ଆପଣ ଏହା ତ ଜାଣିଥିବେ ଗତ କିଛି ବର୍ଷରୁ ଓଡିଶାକୁ ପ୍ରତିବର୍ଷ ବାତ୍ୟା ପ୍ରାୟ ଆସୁଛି। ଏବେ ପୁଣି ଏକ ବାତ୍ୟା ଓଡିଶା ବାସୀଙ୍କ ପାଇଁ ଡର ସୃଷ୍ଟି କରିଛି। ଏବେ ଧାନ ପାଚିବା ସମୟ ହୋଇଥିବାରୁ ଚାଷୀଭାଇ ମାନେ ହତାଶ ହୋଇପଡିଛନ୍ତି। ଏବେ ଆସୁଛି ବାତ୍ୟା ଜୱାଦ । ପାଣିପାଗ ବିଭାଗର ସୂଚନା ଅନୁସାରେ ଏବେ ବାତ୍ୟା ବିଶାଖାପାଟନମ ଠାରୁ ୨୫୦ କିଲୋମିଟର ଦୂରରେ ଦକ୍ଷିଣରେ ରହିଛି। ସେହିପରି ପୁରୀରୁ ଦକ୍ଷିଣ-ପଶ୍ଚିମ ଦିଗରେ ୪୩୦ କିଲୋମିଟର ଦୂରରେ,ପାରାଦୀପ ଠାରୁ ୫୧୦ ଓ ଗୋପାଳପୁର ଠାରୁ ୩୬୦ ଦୂରରେ ଅଛି।

ଏହା ସହ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି କି ଏହା ଗତ ୬ ଘଣ୍ଟାରେ ଏହାର ବେଗ ୬ କିଲୋମିଟର ରହିଛି ଓ ଏହା ଏବେ ଉତ୍ତର-ପଶ୍ଚିମ ଦିଗରେ ଗତିକରୁଛି। ଏହିପରି ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତିକରି ଦକ୍ଷିଣ ଆନ୍ଧ୍ର ଓ ଓଡିଶା ଉପକୂଳସହ ପଶ୍ଚିମବଙ୍ଗରେ ପହଞ୍ଚିବ। ସୂଚନା ଅନୁସାରେ ଏହା ରବିବାରକୁ ପୁରୀ ଜିଲ୍ଲାରେ ଉପକୂଳ ଦେଇ ପଶ୍ଚିମବଙ୍ଗ ଯିବ। ଏହାର ପ୍ରଭାବ ଉପକୂଳ ଓଡ଼ିଶାରେ ଅଧିକ ରହିବ। ଆପଣଂକୁ କହିରଖିବୁ ଆପଣ ଘରେ ରୁହନ୍ତୁ। ସମୁଦ୍ରକୁ ଯାଆନ୍ତୁ ନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।