ବଡ ଖବର- ବ୍ୟାଙ୍କ ନୋଟ, ଫୋନ ସ୍କ୍ରିନ ଉପରେ ୨୮ ଦିନ ଜୀବିତ ରହିପାରିବ କୋରୋନା ଭାଇରସ, ବୈଜ୍ଞାନିକଙ୍କ ଦାବି ।

Big news: coronavirus can survive on phone screen bank notes for 28 days scientists claim, Coronavirus, Corona News, Mobile Phone, Nitidina

କୋରୋନା ଭାଇରସ: ବୈଜ୍ଞାନିକମାନେ ବଡ ଖୁଲାସା କରିଛନ୍ତି।ତାଙ୍କ କହିବା ଅନୁସାରେ ମୋବାଇଲ ସ୍କ୍ରିନ ଓ ବ୍ୟାଙ୍କ ନୋଟ ଉପରେ କୋରୋନା ଭାଇରସ ୧୮ ଦିନ ପର୍ଯ୍ୟନ୍ତ ଜୀବିତ ରହିପାରିବ। ଅଷ୍ଟ୍ରେଲିଆର ନ୍ୟାସନାଲ ସାଇନ୍ସ ଏଜେନ୍ସିର ଶୋଧରେ ଏହାର ଦାବି କରାଯାଇଛି।

Google
କୋରନା ଭାଇରସ ଉପରେ ସନସନିଖେଜ ଖୁଲାସା:-

CSIROର ରୋଗର ତିଆରି ଜାଗାରେ କର୍ମଚାରୀ ମାନେ ତିନି ଅଲଗା ଅଲଗା ତାପମାତ୍ରାରେ ଅନ୍ଧାରରେ କୋରନା ଭାଇରସ ଜୀବିତ ଥିବାର ପରୀକ୍ଷଣ କଲେ। ଯେଉଁଥିରୁ ଜାଣିବାକୁ ମିଳିଲା ଯେ ତାପମାତ୍ରା ବୃଦ୍ଧି ଯୋଗୁଁ ପ୍ରବଳ ଗରମରେ ଅଧିକ ଭାଇରସ ଜୀବିତ ରହିପାରୁନାହାନ୍ତି।ବୈଜ୍ଞାନିକ ମାନେ ପାଇଛନ୍ତି କି ୨୦° ସେଲସିୟସ ତାପମାତ୍ରା (୬୮°ଫାରେନହାଇଟ) ରେ କୋରନା ଭାଇରସ ଫୋନର ସ୍କ୍ରିନ ଉପରେ ‘ବହୁତ ଅଧିକ ଶକ୍ତ’ହୋଇଗଲା। ସେ କହିଛନ୍ତି କି ଗ୍ଲାସ,ଷ୍ଟିଲ ,ପ୍ଲାଷ୍ଟିକବ୍ୟାଙ୍କର ନୋଟରେ କୋରନା ଭାଇରସ ୨୮ ଦିନ ପର୍ଯ୍ୟନ୍ତ ବଞ୍ଚିପାରିବ। ହେଲେ ୩୦°ସେଲସିୟସ (୮୬°ଫାରେନହାଇଟ) ରେ ତାଙ୍କ ବଞ୍ଚିବା ସମୟ କମି ଯାଇ ସାତ ଦିନ ହୋଇଗଲା। ହେଲେ ୪୦°ସେଲସିୟସ (୧୦୪° ଫାରେନହାଇଟ) ରେ ଏହା କେବଳ ୨୪ ଘଣ୍ଟା ଜୀବିତ ରହିପାରିବ।

Google

ଶୋଧକର୍ତାଙ୍କ କହିବା ଅନୁସାରେ କଣା ଥିବା ବସ୍ତୁ ଯେପରି କି କାର୍ଟୁନ ଉପରେ ସବୁଠାରୁ କମ ତାପମାତ୍ରାରେ ଏହା ୧୪ ଦିନ ଜୀବିତ ରହିପାରିବ। ହେଲେ ସବୁଠାରୁ ଅଧିକ ତାପମାତ୍ରାରେ ଏହା ୧୬ଘଣ୍ଟା ହିଁ ଜୀବିତ ରହିପାରିବ।ଅଷ୍ଟ୍ରେଲିଅନ ସେଣ୍ଟର ଫର ଡିଜିଜ ପ୍ରିପେୟରେସନର ନିର୍ଦେଶକ ତ୍ରିବେର ଦିବ କହିଛନ୍ତି – “ପରୀକ୍ଷଣ ଦ୍ଵାରା ଅଲଗା ବସ୍ତୁ ଉପରେ ଏହାର ଟେଷ୍ଟ ପୂର୍ବରୁ ଭାଇରସର ଡ୍ରାଇଙ୍ଗ ସାମ୍ପୁଲ କୁ ସାମିଲ କରାଯାଇଥିଲା। ଏହି ପ୍ରକାର ଅତି ସମ୍ବେଦନଶୀଳ ପ୍ରଣାଳୀର ବ୍ୟବହାର କରି ସିଦ୍ଧାନ୍ତ ମିଳିଥିଲା କି ଜୀବିତ ଭାଇରସର ଅଁଶ କୋଶିକା ଅନ୍ୟଲୋକଙ୍କୁ ସଂକ୍ରମଣ କରିବାରେ ସକ୍ଷମ।”

ବ୍ୟାଙ୍କ ନୋର୍ଟ ଓ ମୋବାଇଲ ଫୋନ ଉପରେ ୨୮ ଦିନ ପର୍ଯ୍ୟନ୍ତ ଜୀବିତ ରହିପାରିବ:-

ସେ କହିଛନ୍ତି ଏହା ମାନେ ନୁହଁ ଯେ ଭାଇରସ କାହାକୁ ସଂକ୍ରମଣ କରିବାରେ ସକ୍ଷମ ହେବ। ତ୍ରିବେର ଦିବଙ୍କ ମୁତାବକ ଯଦି କେହି ବ୍ୟକ୍ତି ଏହି ସାମଗ୍ରୀ ପ୍ରତି ସତର୍କ ନ ରୁହେ ଯଦି ଏହାକୁ ଛୁଇଁ ତାପରେ ନିଜ ଆଖି କାନ ନାକକୁ ସ୍ପର୍ଶ କରେ ତାହାଲେ ଆପଣ ୨ ସପ୍ତାହ ପର୍ଯ୍ୟନ୍ତ ସଂକ୍ରମଣ ହୋଇପାରନ୍ତି। ଶେଷରେ ତାଙ୍କର ଏହି ମୁଖ୍ୟ କଥା ଥିଲା ଯେ ଏହା ପୂର୍ବରୁ ହୋଇଥିବା ପରୀକ୍ଷଣରେ କୁହାଯାଇଥିଲା କି କୋରୋନା ଭାଇରସର ସଂକ୍ରମଣ କାଶିବା,ଛିଙ୍କିବା,ବା କଥା କହିବା ସମୟରେ ବାହାରୁଥିବା ଛେପ ଦ୍ଵାରା ବ୍ୟାପିଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *