ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ମିଳିଥିବା ନୂଆ ଭାରିଆଣ୍ଟ ଓମିକ୍ରୋମର ଡ଼ର ଏବେ ଭାରତରେ ଦେଖାଗଲାଣି ବୋଲି ଜଣା ଯାଉଛି। କେନ୍ଦ୍ର ସରକାର ଏଥିପାଇଁ ପୂର୍ବରୁ ସତର୍କ ଜାରି କରିସାରିଲେଣି ବୋଲି ଜଣା ଯାଉଛି। ଏହା ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ବଲୋର ଫେରିଥିବା ଦୁଇଜଣ ଲୋକ କରୋନା ପଜିଟିଭ ମିଳିଛନ୍ତି ବୋଲି ଜଣା ଯାଉଛି। ଏୟାରପୋର୍ଟରେ କରୋନା ପଜିଟିଭ ମିଳିବା ପରେ ବାଙ୍ଗାଲୋରରେ ତାଙ୍କୁ ଆଇସୋଲେଟ କରାଯାଇଛି। ଏବେ ପର୍ଯ୍ୟନ୍ତ ଏହା ଜଣାପଡିନାହିଁକି ଏହି ଦୁଇ ସଂକ୍ରମିତ ନୂଆ ଭ୍ୟାରିଏଣ୍ଟ ଦ୍ଵାରା ସଂକ୍ରମଣ ନୁହଁନ୍ତି ତ। ତେବେ ଏବେ ସେମାନଙ୍କ ସାମ୍ପୁଲକୁ ଟେଷ୍ଟ ପାଇଁ ଦିଆଯାଇଛି।

ସେଠିକାର ମନ୍ତ୍ରୀ ଆର ଅଶୋକ କହିଛନ୍ତିକି ଦକ୍ଷିଣ ଆଫ୍ରିକାରୁ ୧ ହଜାରରୁ ଅଧିକ ଲୋକ ଫେରିଛନ୍ତି।ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଛି। ଯେଉଁ ଲୋକ ବାଙ୍ଗାଲୋର ବା ଅନ୍ୟ କୌଣସି ସ୍ଥାନରୁ ଆସିଛନ୍ତି ୧୦ ଦିନ ପରେ ତାଙ୍କର ଆଉଥରେ ଟେଷ୍ଟ କରାଯିବ। ପଡୋଶୀ ରାଜ୍ୟ ତାମିଲନାଡୁ ଇଣ୍ଟରନେସନାଲ ଏୟାରପୋର୍ଟରେ ସ୍କାନିଙ୍ଗ ପାଇଁ ୪ ଜଣଙ୍କୁ ନିଯୁକ୍ତି କରିଛନ୍ତି। ଏହି ଅଧିକାରୀ ଚେନ୍ନାଇ,କୋୟଂବଟୁର,ମଦୁରାଇ ଓ ତିରିଚିରାପଲ୍ଲୀରେ ରହିବେ।
ଧାରବାଡ଼ର ମେଡିକାଲ କଲେଜରେ ୯୯ ଷ୍ଟୁଡେଣ୍ଟ ପଜିଟିଭ: କର୍ଣ୍ଣାଟକ କରୋନା ଭାଇରସର କବଳରେ ପଡିଛି।ଏହା ପୂର୍ବରୁ ଧାରବାଡ଼ରେ ଏକ ମେଡିକାଲ କଲେଜରେ ପଢୁଥିବା ପିଲାଙ୍କ ସଂକ୍ରମଣ ସଂଖ୍ୟା ୨୮୧ ହୋଇଯାଇଛି। ଶୁକ୍ରବାରକୁ ୯୯ ଜଣ ପିଲା ପଯେଟିବ ମିଳିଥିଲେ। କିଛି ଦିନ ପୂର୍ବରୁ ଏଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ଯେଉଁଥିରେ ୬୦୦ ଜଣ ଲୋକ ସାମିଲ ଥିଲେ। ଜିଲ୍ଲା ପ୍ରଶାସନ କହିଛି ଏହି କାର୍ଯ୍ୟକ୍ରମ ଦ୍ଵାରା ସଂକ୍ରମଣ ବଢିଛି।

୨୮୧ ପିଲାଙ୍କ ମଧ୍ୟରୁ କେବଳ ୫ ଜଣଙ୍କ ପାଖରେ କରୋନାର ଲକ୍ଷଣ ଦେଖାଯାଉଛି। ଆଶ୍ଚର୍ଯ୍ୟକର କଥା ଏହାକି ଏହି ସବୁ ପିଲାଙ୍କୁ ଡ଼ବଲ ଡୋଜ ଟୀକା ଦିଆସାରିଥିଲା। ସଂକ୍ରମଣ ହୋଇଥିବା ସବୁ ଛାତ୍ର ଏମବିବିଏସର ପ୍ରଥମ ଶ୍ରେଣୀର ଛାତ୍ର ଅଟନ୍ତି।ସେମାନଙ୍କର ରାଜ୍ୟ ସହ ସମ୍ପର୍କ ଅଛି। ଅଧିକାରୀ କହିଛନ୍ତି ଖବର ମିଳିବା ପରେ କଲେଜ ହଷ୍ଟେଲକୁ କଣ୍ଟେଟମେଣ୍ଟ ଜୋନ ଘୋଷଣା କରାଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।