ବ୍ୟୁରୋ ରିପୋର୍ଟ: ଏସିଆ କପ ୨୦୨୨ରେ ୨୮ ଅଗଷ୍ଟକୁ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ହେବାର ଅଛି। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଟିମ ପାଇଁ ଆସ୍ୱସ୍ତିକର ଖବର ଆସିଛି। ଭାରତୀୟ ଟିମର ହେର୍ଡ କୋଚ ରାହୁଲ ଦ୍ରାଭିଡ ଦୁବାଇ ପହଁଚିଯାଇଛନ୍ତି।ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚରେ ସେ ଡ୍ରେସିଙ୍ଗ ରୁମରେ ଉପସ୍ଥିତ ରହିପାରନ୍ତି। ଏସିଆ କପ ପାଇଁ ଟିମ ଇଣ୍ଡିଆ ଦୁବାଇ ଯିବା ପୂର୍ବରୁ ଦ୍ରାଭିଡ କ-ରୋ- ନା ପ-ଜେ-ଟି-ଭ ହୋଇଥିଲେ। ଏଥିପାଇଁ ଏନସିଏ ଚିଫ ଭିଭିଏସ ଲକ୍ଷ୍ମଣଙ୍କୁ ଅନ୍ତରିମ କୋଚ ନିଯୁକ୍ତି କରାଯାଇଥିଲା। ବିସିସିଆଇ କହିଥିଲେ କି ରିପୋର୍ଟ ନେଗେଟିଭ ଆସିବା ପରେ ଦ୍ରାଭିଡ ଟିମ ସହିତ ଯୋଡି ହେବେ।

କ୍ରିକବଜର ଖବର ଅନୁସାରେ ଲକ୍ଷ୍ମଣ ସ୍ବଦେଶ ଫେରିଆସିବେ। ଦ୍ରାଭିଡ ଦୁବାଇ ପାଇଁ ୨୭ ଅଗଷ୍ଟକୁ ବିମାନରେ ବସିଥିଲେ। ଲକ୍ଷ୍ମଣ ଭାରତୀୟ ଟିମ ସହିତ ହରାରେରୁ ଦୁବାଇ ଯାଇଥିଲେ। ଭାରତ ଓ ଜିମ୍ବାୱେ ସିରିଜରେ ଲକ୍ଷ୍ମଣ ଭାରତୀୟ ଟିମର କାର୍ଯ୍ୟବାହକ କୋଚ ଥିଲେ।
ରାହୁଲ ଦ୍ରାଭିଡଙ୍କ ଉପସ୍ଥିତରେ ଟିମ ଇଣ୍ଡିଆରେ ବଦଳିବ ପରିସ୍ଥିତି:
🚨 India coach Rahul Dravid has joined the Asia Cup tour party in Dubai after testing negative for Covid-19#AsiaCup2022 pic.twitter.com/JG0fphQIqb
— ESPNcricinfo (@ESPNcricinfo) August 28, 2022
୧୦ ମାସ ପୂର୍ବରୁ ଟିମ ଇଣ୍ଡିଆ ଏହି ଗ୍ରାଉଣ୍ଡରେ ଟି-୨୦ ବିଶ୍ୱକପରେ ପାକିସ୍ତାନ ହାତରୁ ୧୦ ୱିକେଟରେ ହାରିଥିଲା। ଟିମ ଇଣ୍ଡିଆ ପାଖରେ ଏଥର ପ୍ରତିଶୋଧ ନେବାର ମୌକା ଅଛି। ଏବେ ଦ୍ରାଭିଡ ସାମିଲ ହେବାଦ୍ଵାରା ରୋହିତ ଶର୍ମା ଓ ଟିମର ସାହାସ ବଢିବ। ପାକିସ୍ତାନ ବିରୁଦ୍ଧରେ ଟିମ ଇଣ୍ଡିଆର ରେକର୍ଡ ମଧ୍ୟ ଭଲ। ୧୦ ମାସ ପୂର୍ବରୁ ପାକିସ୍ତାନର ବୋଲର ସାହିନ ସାହା ଅଫରିଦି ରୋହିତ ଶର୍ମା, କେ ଏଲ ରାହୁଲ ଓ ବିରାଟ କୋହଲିଙ୍କୁ ଆଉଟ କରିଥିଲେ।
ଦୁଇ ଟିମ ଏହି ପ୍ରକାର ଅଟେ:
ଏସିଆକପ ୨୦୨୨ ପାଇଁ ଭାରତୀୟ ଟିମ:
ରୋହିତ ଶର୍ମା(ଅଧିନାୟକ),କେ ଏଲ ରାହୁଲ(ଉପଅଧିନାୟକ),ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ,ଦୀପକ ହୁଡ୍ଡା, ରିଷଭ ପନ୍ତ,ଦିନେସ କାର୍ତ୍ତିକ, ହାର୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା,ଆର ଅଶ୍ୱିନୀ, ୟୁଜବେନ୍ଦ୍ର ଚାହଲ,ରବି ବିସ୍ନୋଇ ,ଭୁବନେଶ୍ୱର କୁମାର,ଅର୍ସଦୀପ ସିଂ ଓ ଆଭେଶ ଖାନ।
ଏସିଆ କପ ୨୦୨୨ ପାଇଁ ପାକିସ୍ତାନ ଟିମ:
ବାବର ଆଜମ (ଅଧିନାୟକ), ସାଦାବ ଖାନ(ଉପଅଧିନାୟକ),ଆସିକ ଅଲ୍ଲୀ, ଫକର ଜମା,ହୈଦର ଅଲ୍ଲୀ,ହାରିସ ରଉଫ, ଇପତିକାର ଅହମ୍ମଦ, ଖୁଦାଦିଲ ସାହା,ମହମ୍ମଦ ହସନେନ, ମହମ୍ମଦ ନବାଜ, ମହମ୍ମଦ ରିଜୱାନ, ମହମ୍ମଦ ୱାସିମ ଜୁନିୟର, ନସିମ ସାହା, ସାହବାଜ ଧାନୀ ଓ ଉସ୍ମାନ କାଦିର।