆବାସ ଯୋଜନା ଯେଉଁମାନେ ପାଇନାହାନ୍ତି ସେମାନଙ୍କୁ ମଧ୍ୟ ଘର ମରାମତି ପାଇଁ ୫ ହଜାର ସହାୟତା ରାଶି ମିଳିବ। ଏହି ଟଙ୍କା ସିଧା ହିତାଧିକାରୀଙ୍କ ବ୍ୟାଙ୍କକୁ ଯିବ।

ଆସନ୍ତା ୨୦୨୨ ଫେବୃଆରୀ ମାସରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି ଓ ଏହା ପାଇଁ ବହୁତ ଜଲ୍ଦି ଆଚରଣ ବିଧି ଲାଗୁହେଇଯିବ ଏହି କାରଣରୁ ମୁଖ୍ୟ ଏବେଠୁ ଜଲ୍ଦି ଭିଭିନ୍ନ ଜିଲ୍ଲାରେ ନୂତନ ଯୋଜନା ସବୁ କାର୍ଯ୍ୟକାରୀ କରୁଛନ୍ତି। ଏବେ ଏହା ସହ ଏହି ଆବାସ ସହାୟତା ଯୋଜନା ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।