ପତ୍ନୀଙ୍କ ସହ ସିଡିଏଫ ଜେନରାଲ ବିପିନ ରାୱତ ଚାଲିଗଲେ ଆରପାରିକୁ, ଦେଶରେ ଶୋକର ଛାୟା

ବଡ଼ ଖବର: ଦୃଘଟଣାରେ ସବୁଦିନ ପାଇଁ ଛାଡିଚାଲିଯାଇଛନ୍ତି ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଜେନେରାଲ ବିପିନ ରାଓ୍ଵତ। ଆପଣ ଏହି ଖବରତ ଆଜି ସକାଳେ ନିଶ୍ଚିତ ଦେଖିଥିବେକି ତାମିଲନାଡୁର କୁନ୍ନୁରରେ ଯାଉଥିବା ଏକ ହେଲିକ୍ୟାପ୍ଟରର ଦୃଘଟଣା ହୋଇଥିଲା। କହିରଖିବୁ ଏହି ଦୃଘଟଣାରେ ସିଡିଏସ ବିପିନ ରାଓ୍ଵତ ତାଙ୍କ ପତ୍ନୀ ମଧୁଲିଆଙ୍କ ସହ ୧୧ ଜଣ ଅଧିକାରୀ ଓ ସହଯୋଗୀ ସହିଦ ହୋଇ ଯାଇଛନ୍ତି।

ଆପଣଙ୍କୁ କହିରଖିବୁ ବୁଧବାର ଦିନ ସକାଳୁ ଏହି ହେଲିକ୍ୟାପ୍ଟର ବିପିନ ରାଓ୍ଵତ ତାଙ୍କ ପତ୍ନୀ ଓ ଆଉ ୧୨ ଜଣଙ୍କ ସହ ବାହାରିଥିଲା। ଏହି ବିମାନଟି ତାମିଲନାଡୁର କୁନ୍ନୁର ପାଖରେ ଦୃଘଟଣାର ଶିକାର ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ବିମାନ ଏମଆଇ-୧୭ ଅଧିକ କୁହୁଡି ଓ ଖରାପ ପାଣିପାଗ କାରଣରୁ ଏହି ଦୃଘଟଣାର ଶିକାର ହୋଇଛି। ଏବେ ଏହାକୁ ନେଇ ଅଧିକ ତଦନ୍ତ ମଧ୍ୟ ଚାଲିଛି। ଏହି ହେଲିକ୍ୟାପ୍ଟରରେ ୧୪ ଜଣଙ୍କୁ ନେଇ କୋଏମ୍ବାଟୁରର ସୁଲୁର ବାୟୋସେନାର ଆଡାରି ବାହାରିଥିଲା।

ସୂଚନା ଅନୁସାରେ ଯେବେ ବିମାନଟି ଭାରସାମ୍ୟ ହରାଇ ତଳକୁ ଖସିଥିଲା ସେଥିରେ ନିଆଁ ଲାଗିଥିଲା ଓ ବିମାନଟି ସମ୍ପୂର୍ଣ ଜଳିଯାଇ ତଳକୁ ଖସିଥିଲା। ଏଥିରେ ସହିଦ ହୋଇଥିବା ଅନ୍ୟ ସଦସ୍ୟ ହେଉଛନ୍ତି ବ୍ରିଗେଡିୟର ଏଲଏସ ଲିଡର ସିଡିଏସଙ୍କ ଏସଓ ଲେଫ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂହ, ସିଡିଏସଙ୍କ ପିଏସଓ ଏନକେ ଗୁରୁସେବକ ସିଂହ, ପିଏସଓ ଏନକେ ଜିତେନ୍ଦ୍ର କୁମାର, ପିଏସଓ ବିବେକ କୁମାର, ପିଏସଓ ବି। ଜଣେ ହିଁ ବଞ୍ଚିଥିବା ବେଳେ ସେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *