ବ୍ୟୁରୋ ରିପୋର୍ଟ: ୟୁକ୍ରେନରେ ଯୁଦ୍ଧ ହେବା ଆଗରୁ ୟୁକ୍ରେନରେ ପଢ଼ୁଥିବା ଅନ୍ତର୍ଜାତୀୟ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ଥିଲା ସମୁଦାୟ ପ୍ରାୟ ୭୬,୦୦୦ । ସେମାନଙ୍କ ମଧ୍ୟରୁ ପ୍ରାୟ ୨୨,୦୦୦ ଛାତ୍ର ଛାତ୍ରୀ କେବଳ ଥିଲେ ଭାରତର। ସେମାନଙ୍କ ମଧ୍ୟରୁ ପ୍ରାୟତଃ ହାରାହାରି ୨୫- ୩୦ ପ୍ରତିଶତ ଭାରତୀୟ ଥିଲେ। ଭାରତର ଏହି ସମସ୍ତ ଛାତ୍ର ଛାତ୍ରୀ ୟୁକ୍ରେନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେଠାରେ ପଢୁଛନ୍ତି। ଯାହାଦ୍ୱାରା ୟୁକ୍ରେନ ସରକାର ଏହା ଦ୍ୱାରା ବହୁତ ଲାଭବାନ ମଧ୍ୟ ହେଉଛି। କିନ୍ତୁ ଏହାପରେ ବି ଯେତେବେଳେ ରୁଷିଆ ୟୁକ୍ରେନ ଉପରେ ଅଚାନକ ଆକ୍ରମଣ କରିଦେଲା, ତେବେ ସେହି ସମୟରେ ଭାରତୀୟ ସୈନ୍ୟମାନଙ୍କୁ ସେଠାରେ ଭେଦ ଭାବ ଏବଂ ବର୍ଣ୍ଣ ବୈଷମ୍ୟ ସମ୍ନା କରିବାକୁ ପଡିଥିଲା।

ସେମାନଙ୍କୁ ମାଡ଼ ମାରିବା ସହିତ ନିର୍ଯାତନା ମଧ୍ୟ ଦିଆ ଯାଇଥିଲା। ଯଦି ଭାରତ ସରକାର ଏହାପ୍ରତି କୌଣସି ପଦକ୍ଷେପ ନ ନେଇଥାଆନ୍ତେ , ତେବେ ଭାରତୀୟ ଛାତ୍ର ଛାତ୍ରୀମାନେ ସେଠାରୁ ବାହାରି ପାରି ନଥାନ୍ତେ। ଯେଉଁ ଛାତ୍ର ଛାତ୍ରୀ ୟୁକ୍ରେନରୁ ଫେରି ଭାରତ ଆସିଥିଲେ, ଭାରତରେ ମଧ୍ୟ ସେମାନଙ୍କ ସହ ଭଲ ବ୍ୟବହାର କରା ଯାଉ ନ ଥିଲା। କିଛି ଦିନ ତଳେ ରିପୋର୍ଟ ଆସିଥିଲେ ଯେ, ୟୁକ୍ରେନର ଶିକ୍ଷକ ଏବଂ ପ୍ରଫେସରମାନେ ଭାରତୀୟ ଛାତ୍ର ଛାତ୍ରଙ୍କ ସହିତ ଭଲ ବ୍ୟବହାର କରୁ ନାହାନ୍ତି। ଏହାର କାରଣ ଥିଲା ଯେ, ଭାରତ ୟୁକ୍ରେନକୁ ଅସ୍ତ୍ର ଶସ୍ତ୍ର ନେଇ କୌଣସି ସାହାଯ୍ୟ କରି ନଥିଲା କି ୟୁକ୍ରେନର ଅଧିକାରୀ ସମ୍ପର୍କରେ ତାକୁ ସମର୍ଥନ କରୁ ନଥିଲା। ଯେଉଁ କାରଣରୁ ୟୁକ୍ରେନର କିଛି ଶିକ୍ଷକ ଭାରତୀୟ ଛାତ୍ର ଛାତ୍ରୀମାନଙ୍କୁ ଅନଲାଇନ କ୍ଲାସରେ ଖରାପ ବ୍ୟବହାର କରିଛନ୍ତି। ଏବେ ଅନଲାଇନ କ୍ଲାସରେ ରହି ମଧ୍ୟ ୟୁକ୍ରେନ ପ୍ରଫେସର ଏପରି ବ୍ୟବହାର କରୁଛନ୍ତି କିନ୍ତୁ ଯେତେବେଳେ ଭାରତୀୟ ଛାତ୍ର ଛାତ୍ରୀ ୟୁକ୍ରେନ ଯିବେ ସେତେବେଳେ ସେମାନେ ଆମ ଭାରତୀୟମାନଙ୍କୁ ଟାର୍ଗେଟ କରି ପାରନ୍ତି। ଯେଉଁମାନେ ଏମବିବିଏସ ଏବଂ ବିଡିଏସ ଡିଗ୍ରୀ କରୁଛନ୍ତି, ସେମାନେ ପ୍ରାକ୍ଟିକାଲ କରିବା ଜରୁରୀ ଅଟେ। ସେଥିପାଇଁ ଭାରତ ପୋଲାଣ୍ଡ ଏବଂ କିଛି ପାଖ ପଡୋଶୀ।
ରାଜ୍ୟ ସହିତ ଏ ସମ୍ପର୍କରେ କଥା ହୋଇଛି, ଯେଉଁଠାରେ କି ସେମାନେ ଅବଶିଷ୍ଟ ଡିଗ୍ରୀ ପୂରଣ କରି ପାରିବେ। କୌଣସି ଦେଶ ସମ୍ପୂର୍ଣ୍ଣ ଭାବରେ ଏଥିପାଇଁ ରାଜି ହୋଇ ନାହାନ୍ତି କିନ୍ତୁ ରୁଷିଆ ଏଥିପ୍ରତି ନିଜର ତତ୍ପରତା ଦେଖାଇଛି। ସେ କହିଛି ଯେ, ଯୁଦ୍ଧ ସମୟରେ ୟୁକ୍ରେନରେ ଫେରିଥିବା ଭାରତୀୟ ଛାତ୍ର ଛାତ୍ରୀମାନଙ୍କୁ ରୁଷିଆ ଏହା ଅଧୀନରେ ଡିଗ୍ରୀ ହାସଲ କରିବାର ସୁଯୋଗ ଦେବ। ଏହି ଛାତ୍ର ଛାତ୍ରମାନଙ୍କୁ ରୁଷିଆରେ ଅତି ସମ୍ମାନର ସହିତ ପଢ଼ା ଯିବ। ଋଷିଆନ ୟୁନିଭରସିଟି ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ର ଛାତ୍ରୀମାନଙ୍କ ଏହି ଅଫର ଦେଇଛି। ଏହା ଦ୍ୱାରା ସେମାନେ ତାଙ୍କ ଇଚ୍ଛା ମୁତାବକ ରୁଷିଆର ଯେ କୌଣସି କଲେଜରେ ନିଜ ଡିଗ୍ରୀ ସମ୍ପୂର୍ଣ୍ଣ କରି ପାରିବେ। ଏଥିପାଇଁ ତାଙ୍କୁ ଭାରତରେ ଥିବା ଋଷିଆନ ଆମ୍ବାସିରେ କିଛି ସାର୍ଟିଫିକେଟ ସହିତ ତାଙ୍କ ପୂର୍ବ ବର୍ଷର ମାର୍କସିଟ ଦାଖଲ କରିବାକୁ ପଡିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।