ଉଦାହରଣ ସାଝିଲା କମ୍ପାନୀ! ନିଜ କର୍ମଚାରୀଙ୍କ ଝିଅର ଚିକିତ୍ସା ପାଇଁ ଦେଲା ୧୬ କୋଟି ଟଙ୍କା! ପଢନ୍ତୁ ପୁରା ଖବର

ଯେଉଁଠି ପ୍ରାୟ ନିଜର ଲୋକ ମଧ୍ୟ ସାହାଯ୍ୟ ପାଇଁ ପଛଘୁଞ୍ଚା ସେଠି ଅନ୍ୟ ଠୁ ସାହାଯ୍ୟ ପାଇବା ବହୁତ କଷ୍ଟ କିନ୍ତୁ ଏଠି କିଛି ଏପରି ଘଟିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଇପାରନ୍ତି। ଏଠି ଜଣେ କମ୍ପାନୀ ନିଜ କର୍ମଚାରୀଙ୍କ ଝିଅର ଚିକିତ୍ସା ପାଇଁ ହଜାର କିମ୍ବା ଲକ୍ଷେ ନୁହେଁ ବରଂ ୧୬ କୋଟି ଟଙ୍କା ପ୍ରଦାନ କରିଛି। ଏହି ଘଟଣା ଘଟିଛି ଛତିଶଗଡର କୋରବା ଜିଲ୍ଲାର କୋଇଲା ଉତ୍ପାଦନକାରୀ କମ୍ପାନୀ ସାଉଥ ଇଷ୍ଟର୍ନ କୋଲଫିଲ୍ଡସ ଲିମିଟେଡ (ଏସଇସିଏଲ) ସହ ଯିଏକି ନିଜର ଜଣେ କର୍ମଚାରୀଙ୍କୁ ଏପରି ସାହାଯ୍ୟ କରିଛନ୍ତି।

Google

ଏହି କମ୍ପାନୀରେ କାମ କରନ୍ତି ସତୀତ କୁମାର ରବି।କହିରଖିବୁ ତାଙ୍କର ଏକ ୨ବର୍ଷର ଝିଅ ଅଛି ଯାହାର ନାମ ସୃଷ୍ଟି ରାନୀ ଓ ସେ ସ୍ପାଇନାଲ ମସକ୍ୟୁଲର ରୋଗରେ ଆକ୍ରାନ୍ତ। ଏହି ମାରାତ୍ମକ ରୋଗ ଦ୍ଵାରା ମାଂସପେଶୀ କାମ କରିପାରେ ନାହିଁ। ଶେଷରେ ରୋଗୀର ମୃତ୍ୟୁ ହୋଇଥାଏ। ଏହାର ଚିକିତ୍ସା ଅଛି ସତ କିନ୍ତୁ ଏହାକୁ ବହୁତ କମ ଲୋକ ଚିକିତ୍ସା କରେଇପାରିଥାନ୍ତି କାରଣ ଏହା ପାଇଁ ଅନେକ ପରିମାଣର ଅର୍ଥ ଆବଶ୍ୟକ ହୋଇଥାଏ ଯାହା ସାଧାରଣ ଲୋକଙ୍କ ପାଇଁ ପ୍ରାୟତଃ ଅସମ୍ଭବ ହୋଇଥାଏ।

ତାଙ୍କ ଝିଅର ଏହି ରୋଗ ବିଷୟରେ ସେ ଗତ ବର୍ଷ ଡିସେମ୍ବରରେ ଜାଣିବାକୁ ପାଇଥିଲେ । ଏହା ପରେ ଝିଅକୁ ଦିଲ୍ଲୀର ଏମ୍ସରର ବିଶାଳପୁର ଆପଲ ମେଡିକାଲରେ ଚିକିତ୍ସା କରାଯାଉଥିଲା ଓ ଏବେ ଝିଅ ଘରେ ରହିଛି। ଡାକ୍ତର କହିଛନ୍ତି ଏହା ପାଇଁ ଏକ ଇଞ୍ଜେକ୍ସନ ଦେବାକୁ ହେବ ଯାହାର ନାମ ଜୋଲଜେନ୍ସମା। ସବୁଠୁ ବଡ଼ କଥା ହେଉଛି ଏହି ଇଞ୍ଜେକ୍ସନର ଦାମ ୧୬ କୋଟି ଟଙ୍କା।

Google

ଏତେ ଟଙ୍କା ସତୀଶଙ୍କ ଭଳି ଜଣେ ସାଧାରଣ କର୍ମଚାରୀ ଆଣିବ ବା କେଉଁଠି ତେଣୁ ସେ ସବୁ ଭଗବାନଙ୍କ ଉପରେ ଛାଡି ଦେଇଥିଲେ। ଏହି ସମୟରେ କମ୍ପାନୀର ମହାପ୍ରବନ୍ଧକ ଶଶାଙ୍କ ଶେଖର ଦେବଗଣ ତାଙ୍କ ଦୁଃଖ ସହିପାରିନଥିଲେ ଓ ସତୀଶଙ୍କୁ ଦେଇଥିଲେ ୧୬ କୋଟି ଟଙ୍କା ଚେକ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *