ବଡ଼ ଖବର: ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହରୀ। ଭିକେ ପଲ କହିଲେ କେମିତି ବଂଚିବେ!

ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରୀ ଚାଲିଛି ଓ ଏହା ଅଧିକ ଭୟାନକ ରୂପ ଧାରଣ କରିଛି। ଏଥିରେ ଦୈନିକ ଲକ୍ଷ ଲକ୍ଷ ଲୋକ ସଂକ୍ରମଣ ହେବା ସହ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି। ଏବେ ଧୀରେ ଧୀରେ ଦ୍ୱିତୀୟ ଲହରୀର ଖରାପ ପରିସ୍ଥିତି ସୁଧୁରିବାରେ ଲାଗିଛି।ଦେଶରେ ଟୀକାକରଣକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି।ଅନେକ ସମୟରେ ଏବେ ଲକଡାଉନ ମଧ୍ୟ ଚାଲିଛି କିନ୍ତୁ ବିପଦ ଏବେ ମଧ୍ୟ ଟଳିନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। କାରଣ ଆଗକୁ କରୋନାର ତୃତୀୟ ଲହରୀ ଆସିବାକୁ ଯାଉଛି ବୋଲି ମତ ଦେଇଛନ୍ତି। ଏହା ମଧ୍ୟ ଅଧିକ ଭୟାନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି।କେବଳ ଅଧିକ ଟୀକା କରଣ ହିଁ ଏହାଠାରୁ ବଞ୍ଚିବାର ମୁଖ୍ୟ ବାଟ ବୋଲି ନୀତି ଆୟୋଗର ଅଧକ୍ଷ ଭିକେ ସାରସ୍ୱତ।

Google

ଦ୍ୱିତୀୟ ଲହରୀ ଅତି ସାଂଘାତିକ ରୂପ ଧାରଣ କରିଥିଲା ଅନେକ ଲୋକ ମଧ୍ୟ ସଂକ୍ରମଣ ହୋଇଛନ୍ତି। ଅନେକ ଲୋକ ନିଜ ସଚେତନ ଦ୍ଵାରା ଏହାକୁ ହରାଇ ପାରିଛନ୍ତି। ଆଗକୁ ଏହିପରି ସଚେତନ ରହିଲେ ଆମେ ତୃତୀୟ ଲହରୀକୁ ହରାଇ ପାରିବା ବୋଲିସେ କହିଛନ୍ତି। କାରଣ ତୃତୀୟ ଲହରୀ ଛୋଟ ଛୁଆଙ୍କୁ ଅଧିକ ପ୍ରଭାବିତ ହୋଇପାରେ ବୋଲି ଆଶାକରାଯାଇଛି।

ଭିକେ ସାରସ୍ୱତ କହିଛନ୍ତିକି କରୋନାର ତୃତୀୟ ଲହରୀକୁ ଅଣଦେଖା କରିହେବନାହିଁ। ଏବେ ଏଥିରୁ ଆମେ କିପରି ମୁକ୍ତି ପାଇପାରିବା ତାହା ଉପରେ ଧ୍ୟାନ ଦେବା ଉଚିତ। ଏଥିପାଇଁ ଅଧିକରୁ ଅଧିକ ଟୀକାକରଣର ଆବଶ୍ୟକତା ରହିଛି। କାରଣ ସେ କହିଛନ୍ତି ବିଶେଷଜ୍ଞ ମାନଙ୍କ ମାତରେ ସେପ୍ଟେମ୍ବର-ଅକ୍ଟୋବର ମଧ୍ୟରେ ଦେଶରେ ତୃତୀୟ ଲହରୀ ଆସିଯାଇପାରେ। ଏହା ପାଇଁ ଆଗରୁ ସଚେତନ ଆବଶ୍ୟକ। ଏହା ସହ ଅଧିକ ବେଡ଼, ଅଧିକ ଅକ୍ସିଜେନ ମଧ୍ୟ ଗଛିତ କରିରଖିବା ଆବଶ୍ୟକ।

Google

ମଇ ମାସଟି ବହୁତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଗରୁ କୁହାଯାଇଥିଲା ଓ ଏହିପରି ହିଁ ହୋଇଥିଲା। କାରଣ ମଇ ମାସ ଆରମ୍ଭରେ ଦେଶରେ ସଂକ୍ରମଣ ହାର ଓ ମୃତ୍ୟୁ ହାର ବଢିଥିଲା। ସରକାରଙ୍କ କଡା ନିୟମ, ଲକଡାଉନ କାରଣରୁ ଏବେ ଜୁନ ଆରମ୍ଭରୁ ଏହା ଧୀରେ ଧୀରେ କମିବାରେ ଲାଗିଛି। କାରଣ ମଇ ଆରମ୍ଭରେ ଯେଉଁଠି ପ୍ରତ୍ୟେକ ଦିନ ୪ ଲକ୍ଷରୁ ଅଧିକ ଲୋକ ସଂକ୍ରମଣ ହେଉଥିଲେ ଏବେ ଏହା କମି ୧ଲକ୍ଷ ୩୦ ହଜାରକୁ ଆସିଗଲାଣି। ଦେଶ ଆତ୍ମବିଶ୍ୱାସ ସହ ଦ୍ୱିତୀୟ ଲହରୀ ପାଇଁ ଲଢୁଛି।

ପୂର୍ବ ୨୪ ଘଣ୍ଟା ତଳର ରିପୋର୍ଟ ଅନୁସାରେ ଦେଶରେ ସଂକ୍ରମଣ ହୋଇଛନ୍ତି ୧ ଲକ୍ଷ ୩୨ ହଜାର ୩୬୪ ଜଣ।ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୫ ଲକ୍ଷ ୭୪ ହଜାର ୩୫୦ ରେ ପହଞ୍ଚିଛି । ଭଲ କଥା ଏହାକି ସୁସ୍ଥ ହାର ୯୩% ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *