ଭାରତ ଏବଂ ପାକିସ୍ତାନର ହାଇ ଭୋଲ୍ଟେଜ ମୁକାବିଲା ପାଇଁ ମାତ୍ର ଆଉ କିଛି ଘଣ୍ଟା ସମୟ ରହି ଯାଇଛି। ଏସିଆ କପର ପ୍ରଥମ ମ୍ୟାଚ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ହୋଇଥିଲେ ମଧ୍ୟ ଆଜିର ମ୍ୟାଚ ଭାରତ ଏବଂ ପାକିସ୍ତାନ ଭିତରେ ଅଛି। ପ୍ରାୟ ୧୦ ମାସ ପରେ ଉଭୟ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହା ପୂର୍ବରୁ ଉଭୟ ଦଳ ୨୦୨୧ ବିଶ୍ୱକପରେ ପରସ୍ପର ବିରୋଧରେ ଖେଳିଥିଲେ ଯେଉଁଥିରେ ଭାରତ ପରାଜିତ ହୋଇଥିଲା। ତେବେ ରବିବାରର ମ୍ୟାଚ ଜିତି ଭାରତ ଏହାର ପ୍ରତିଶୋଧ ନେବାକୁ ଚାହିଁବ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପରେ ୧୪ ଟି ମ୍ୟାଚ ଖେଳା ଯାଇଥିବା ବେଳେ ଭାରତ ଏଥିମଧ୍ୟରୁ ୮ ଟି ଜିତିଛି ଏବଂ ପାକିସ୍ତାନ ୫ ଟି। ତେବେ ଗୋଟିଏ ମ୍ୟାଚ ଅମିମାଂସିତ ରହିଛି। ଏସିଆ କପର ଟି-ଟ୍ୱେଣ୍ଟି ଫର୍ମାଟରେ ଦ୍ଵିତୀୟ ଥର ପାଇଁ ଉଭୟ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି।
୨୦୧୬ ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏପରି ହୋଇ ସାରିଛି। କିନ୍ତୁ ଚଳିତ ବର୍ଷ ମ୍ୟାଚ ଟି-ଟ୍ୱେଣ୍ଟି ଫର୍ମାଟରେ ହେବାକୁ ଯାଉଛି। ଅନ୍ୟପକ୍ଷରେ ଭାରତୀୟ ଦଳ ବହୁତ ଶକ୍ତିଶାଳୀ ଅଛି ଏବଂ ଏହାର ଆଶା ବହୁତ ରହିଛି।
𝗜𝘁 𝗜𝘀 𝗛𝗲𝗿𝗲! @imVkohli on #AsiaCup2022 preparations, personal growth, mindset & more! 👍 👍 #TeamIndia | #AsiaCup
Watch this special feature 🎥 🔽 https://t.co/zz19PyX2rk pic.twitter.com/2YJMMmTKM4
— BCCI (@BCCI) August 27, 2022
ଭାରତ ଏବଂ ପାକିସ୍ତାନ ବିପକ୍ଷ ମ୍ୟାଚ ଅଗଷ୍ଟ ୨୮ ରେ ଖେଳାଯିବାର ଅଛି।ଏହାର ଆରମ୍ଭ ଭାରତୀୟ ସମୟ ଅନୁସାରେ ୭ ଟା ବେଳେ ଟସ କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ୭.୩୦ ରେ ଖେଳ ଆରମ୍ଭ ହେବାର ଅଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ଏହି ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟରେ ଖେଳାଯିବାର ଅଛି।ଏହି ମ୍ୟାଚର ପ୍ରସାରଣ ଷ୍ଟାର ସ୍ପୋର୍ଟସ ଚ୍ୟାନେଲ ଦ୍ୱାରା ହେବାର ଅଛି। ଏହାକୁ ବିଭିନ୍ନ ଭାଷାରେ ମଧ୍ୟ ପ୍ରସାରଣ କରାଯିବ। ଏହା ବ୍ୟତୀତ ଡିଡି-ନେସନାଲରେ ମଧ ଏହା ପ୍ରସାରିତ ହେବାର ଅଛି।