ରୁଷ ଓ ଭାରତ ମଧ୍ୟରେ ସମ୍ପର୍କ ବହୁତ ଭଲ ରହିଛି। ଏହା ମଧ୍ୟରେ ଆପଣ ଜାଣିଥିବେ ଅଳ୍ପ ଦିନ ତଳେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଭାରତ ଗ୍ରସ୍ତରେ ଆସିଥିଲେ ଓ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ମଧ୍ୟରେ ଅନେକ ଚୁକ୍ତି ଉପରେ ଆଲୋଚନା ହୋଇଥିଲା। ଏହା ସହିତ ଏସ-୪୦୦ ଚୁକ୍ତିକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ନିବିଡ କରିବ ବୋଲି ରୁଷର ରାଷ୍ଟ୍ରଦୂତ ରୌମନ ବାବୁସିକନ କହିଛନ୍ତି।

ସେ କହିଛନ୍ତି” ଯଦି ଭରତ ପରି ଦେଶ ଏସ -୪୦୦ କିଣିବ ଏହାର ଅର୍ଥ ରୁଷର କୌଶଳ କ୍ଷମତା କେତେ ଉନ୍ନତ ମାନର ତାହା ଜଣା ପଡୁଛି। ଏହା ସହ ଏସ-୪୦୦ ମାତ୍ର ମାସେ ଭିତରେ ଭାରତ ପହଁଚିଯିବ। ରାଷ୍ଟ୍ରପତି ପୁତିନ ଗୋଟେ ଦିନ ଭାରତ ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅନେକ ଆଲୋଚନା କରିଛନ୍ତି ଯାହା ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱ ଆହୁରି ବଢ଼ାଇବ”।
ସେ ଆଗକୁ କହିଥିଲେ ରାଷ୍ଟ୍ରପତି ପୁତିନ ମାତ୍ର ଗୋଟେ ଦିନ ଗ୍ରସ୍ତରେ ଯାଇଥୁବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅଳ୍ପ ସମୟ କଥା ହୋଇଥିଲେ ଯାହା ଦ୍ୱାରା ଆଉ କିଛି ବାକିଥିବା ଚୁକ୍ତି ଆସନ୍ତା ବର୍ଷ ସ୍ବାକ୍ଷର ହେବ। ଆପଣଙ୍କୁ କହିରଖିବୁକି ଏସସିଓରେ ରୁଷ ଭାରତକୁ ସର୍ଵଦା ସମର୍ଥନ କରୁଛି। ଦୁଇ ଦେଶ ମଧ୍ୟରେ ଭଲ ବନ୍ଧୁତ୍ୱ ରହିଛି।

ଆପଣଙ୍କୁ ଏହା ମଧ୍ୟ କହିରଖିବୁ ଆମେରିକା ଏହା ପୂର୍ବରୁ ଏସ-୪୦୦ ଭାରତ କିଣିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା ବୋଲି ବିଶେଷ ରିପୋର୍ଟରୁ ଜଣା ଯାଉଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।