ଉପଦେଶ ଦେବା ଆଜି କାଲି ଅପରାଧ ! ରାହୁଲ ଓ ପ୍ରିୟଙ୍କାଙ୍କ ସମ୍ପର୍କରେ ବୟାନ ଦେଲେ ଗୁଲାମନବୀ

କେନ୍ଦ୍ରରେ କଂଗ୍ରେସ ଅବସ୍ଥା ବିଷୟରେ ପ୍ରାୟ ଆପଣ ଜାଣିଥିବେ। ଏବେ ବିଜେପି ଧୀରେ ଧୀରେ ପୁରା କବ୍ଜା କରିବାରେ ଲାଗିଛି। ଅନେକ ସମୟରେ କଂଗ୍ରେସ ଦଳ ମଧ୍ୟରେ ଆପଣ ବିଶୃଖଳା ଦେଖିଥିବେ। ଆପଣ କଂଗ୍ରେସର ଜି-୨୩ ନେତା ଗୁଲାବନବୀ ଆଜାଦଙ୍କୁ ତ ପ୍ରାୟ ଜାଣିଥିବେ। ଏବେ ସେ ଏକ ବଡ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ଏହି ବୟାନରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରାଙ୍କ ନାମ ଧରିନଥିଲେ ମଧ୍ୟତାଙ୍କ ଉପରେ ବୟାନ ଦେଇଛନ୍ତି।

Google

ସେ କହିବା ଅନୁସାରେ ଏବେ କଂଗ୍ରେସ ପାର୍ଟିରେ କୌଣସି ପରାମର୍ଶ ଦେବା ଅପରାଧ ତୁଲ୍ୟ ହୋଇଯାଇଛି। ଏଠି ଏବେ କୌଣସି କର୍ମଚାରୀଙ୍କୁ କଥା ଗ୍ରହଣ କରାଯାଉନାହିଁ। ଏହା ସହ ସେ ଏହା ମଧ୍ୟ କହିଛନ୍ତିକି ରାଜୀବ ଗାନ୍ଧୀ ଓ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଏପରି ନଥିଲା ସେବେ ସମସ୍ତଙ୍କ କଥାକୁ ଠିକସ୍ୱ ବିଚାର କରାଯାଉଥିଲା। ଏପରି ବୟାନ ଦେଇ ସେ ରାହୁଲ ଓ ସୋନିଆଙ୍କ ନାମ ନଧରି ମଧ୍ୟ ତାଙ୍କୁ ଆପେକ୍ଷ କରି ଏପରି କହିଛନ୍ତି। ଏହିସବୁ କାରଣରୁ ଦେଶରେ କଂଗ୍ରେସର ଅବସ୍ଥା ଖରାପ ହେଉଛି ଓ ବିଜେପି କାୟା ବିସ୍ତାର କରୁଛି ବୋଲି ସେ କହିଛନ୍ତି।

ନୂତନ ଯୁବକ ପିଢ଼ି କଥାକୁ ମହତ୍ତ୍ଵ ଦେଉନଥିବା ସେ ଅଭିଯୋଗ କରିଛନ୍ତି। ଏହିସବୁ କାରଣରୁ କଂଗ୍ରେସ ସ୍ଥିତି ଦିନକୁ ଦିନ ଖରାପ ହେଉଥିବା ସେ କହିଛନ୍ତି। କଂଗ୍ରେସର ଏହି ସବୁ ଅସୁବିଧାର ଫାଇଦା ବିଜେପି ନେଉଥିବା ସେ କହିଛନ୍ତି। ସେ କହିଛନ୍ତିକି ଆମେ ରାଜୀବ ଗାନ୍ଧୀ ଓ ଇନ୍ଦିରା ଗାନ୍ଧିଙ୍କ ସହ କାମ କରିଛୁ ଓ ସେବେ ସବୁ କଥାକୁ ବିଚାର କରାଯାଉଥିଲ। କିନ୍ତୁ ଏବେ ଯୁବ ନେତା ମାନେ କୌଣସି କଥା ଶୁଣିବାକୁ ଅପରାଧ ବୋଲି ଧରୁଥିବା ସେ କହିଛନ୍ତି। ଅନେକ ପୁରୁଣା କର୍ମଚାରୀଙ୍କ କଥା ଯୁବପିଠି ଖାତିରି କରୁନଥିବା ଏପରି ଶୁଣି ନଶୁଣିଲା ପରି ବ୍ୟବହାର କରୁଥିବା ବୋଲି ଗୁଲାଵନବି କହିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *