ଜଳିଗଲା ହଜାର ହଜାର ଘର! ୪୦୦ ରୁ ଅଧିକ ଲୋକ ନିଖୋଜ ଥିବା ବେଳେ ପ୍ରାୟ ୧୫ ମୃତ୍ୟୁ, ଦେଖନ୍ତୁ ଭିଡିଓ

ବ୍ୟୁରୋ ନ୍ୟୁଜ: ଆପଣ ଘରେ ନିଆଁ ଲାଗିବା ଘଟଣା ବହୁତ ଦେଖିଥିବେ କିନ୍ତୁ ଯେଉଁ ଘଟଣା ଘଟିଛି ଯାହା ବିଷୟରେ ଶୁଣି ଆପଣ ମଧ୍ୟ ଚକିତ ହୋଇଯାଇପାରନ୍ତି। ମାତ୍ର କିଛି ଘଣ୍ଟାରେ ଜଳି ପାଉଁଶ ହୋଇଗଲା ହଜାର ହଜାର ଘର। ଆପଣଙ୍କୁ କହିରଖିବୁ ରବିବାର ରାତିରେ ଏହି ଘଟଣା ଘଟିଛି ବଙ୍ଗଳାଦେଶର ସବୁଠୁ ବଡ଼ ରୋହିଗ୍ୟା ବସ୍ତିରେ। ସୂଚନା ଅନୁସାରେ ଏହି ନିଆଁ ଆରମ୍ଭ ହୋଇଥିଲା କକ୍ସ ବଜାରରେ ତିଆରି ହୋଇଥିବା ଶରଣାର୍ଥୀ ଶିବିରରେ।

ଏବେ ପର୍ଯ୍ୟନ୍ତ ଏହା ଜଣାପଡିନାହିଁ କିପରି ଏହି ନିଆଁ ଲାଗିଗଲା କିନ୍ତୁ ମୁଖ୍ୟ କଥା ହେଉଛି ଶରଣାର୍ଥୀଙ୍କ ପାଇଁ ହୋଇଥିଲା ଟେଣ୍ଟ ଓ ପାଲର ଘର ଯାହା ଦ୍ୱାରା ନିଆଁ ଜଲ୍ଦି ଜଲ୍ଦି ସବୁ ସ୍ଥାନକୁ ମାଡିଚାଲିଲା। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୦ ରୁ ଅଧିକ ଲୋକଙ୍କ ପତା ମିଳିପାରିନାହିଁ।

ଆପଣଙ୍କୁ କହିରଖିବୁ ହଜାରେ ହଜାରେ ଶରଣାର୍ଥୀ ଥିଲେ ଅନେକ ଉପସ୍ଥିତ ଲୋକ କହିଛନ୍ତିକି ବହୁତ ଲୋକଙ୍କ ଜୀବନ ଯାଇଛି। ଏହି ଶରଣାର୍ଥୀଙ୍କ ଦାଇତ୍ୱ ନେଇଥିବା ବଙ୍ଗଳାଦେଶ ସରକାର ମହମ୍ମଦ ଶାମସୁଦ କହିଛନ୍ତି ଯେବେ ସେ ଏହି ଖବର ପାଇଲେ ଶୀଘ୍ର ଉଦ୍ଧାରକାରୀ ଟିମଙ୍କୁ ପଠାଇଥିଲେ ତାହା ମଧ୍ୟରେ ନିଆଁ ଅଧିକ ମାତ୍ରାରେ କ୍ଷତି କରିଥିଲା।

କହିରଖିବୁ ସବୁଠୁ ଅଧିକ ଶରଣାର୍ଥୀ ବଙ୍ଗଳାଦେଶର ରୋହିଗ୍ୟା ବସ୍ତିରେ ରହିଥାନ୍ତି। ଏହା ବକ୍ସି ବଜାର ପାଖରେ ଅଟେ। ଏଠାରେ ହଜାର ନୁହେଁ ବରଂ ୧ ଲକ୍ଷରୁ ଅଧିକ ଶରଣାର୍ଥୀ ରହିଥାନ୍ତି ଓ ସେମାନଙ୍କ ଖର୍ଚ୍ଚ ପାଇଁ ଅନେକ ସଯୁକ୍ତ ରାଷ୍ଟ୍ର ଓ ମୁସଲମାନ ଦେଶ ସାହାଯ୍ୟ କରିଥାନ୍ତି। ମିଆଁମାରର ଅଧିକ ଶରଣାର୍ଥୀ ଅଟନ୍ତି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *