ବ୍ୟୁରୋ ରିପୋର୍ଟ: ଭାରତର ମାନ୍ୟବର ରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଏକ ଅଂଶ ଅଟେ। ଭାରତରେ ପ୍ରଭୁ ବାବା ଅମରନାଥ ଏବଂ ମା ଶାରଦା ଶକ୍ତିଙ୍କର ଵାସ ସ୍ଥାନ ରହିଛି। ବର୍ତ୍ତମାନ ଭାରତ ଅଧୀନରେ ଥିବା ସ୍ଥାନରେ ପ୍ରଭୁ ବାବା ଅମରନାଥଙ୍କ ପୀଠ ସ୍ଥଳ ରହିଛି କିନ୍ତୁ ପାକିସ୍ତାନ ଅଧିକୃତ କାଶ୍ମୀରରେ ମା ଶାରଦାଙ୍କ ମନ୍ଦିର ରହିଛି। କିନ୍ତୁ ଏହା କିପରି ସମ୍ଭବ ଅଟେ। ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ, ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଏକ ଅଂଶ ଅଟେ।

ସୂଚନାଯୋଗ୍ୟ ଯେ, ସାରା ଦେଶରେ ପାଳିତ ହେବାକୁ ଯାଉଛି କାରଗିଲ ଯୁଦ୍ଧ ଦିବସ। ଏହି କାରଗିଲ ଯୁଦ୍ଧ ଦିବସରେ ଭାରତ ପାକିସ୍ତାନକୁ ହରାଇଥିଲେ ମଧ୍ୟ ଅନେକ କ୍ଷତି ସହିଥିଲା। ଆମର ଅନେକ ବୀର ଯବାନମାନଙ୍କୁ ହରାଇଥିଲା।
ଏହି ଅବସରରେ ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ଭାରତର ଅଂଶ ହେଉଛି ସମ୍ପୂର୍ଣ୍ଣ କାଶ୍ମୀର। ତେବେ ପାକିସ୍ତାନ ଅଧୀନରେ ଥିବା କାଶ୍ମୀର ମଧ୍ୟ ଭାରତର ଏକ ଅଂଶ ଅଟେ। କାରଣ ପ୍ରଭୁ ବାବା ଅମରନାଥ ଏବଂ ମା ଶାରଦା ଉଭୟଙ୍କ ମନ୍ଦିର ଥିବା ଅଂଶ ଭାରତର ଅଟେ।

ଏହା ବ୍ୟତୀତ ପାକିସ୍ତାନ ଅଧିକୃତ କାଶ୍ମୀରକୁ ନେଇ ଆମେରିକା ସରକାରଙ୍କ ମନରେ ମଧ୍ୟ ଭୟ ଥିଲା। ଚାଇନା ଏବଂ ଆମେରିକା କଦାପି ଚାହାନ୍ତି ନାହିଁ ଯେ, ଭାରତ ସମ୍ପୂର୍ଣ୍ଣ କାଶ୍ମୀରକୁ ତା ଅଧୀନକୁ ନେଉ। କାରଣ ଏହା କଲେ ଭାରତ ଏସିଆ ମହାଦେଶରେ ଚାଇନା ସହିତ ଏକ ବଡ଼ ଦେଶ ଭାବରେ ଗଢି ଉଠିବ। ଯାହାକି ଉଭୟ ଆମେରିକା ଏବଂ ଚାଇନାର ମୁଣ୍ଡ ବିନ୍ଧାର କାରଣ ହୋଇଯିବ। ଏହି ପିଓକେ କଳହକୁ ନେଇ ଆମେରିକାର ଅନେକ ରାଜନେତା ଭାରତକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଜଣ ଏହାକୁ ବିରୋଧ ମଧ୍ୟ କରୁଥିଲେ।
କାଶ୍ମୀର ପଣ୍ଡିତମାନଙ୍କ କହିବା ଅନୁସାରେ ମା ଶାରଦାଙ୍କ ମନ୍ଦିର ସହ ପ୍ରଭୁ ବାବା ଅମରନାଥଙ୍କ ମନ୍ଦିର ସବୁକିଛି ଭାରତର ଅଂଶ ଅଟେ। କିନ୍ତୁ ଏହା ପାକିସ୍ତାନ ଅଧୀନରେ ରହିଛି। ଗତ କିଛି ସମୟ ଧରି ଏହା ଶୁଣିବାକୁ ମିଳୁଛି ଯେ, ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ମା ଶାରଦାଙ୍କ ମନ୍ଦିରର ଠିକ ଭାବରେ ଦେଖାଶୁଣା କରାଯାଉ ନାହିଁ।

ଏହା ହିନ୍ଦୁ ଧର୍ମରେ ପ୍ରତି ଅପମାନ ବୋଲି କୁହା ଯାଉଛି। ତେବେ ଏହି ଅଂଶ ଭାରତ ଠାରୁ ମାତ୍ର ୧୦ କିମି ଦୂରରେ ରହିଛି। ଭାରତ ଚାହିଁଲେ ନିଜ ସମସ୍ତ ବଳ ଲଗାଇ ନିଜ କାଶ୍ମୀରକୁ ସମ୍ପୂର୍ଣ୍ଣ ଭାବରେ ଫେରି ପାରିବ। କିନ୍ତୁ ଏହା ଠିକ ନୁହେଁ। ସେଥିପାଇଁ ଭାରତ ସବୁ ସ୍ଥାନରେ ଏହା ଦାବି କରି ଆସୁଛି ଯେ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ। ତେଣୁ ଭାରତ ଯେ କୌଣସି ପରିସ୍ଥିତିରେ ଏହାକୁ ହାସଲ କରିବା ତା ପାଇଁ ଧାର୍ଯ୍ୟ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।