ବ୍ୟୁରୋ ରିପୋର୍ଟ: ପ୍ରାୟ ଗତ ଦୁଇ ବର୍ଷରୁ ସମ୍ପୂର୍ଣ ବିଶ୍ୱରେ କରୋନା ମହାମାରୀ ଅସ୍ତ ବ୍ୟସ୍ତ ମଚାଇଚାଲିଛି। କହିରଖିବୁ ପ୍ରଥମେ ପ୍ରଥମ ଲହରୀ ପରେ ଦ୍ୱିତୀୟ ଲହରୀ ଅସ୍ତ ବ୍ୟସ୍ତ ସୃଷ୍ଟି କରିସାରିଥିବା ବେଳେ ଦେଶରେ କରୋନାର ତୃତୀୟ ଲହରୀ ନିଜ ପ୍ରକୋପ ଦେଖାଉଛି। ଦିନକୁ ଦିନ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି। ଖାସ କରି କେରଳରେ ଏହାର ସ୍ଥିତି ଅଣଆୟତ୍ତ ହେବାରେ ଲାଗିଛି। ଏହାକୁ ଦେଖି କେରଳ ସରକାର ସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି।

କେରଳ ସରକାର ମାସର ଦୁଇ ରବିବାର ଜାନୁଆରୀ ୨୩ ଓ ଜାନୁଆରୀ ୩୦ରେ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି ସମୟରେ ଜରୁରୀ ସେବା ଛାଡି ବାକି ସବୁ ବନ୍ଦ ରହିବ। କହିରଖିବୁ କେରଳରେ ଗୁରୁବାର ଦିନ ୪୬୩୭୮ ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ଯାହା ଦୁଇ ବର୍ଷରେ କେରଳରେ ସର୍ବାଧିକ ଅଟେ। ପୂର୍ଵ ୨୪ ଘଣ୍ଟାରେ କେରଳରର ୧୧୫୩୫୭ ଟି ଟେଷ୍ଟ ହୋଇଥିଲା। କେରଳରେ ଚିକିତ୍ସା ହେଉଥିବା ରୋଗୀଙ୍କ ସଂଖ୍ୟା ୧୯୯୦୪୧ ରହିଛି। ଏହା ସହିତ କରୋନ ଗୁରୁବାରକୁ କେରଳରେ ୩୪୧ ଜଣଙ୍କ ଜୀବନ ନେଇଛି।
ନୂଆ କଟକଣା:
●କେରଳରେ ଦୁଇ ରବିବାର ୨୩ ଜାନୁଆରୀ ଓ ୩୦ ଜାନୁଆରୀରେ କର୍ଫ୍ୟୁ ରହିବ ଯେଉଁ ସମୟରେ କେବଳ ଜରୁରୀସେବା ଜାରିରହିବ।
●ଯେଉଁ ମହିଳା ସରକାରୀ ଚାକିରୀ କରିଛନ୍ତି ଯଦି ତାଙ୍କ ଘରେ କୌଣସି କ୍ୟାନ୍ସର ରୋଗୀ ବା ଦୁଇ ବର୍ଷରୁ କମ ଛୁଆ ଥିବେ ତେବେ ସେ ଘରେ ରହି କାର୍ଯ୍ୟକରିବେ।
●କେରଳରେ +୨ ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷର ପାଠପଢା ଅଫଲାଇନରେ ହେବ ବାକି ସବୁ ଅନ୍ଲାଇନରେ।

● ରାଜ୍ୟରେ କାଟାଗୋରୀ ଏ ରେ କୌଣସି ପର୍ଜ୍ୟଟନ ସ୍ଥଳୀ ଖୋଲିପାରିବେ ନାହିଁ । ବିବାହ ଓ ବ୍ରତଘର ମାତ୍ର ୫୦ ଲୋକଙ୍କୁ ନେଇ ହେଇପାରିବ।
● ରାଜ୍ୟରେ କାଟାଗୋରୀ ବି ରେ ସବୁ ଧାର୍ମିକ କାର୍ଯ୍ୟ ଆଦି ଅନ୍ଲାଇନରେ ହେବ ଏହା ସହିତ ବିବାହରେ ମାତ୍ର ୨୦ ଲୋକ ରହିପାରିବେ। ଅଧିକ ପ୍ରଭାବିତ ଜିଲ୍ଲାକୁ ୨୨ କୋଟି ଲେଖା ଦିଆଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।