କୋଭିଡର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଏବେ ସଂପୂର୍ଣ ବିଶ୍ୱରେ ନିଜ କାୟା ବିସ୍ତାର କରିବା ଆରମ୍ଭ କରିସାରିଲାଣି। ଓମିକ୍ରନ କାରଣରୁ କୋଭିଡ-୧୯ ସଂକ୍ରମଣ ଦ୍ରୁତ ବେଗରେ ବଢୁଛି ଓ ଏହା ଦ୍ଵାରା ତୃତୀୟ ଲହରୀର ଭୟ ରହୁଛି। ଭାରତରେ ଓମିକ୍ରନର ୧୫୦ ରୁ ଅଧିକ ମାମଲା ସାମ୍ନାକୁ ଆସିସାରିଲାଣି। ଏହା ମଧ୍ୟରେ ଏମ୍ସର ନିର୍ଦେଶକ ଡକ୍ଟର ରଣଦୀପ ଗୁଲେରିୟା ରବିବାରକୁ ଓମିକ୍ରନକୁ ନେଇ ଏକ ଚେତାବନି ଦେଇଛନ୍ତି। ସେ କହିଛନ୍ତି ଏହି ନୂଆ ଭ୍ୟାରିଏଣ୍ଟକୁ ଦେଖି ଦେଶରେ ସମସ୍ତେ ସତର୍କ ରହିବା ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି ଆଶା ରଖକି ଏଠାରେ ବ୍ରିଟେନ ଭଳି ସ୍ଥିତି ନହେଉ।

ଡକ୍ଟର ରଣଦୀପ ଗୁଲେରିଆ ଏହି କଥା ସେହି ସମୟରେ କହିଛନ୍ତି ଯେବେ ୟୁନାଇଟେଡ଼ କିଙ୍ଗଡ଼ମରେ କରୋନାର ମାମଲା ଦ୍ରୁତ ବେଗରେ ବଢୁଛି। ୟୁକେ ଏବେ ପୁରା କରୋନାର କବଳରେ ଅଛି ଓ ଏଠାରେ ପ୍ରତ୍ୟେକ ଦିନ ୧୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି। ଡକ୍ଟର ଗୁଲେରିଆ କହିଛନ୍ତି ଆମକୁ ପୁରା ସତର୍କ ଓ ପ୍ରସ୍ତୁତି ସହ ରହିବା ଆବଶ୍ୟକ ଯେପରି ସ୍ଥିତି ବ୍ରିଟେନ ଭଳି ନହେଉ। ଏହା ବିଷୟରେ ଅଧିକରୁ ଅଧିକ ଡେଟା ଜାଣିବା ଆବଶ୍ୟକ।
ୟୁକେର ସ୍ୱାସ୍ଥ୍ୟ ଏଜେନ୍ସି ଶନିବାରକୁ ଦେଶର କରୋନାର ନୂଆ ମାମଲାର ରେକର୍ଡ ଦେଇଛି। ୨୪ ଘଣ୍ଟାରେ ଦେଶରେ ୧୦୦୫୯ ମାମଲା ସାମ୍ନାକୁ ଆସିଛି। ଯଦି ବ୍ରିଟେନ ଗୋଟେ ଦିନ ପୂର୍ଵର ମାମଲାର କଥା କହିବାତ ୩୨୦୧ ଜଣ ସଂକ୍ରମଣ ହୋଇଥିଲା। ଏହା ଦ୍ଵାରା ବୁଝାଯାଇପାରୁଥିବକି ୨୪ ଘଣ୍ଟାରେ ସଂକ୍ରମଣ ତିନିଗୁଣ ବଢିଯାଇଛି।

ଯଦି ଭାରତରର ଓମିକ୍ରନ ସଂକ୍ରମଣ କଥା କହିବାତ ଭାରତରେ ଏବେ ପର୍ଯ୍ୟନ୍ତ ୧୫୧ ଜଣ ସଂକ୍ରମଣ ହୋଇଛନ୍ତି।ସବୁଠୁ ଅଧିକ ସଂକ୍ରମଣ ମହାରାଷ୍ଟ୍ରରେ ହୋଇଛି। ଦେଶରେ ଏବେ ପର୍ଯ୍ୟନ୍ତ ୧୨ ଟି ରାଜ୍ୟରେ ଓମିକ୍ରନ ଦେଖାଯାଇସାରିଲାଣି।ଯେଉଁଥିରେ ମହାରାଷ୍ଟ୍ର(୫୪), ଦିଲ୍ଲୀ(୨୨), ରାଜସ୍ଥାନ(୧୭),କର୍ଣ୍ଣାଟକ(୧୪), ତେଲେଙ୍ଗାନା(୨୦), ଗୁଜୁରାଟ(୯), କେରଳ(୧୧), ଆନ୍ଧ୍ରପ୍ରଦେଶ(୧), ଚଣ୍ଡିଗଡ଼(୧), ତାମିଲନାଡୁ(୧), ପଶ୍ଚିମବଙ୍ଗ(୧) ଜଣ ସଂକ୍ରମଣ ହୋଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।