ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ସତର୍କ ସୂଚନା! ପାଖାପାଖି ୧୬ ଦେଶକୁ ବ୍ୟାପିଲାଣି କରୋନାର ନୂଆ ଭ୍ୟାରିଏଣ୍ଟ…

ଆପଣ ଏହା ତ ପ୍ରାୟ ଜାଣିଥିବେ ପାଖାପାଖି ଗତ ୨ ବର୍ଷ ହେବ କେତେକ ଦେଶରେ କରୋନା ତାର ପ୍ରକୋପ ଦେଖାଉଥିଲା। ଏହା ଦ୍ଵାରା ଅନେକ ଲୋକ ପ୍ରାଣ ହରାଇଛନ୍ତି। ଗତ ଦୁଇ ବର୍ଷ ବିତିଯାଇଥିଲେ ଓ ଭାକ୍ସିନ ନେବା ପରେ ମଧ୍ୟ ଏବେ ପର୍ଯ୍ୟନ୍ତ ଏହାକୁ ସମ୍ପୂର୍ଣ ଅଟକାଯାଇପାରିନାହିଁ। ଗତ କିଛି ମାସରୁ ଏହା ଅଳ୍ପ ନିୟନ୍ତ୍ରଣକୁ ଆସିଥିବା ବେଳେ ପୁଣିଥରେ ଏହାର ଡର ବଢିଯାଇଛି। ଏହାର ଆଉ ଏକ ନୂଆ ଭ୍ୟାରିଏଣ୍ଟ ଆସିଛି ଯାହାର ନାମ ଓମିକ୍ରନ ଏହା ଅତି ଭୟଙ୍କର ହୋଇପାରେ ବୋଲି ଅନୁମାନ କରାଯାଉଛି।

ଆପଣଙ୍କୁ କହିରଖିବୁ ରିପୋର୍ଟ ଅନୁସାରେ ଏବେ ପର୍ଯ୍ୟନ୍ତ ଓମିକ୍ରନ ଭ୍ୟାରିଏଣ୍ଟ ୧୬ଟି ଦେଶରେ ମାଡିଗଲାଣି। ସେହି୧୬ ଟି ଦେଶ ହେଉଛନ୍ତି। ବୋସ୍ତୱାନା, କାନାଡ଼ା, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଇସ୍ରାଏଲ, ନେଦରଲାଣ୍ଡ,ବ୍ରିଟେନ , ଗଣତନ୍ତ୍ର, ବେଲଜିୟମ, ଦକ୍ଷିଣ ଆଫ୍ରିକା, ପର୍ତୁଗାଲ, ସ୍କଟଲାଣ୍ଡ, ସ୍ବିଜରଲାଣ୍ଡ, ଚେକ ଓ ଅଷ୍ଟ୍ରେଲିଆ। ଏବେ ଅନେକ ଦେଶ ଏହାକୁ ଅଧିକ ବ୍ୟାପିବାରୁ ରୋକିବା ପାଇଁ କଡା ପଦକ୍ଷେପ ଲାଗୁ କଲେଣି।

Google

ଆପଣଙ୍କୁ କହିରଖିବୁ ଏହି ନୂଆ ଭ୍ୟାରିଏଣ୍ଟ ଓମିକ୍ରନକୁ ନେଇ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମଗ୍ର ବିଶ୍ୱକୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ସେ କହିବା ଅନୁସାରେ ଯଦି ସବୁଦେଶ ଏହା ପାଇଁ ଠିକ ସମୟରୁ ସତର୍କ ନେହେବେ ଏହା ଦ୍ୱିତୀୟ ଲହରୀ ଅପେକ୍ଷା ମଧ୍ୟ ଆହୁରି ଭୟଙ୍କର ହୋଇପାରେ। କାରଣ ଏହା ଜଲ୍ଦି ବ୍ୟାପିଥାଏ ବୋଲି ଜଣା ଯାଉଛି। ଏପରିକି ଭାକ୍ସିନ ନେବା ପରେ ମଧ୍ୟ ଏହାର ପ୍ରଭାବ ରହିପାରେ। ହୁ ୧୯୪ ଦେଶକୁ ଏଥିପାଇଁ ସତର୍କ କରାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *