ବ୍ୟୁରୋ ରିପୋର୍ଟ: ଆଇସିସି ଚେୟାରମ୍ୟାନ ଗ୍ରେଗ ବାର୍କଲେ ଚେତାଇଦେଇଛନ୍ତି କି ଟି-୨୦ ଲିଗର ଫର୍ମାଟ ବଢୁଥିବାରୁ ଦ୍ୱି ପକ୍ଷ ସିରିଜ କମି କମି ଯାଉଛି। ଏହା ଦ୍ଵାରା ଆଗାମୀ ଦଶକରେ ଟେଷ୍ଟ ମ୍ୟାଚର ସଂଖ୍ୟା ମଧ୍ୟ କମି ଯାଇପାରେ। ନଭେମ୍ବର ୨୦୨୦ ଆଇସିସିର ଚେୟାରମ୍ୟାନ କହିଛନ୍ତି ଆଗାମୀ ବର୍ଷ ଆରମ୍ଭ ହେବାକୁ ଯାଉଥିବା ଫିଉଚର ଟୁର ପୋଗ୍ରାମ ନିର୍ଧାରିତ କରିବା କଷ୍ଟକର ହୋଇଯିବ। ସେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ଟେଷ୍ଟ ମ୍ୟାଚର ସିରିଜର ପ୍ରଥମ ସମୟରେ ବିବିସିର ଟେଷ୍ଟ ମ୍ୟାଚ ସ୍ପେସାଲ କାର୍ଯ୍ୟକ୍ରମରେ କହିଛି ପ୍ରତିବର୍ଷ ମହିଳା ଓ ପୁରୁଷ କ୍ରିକେଟର ଏକ ଟୁର୍ଣ୍ଣାମେଣ୍ଟଅଟେ। ଏହା ମଧ୍ୟରେ ଘରୋଇ ଲିଗ ବଢିଚାଲୁଛି।

ସେ କହିଛନ୍ତି,”ଏହାର ଦୃଭାଗ୍ୟପୂର୍ଣ୍ଣ ପରିଣାମ ହେବ। ଖେଳିବାର ଅନୁଭବ ନଜରରେ ଓ ସେହି ଦେଶରେ ନଜରରେ ବି ଯେଉଁମାନେ କମ ଖେଳିବାକୁ ମୌକା ମିଳିଥାଏ ଯେପରି ଭାରତ, ଅଷ୍ଟ୍ରେଲିଆ ବା ଇଂଲଣ୍ଡ ଭଳି ଟିମ ବିରୁଦ୍ଧରେ”। ସେ କହିଛନ୍ତି ଏହା ଦ୍ଵାରା ଆଗାମୀ ୧୦-୧୫ ବର୍ଷ ମଧ୍ୟରେ ଟେଷ୍ଟ କ୍ରିକେଟ ରହିବ କିନ୍ତୁ ମ୍ୟାଚ ସଂଖ୍ୟା କମ ହୋଇଯିବ। ସେ ଏହା ମଧ୍ୟ ସଂକେତ ଦେଇଛନ୍ତି କି ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଟିମଙ୍କ ଉପରେ ଏହାର ପ୍ରଭାବ ପଡିବନି।
ମହିଳା ଟେଷ୍ଟ ଏବେ ବି ପଛରେ:
ବାର୍କଲେ ଏହା ମଧ୍ୟ କହିଛନ୍ତି ମହିଳା ଟେଷ୍ଟ ଏବେ ମଧ୍ୟସେତିକି ବିକାଶ ହୋଇନାହିଁ। ସେ କହିଛନ୍ତି ଟେଷ୍ଟ କ୍ରିକେଟ ଖେଳିବା ପାଇଁ ସେହି ଘରୋଇ ପରିସ୍ଥିତି ଆବଶ୍ୟକ ଯାହା ଏବେ କୌଣସି ଦେଶରେ ନାହିଁ। ସେ କହିଛନ୍ତି ମତେ ଲାଗୁନାହିଁକି ମହିଳା କ୍ରିକେଟରେ ଟେଷ୍ଟର ସେତେ ବିକାଶ ହେଉଛି। କହିରଖିବୁକି ଭାରତୀୟ ମହିଳା ଟିମ ମଧ୍ୟ କମ ଟେଷ୍ଟ ମ୍ୟାଚ ଖେଳିଥାଏ।

ଆଇସିସି ଟେଷ୍ଟକୁ ରୋମାଞ୍ଚକ କରିବା ପାଇଁ ବିଶ୍ୱଟେଷ୍ଟ ଚମ୍ପିୟାନସିପ ଆରମ୍ଭ କରିଛି। ପ୍ରଥମ ସିଜନର ଫାଇନାଲ ନ୍ୟୁଜିଲ୍ୟାଣ୍ଡ ଜିତିଥିଲା ଦ୍ୱିତୀୟ ସିଜନ ଏବେ ଚାଲିଛି ଯାହାର ଫାଇନାଲ ୨୦୨୩ରେ ହେବ। ଆଇସିସି ନିଜ ରାଜସ୍ବକୁ ବଢାଇବା ପାଇଁ ପ୍ରତି ବର୍ଷ ଏକ ବଡ଼ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାକୁ ପ୍ଲାନିଙ୍ଗ କରିଛି। ସେହିପରି ସବୁ ଦେଶ ବଡ଼ ଦେଶରେ ଟି-୨୦ ଲିଗର ଆୟୋଜନ ହେଉଛି।
ତେବେ ଟେଷ୍ଟ ମ୍ୟାଚ ଅନେକ ଲୋକଙ୍କୁ ଭଲ ଲାଗେ। କୁହାଯାଏ ବି ଟେଷ୍ଟ କ୍ରିକେଟ ହେଉଛି ଅସଲି କ୍ରିକେଟ। ବିଶ୍ୱ ଟେଷ୍ଟ ଚମ୍ପିୟନସିପରେ ଗୋଟେ ବର୍ଷ ନ୍ୟୁଜିଲାଣ୍ଡ ଚମ୍ପିୟନ ହୋଇଛି। ତେବେ ଭାରତ ବିରାଟ କୋହଲିଙ୍କ କ୍ୟାପଟେନ୍ସିରେ ଅନେକ ରେକର୍ଡ ଟେଷ୍ଟରେ ଦର୍ଜ କରିଛି। ବିଶ୍ୱ ଟେଷ୍ଟ ଚମ୍ପିୟନସିପରେ ଭାରତ ରନର୍ସ ଅପ ହୋଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।