ବ୍ୟୁରୋ ରିପୋର୍ଟ: ମେକ ଇନ ଇଣ୍ଡିଆକୁ ଗତି ଦେବା ପାଇଁ ,ଭାରତୀୟ ବାୟୋସେନା ଭାରତରେ ପାଖାପାଖି ୧୦୦ ଆଡ଼ଭାନ୍ସ ଫାଇଟର ଜେଟ ତିଆରି ପାଇଁ ଯୋଜନା ପ୍ରସ୍ତୁତ କରୁଛି। ଏହି ଯୋଜନା ପାଇଁ ଏୟାର ଫୋର୍ସ ଗ୍ଲୋବାଲ ବିମାନ ନିର୍ମାତାଙ୍କ ସହ ଆଲୋଚନା ଆରମ୍ଭ କରିଦେଇଛି।

ସେନାର ଉଚ୍ଚ ସରକାରୀ ସୂତ୍ର ଆଜତକକୁ ସୂଚନା ଦେଇଛନ୍ତି କି ଏପରି ପ୍ରଥମ ଥର ହେବ କି ପ୍ରୋଜେକ୍ଟର ପାଖାପାଖି ୭୦% ପେମେଣ୍ଟ ଭାରତୀୟ ମୁଦ୍ରାରେ କରାଯିବ। ସୂଚନା ଅନୁସାରେ ଏହି ଯୋଜନା ଦ୍ଵାରା ଭାରତରେ ୯୬ ବିମାନ ତିଆରି କରାଯିବ,ଏଥିରେ ୩୬ ର ପେମେଣ୍ଟ ଭାରତୀୟ ଓ ବିଦେଶୀ ମୁଦ୍ରାରେ କରାଯିବ।ଯେବେକି ୬୦ ବିମାନର ପେମେଣ୍ଟ କେବଳ ଭାରତୀୟ ମୁଦ୍ରାରେ କରାଯିବ।
୧୧୪ ବିମାନ କିଣାଯିବାର ମଧ୍ୟ ଯୋଜନା:
ଆଇଏଏଫ ୧୧୪ ବିମାନ କିଣିବାକୁ ମଧ୍ୟ ଯୋଜନା କରୁଛି। ଏହା ଦ୍ଵାରା ସେନାର ଲଢ଼ିବାର କ୍ଷମତା ବଢିବ ଏହା ସହିତ ମିଗ ସିରିଜର ବିମାନଙ୍କୁ ବଦଳାଯିବ। ପ୍ରୋଜେକ୍ଟର ଆରମ୍ଭ ୧୮ ବିମାନ ବିଦେଶୀ ଭେଣ୍ଡରଙ୍କ ଠୁ ନିଆଯିବ। ଏକ କମ୍ପିଟେସନ ଦ୍ଵାରା ଏହି ବିମାନ ମାନଙ୍କୁ ଟ୍ରାଏଲ କରାଯିବଜ଼,ଏହା ପରେ ହିଁ ଏହାକୁ ଚୟନ କରାଯିବ। ଏହି ପ୍ରୋଜେକ୍ଟର ଦୌଡ଼ରେ ବୋଇଂଙ୍ଗ,ଏମଆଇଜି,ଡ଼ସାଲଟ,ଓ ସାଵ ଭଳି କମ୍ପାନୀ ଅଛନ୍ତି। ଏହି ପ୍ରୋଜେକ୍ଟ ତିନିବର୍ଷରେ ଶେଷ ହେବାର ଅନୁମାନ ଅଛି।
Fighter jet flying almost vertically ✈️#fighter #jet #flying pic.twitter.com/1UZOT3vMAK
— AircraftYTube ✈️ (@AircraftYTube) June 7, 2022
ଆଇଏଏଫ ପ୍ରଥମ ଥର ୨୦୦୭ରେ ବିଦେଶୀ ଓଇଏମରୁ ୧୨ ଲଢେଇ ବିମାନ କିଣିବା ପାଇଁ ଏମଏମଆରସିଏ ଟେଣ୍ଡର ଜାରି କରିଥିଲା।ଟେଣ୍ଡରେ ଆସିଥିବା କିଛି ସମସ୍ୟା ପାଇଁ ଏମଏମଆରସିଏ ପ୍ରୋଜେକ୍ଟକୁ ରଦ୍ଦ କରିଦିଆଯାଇଥିଲା। କିନ୍ତୁ ଏହା ପରେ ମଧ୍ୟ ସରକାର ୩୬ ରାଫେଲ ଜେଟ ନେବାକୁ ଫଇସଲା କରିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।