ବଡ଼ ଖବର: ଭାରତର ସଫଳତା! ଛାନିଆ ତୁର୍କୀ? ଜୋର ଧରିଲା ଖବର , ପଢନ୍ତୁ ସ୍ପେଶାଲ ରିପୋର୍ଟ

ଭାରତର ଗହମ ତୁର୍କୀ କିଣିବା ନେଇ ଅନେକ ମିଛ କଥା ବାହାର କରିଥିଲା। ଗହମର ଗୁଣବତ୍ତା ଭଲ ନଥିବା କହି ତୁର୍କୀ ଭାରତର ଗହମକୁ ନିଜ ଦେଶରୁ ଫେରାଇ ଦେଇଥିଲା। ଫଳରେ ଏଥିରେ ଭାରତର କ୍ଷତି ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ସୌଭାଗ୍ୟର କଥା ଯେ, ଭାରତ ପାଇଁ ଏହାର ଦୁଇ ଗୁଣ ଲାଭ ହୋଇଛି।

Google

କିଛି ଦେଶକୁ ଗହମ ରପ୍ତାନୀ କରାଯାଉଥିଲା। ଏହା ମଧ୍ୟରେ ତୁର୍କୀ ମଧ୍ୟ ରହିଛି। ଭାରତର କିଛି ଅଧିକାରୀଙ୍କ କହିବା ଅନୁସାରେ ଏହି ଗହମ ମେ ମାସ ୧୩ ତାରିଖ ପୂର୍ବରୁ ପଠା ଯାଇଥିଲା। ଏହାର ପରବର୍ତ୍ତୀ ସମୟରେ ମେ ୧୩ ରେ ଗହମ ରପ୍ତାନୀ ଉପରେ ରୋକ ଲଗାଇ ଦିଆଯାଇଥିଲା। ତୁର୍କୀ ବିନା କୌଣସି କାରଣରେ ଭାରତର ଗହମକୁ ଖରାପ ବୋଲି କହି ଭାରତକୁ ଅପମାନ କରିଛି। କୌଣସି କାରଣ ନ ଥାଇ ଭାରତର ଗହମକୁ ଫାଇଟୋ ସାନିଟାରୀ ସାର୍ଟିଫିକେଟ ନ ଦେବା ତୁର୍କୀ ସରକାରଙ୍କ ଏକ ଚାଲ ଅଟେ ବୋଲି ଭାରତ ଜାଣି ପାରିଛି। ଏ ସମ୍ପର୍କରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ଭାରତ ସରକାର କହିଛନ୍ତି।

ଏହାପରେ ଭାରତୀୟ ନିବେଶକମାନେ ଏକଥା ନେଇ ଚିନ୍ତିତ ହୋଇ ଯାଇଥିଲେ ଯେ, ଭାରତୀୟ ଗହମକୁ ଅନ୍ୟ ଦେଶମାନେ ମଧ୍ୟ ଖରାପ ମାନର କହି ଫେରାଇ ଦେଇ ପାରନ୍ତି। ତେବେ ଅନ୍ୟ ଦେଶଗୁଡିକରୁ ଭାରତର ଗହମ କିଣିବା ନେଇ ଆଶା ପ୍ରକଟ ହେବା ଆଉ ସମ୍ଭବ ନୁହେଁ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ଅନେକ ବିଦେଶୀୟ କମ୍ପାନୀ ଭାରତରୁ ଅଧିକ ମାତ୍ରାରେ ଗହମ କିଣିବାର ଲାଗିଛନ୍ତି। ଏହାପରେ ଗହମକୁ ଦେଶର ବଡ଼ କାରଖାନାରେ ପେଶା ଯାଉଛି ଏବଂ ଏହାପରେ ଏହାକୁ ଖାଦ୍ୟ ଉପଯୋଗୀ ଅଟାରେ ପରିଣତ କରି ପ୍ୟାକେଟରେ ଭର୍ତ୍ତି କରାଯାଇ ବିଭିନ୍ନ ଖାଦ୍ୟ ସାମଗ୍ରୀ ଦୋକାନ, ହୋଟେଲ ଆଦିକୁ ପଠା ଯାଉଛି। ଏହାକୁ ମଧ୍ୟ ବ୍ରେଡ଼, ପିଜା, ବିସ୍କୁଟସ୍ ଆଦିରେ ମଧ୍ୟ ବ୍ୟବହାର କରାଯାଉଛି।

ଆଶ୍ଚର୍ଯ୍ୟର କଥା ଯେ, ଭାରତ ସରକାର ଗହମ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି। କିନ୍ତୁ ସେ ଅଟା ରପ୍ତାନୀ ଉପରେ ରୋକ ଲଗାଇ ନାହାନ୍ତି। ଏହାର ଅର୍ଥ ଏହା ଯେ, ଯଦି ଭାରତୀୟ କମ୍ପାନୀ ଗହମରୁ ଅଟା ବାହାର କରି ଏହାକୁ ଅନ୍ୟ ଦେଶକୁ ରପ୍ତାନୀ କଲେ, ତେବେ ଏହା ଦ୍ୱାରା ଭାରତର ଶ୍ରମିକ, କାରଖାନା , ପରିବହନ ବିଭାଗ ସମସ୍ତେ ଅନେକ ମାତ୍ରରେ ଲାଭବାନ ହେବେ। ସାଧାରଣତଃ ସବୁ ବର୍ଷ ଏହି ସମୟରେ ଭାରତ ୬ ରୁ ୮ ହଜାର ଟନ ଗହମ ରପ୍ତାନୀ କରୁଥିଲା। କିନ୍ତୁ ଏହି ବର୍ଷ ୬୦ ରୁ ୮୦ ହଜାର ଟନ ଗହମ ରପ୍ତାନୀ କରାଯାଇ ସାରିଛି। ଗହମ ସ୍ଥାନରେ ଅଟା ବିକ୍ରୀ କରି ଭାରତ ବର୍ତ୍ତମାନ ଅଧିକ ଲାଭବାନ ହେଉଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *