ବ୍ୟୁରୋ ରିପୋର୍ଟ: ଜିମ୍ବାୱେ ବିରୁଦ୍ଧରେ ଛୋଟ ଲକ୍ଷର ପିଛା କରି ଭାରତୀୟ ଶୀର୍ଷକ୍ରମ ଜଲ୍ଦି ଆଉଟ ହୋଇଗଲେ କିନ୍ତୁ ଅଧିନାୟକ କେଏଲ ରାହୁଲ କହିଛନ୍ତି ତାଙ୍କ ଟିମ ନର୍ଭସ ନଥିଲା। ଭାରତ ଦ୍ୱିତୀୟ ଏକଦିବସିୟରେ ଜିମ୍ବାୱେକୁ ୫ ୱିକେଟରେ ହରାଇ ସିରିଜ ଜିତିଯାଇଛି। ୧୬୨ ରନର ଲକ୍ଷର ପିଛା କରିବାକୁ ଓହ୍ଲାଇ ଭାରତୀୟ ଟିମ ୯୭ ରନରେ ଚାରିଟି ୱିକେଟ ହରାଇଦେଇଥିଲା। କିନ୍ତୁ ସଞ୍ଜୁ ସାମସନ ୩୯ ବଲରେ ୪୩ ରନର ନଟଆଉଟ ପାରି ଖେଳି ୨୪.୨ ଓଭର ବାକି ଥାଇ ଟିମକୁ ବିଜୟ ଦେଲେ।

ରାହୁଲ ମ୍ୟାଚ ପରେ କହିଛନ୍ତି,”ଆମର ବ୍ୟାଟିଙ୍ଗଲାଇନରେ ଗଭୀରତା ଅଛି ଓ ମଧ୍ୟକ୍ରମକୁ ମୌକା ମିଳିବା ଭଲ କଥା,ଆମେ ନର୍ଭସ ନଥିଲୁ”। ସେ କହିଛନ୍ତି,”ତାଙ୍କ ପାଖରେ ଭଲ ବୋଲର ଥିଲେ ଓ ବଙ୍ଗଳାଦେଶରେ ଭଲ ବୋଲିଙ୍ଗ କରିଥିଲେ।ସେ ଲମ୍ବା ଓ ମଝବୁତ ଅଟଣ୍ଟି।ବ୍ୟାଟ୍ସମ୍ୟାନ ରୂପରେ ଆମ ପାଇଁ ଚ୍ୟାଲେଞ୍ଜ ଭଲଥିଲା କିନ୍ତୁ ଆମ ବ୍ୟାଟିଙ୍ଗ ଲାଇନରେ ଗଭୀରତା ଥିବାରୁ ଚିନ୍ତା ନାହିଁ”।
ରାହୁଲ ଶିଖର ଧାୱନଙ୍କ ସହ ଓପନିଙ୍ଗ କରିବାକୁ ଓହ୍ଲାଇଥିଲେ କିନ୍ତୁ ମାତ୍ର ଏକରନ କରି ଆଉଟ ହୋଇଯାଇଥିଲେ। ସେ କହିଛନ୍ତି, “ବ୍ୟାଟିଙ୍ଗ ଲାଇନରେ ପରିବର୍ତ୍ତନ କାମରେ ଆସିଲାନାହିଁ। ମୁଁ କିଛି ରନ କରିବାପାଇଁ ଚାହୁଁଥିଲି ହେଲେ କରିପାରିଲିନାହିଁ।ଆଶା ଅଛିକି ଆଗାମୀ ମ୍ୟାଚରେ ରନ ହେବ”।

ଅଧିନାୟକ ରାହୁଲ ଆଗାମୀ ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ଏସିଆକପ ପୂର୍ବରୁ ଅଭ୍ୟାସ ପାଇଁ ଦ୍ୱିତୀୟ ମ୍ୟାଚରେ ଶିଖର ଧାୱନଙ୍କ ସହ ଓପନିଙ୍ଗ କରିଥିଲେ କିନ୍ତୁ ଦ୍ୱିତୀୟ ଓଭରରେ ୫ ବଲରେ ୧ ରନ କରି ଆଉଟ ହୋଇଯାଇଥିଲେ। ତାଙ୍କୁ ବିକ୍ଟର ଏନ୍ୟୁଚି ଆଉଟ କରିଥିଲେ। ଧାୱନ ଓ ଗିଲ ଦ୍ୱିତୀୟ ୱିକେଟ ପାଇଁ ୪୨ରନର ପାର୍ଟନରସିପ କରିଥିଲେ। ପ୍ରଥମ ମ୍ୟାଚରେ ୧୦ ଟି ୱିକେଟରେ ମ୍ୟାଚ ଜିତିଥିଲା ଏହି ଯୋଡିକୁ ୭ ମ ଓଭରରେ ତନାକା ଚିମ୍ବାଙ୍ଗା ଧାୱନଙ୍କୁ ଆଉଟ କରି ଭାଙ୍ଗିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।