ବଡ଼ ଖବର: ତାଲିବାନ ସହ କଥା ହେଲା ଭାରତ, କହିଲା ଆଫଗାନିସ୍ତାନ ଜମି ଭାରତ ବିପକ୍ଷରେ ହେବନି ବ୍ୟବହାର

ବର୍ତ୍ତମାନ ଏକ ବଡ଼ ଖବର ଯାହା ହେଉଛି ଆପଣ ଜାଣିଥିବେ ଏବେ ଆଫଗାନିସ୍ତାନରେ ତାଲିବାନ କବ୍ଜାକରିସାରିଛି। ଓ ଏବେ ତାଲିବାନ ସହ ଭାରତର ପ୍ରଥମ ବୈଠକ ହୋଇଛି ଯାହାର ସୂଚନା ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଦେଇଛି। ଆପଣଙ୍କୁ କହିରଖିବୁ ଆଫଗାନିସ୍ତାନରେ ଅନେକ ଭାରତୀୟ ଫସିରହିଛନ୍ତି ଯାହାଙ୍କୁ ଆଣିବା ପାଇଁ ଏହି ବୈଠକ ଦୁଇ ଦେଶ ମଧ୍ୟରେ ବସିଥିଲା। ୩୧ରେ କତରରେ ଭାରତ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ତାଲିବାନର ଦୋହା ରାଜନୈତିକ କାର୍ଯ୍ୟାଳୟର ପ୍ରମୁଖ ଶେର ମହମ୍ମଦ ଅବ୍ବାସଙ୍କୁ ସାକ୍ଷାତ କରିଥିଲେ ଓ ବୈଠକ ହୋଇଥିଲା।

Google

ଆଫଗାନିସ୍ତାନରେ ଯେହେତୁ ଅନେକ ଭାରତୀୟ ଫସିରହିଛନ୍ତି ସେମାନଙ୍କୁ ସହକୁଶଳ ଭାବେ କିପରି ଭାରତକୁ ଅଣାଯିବ ସେହି ବିଷୟରେ ବାର୍ତ୍ତାଳପ ହୋଇଥିଲା ଓ ଏହା ସହ ଯେପରି ଭାରତ ସହ କୌଣସି ପ୍ରକାର ଆତଙ୍କତବାଦ କାର୍ଯ୍ୟ ପାଇଁ ଆଫଗାନିସ୍ତାନ ମାଟିକୁ ବ୍ୟବହାର ନହେଉ ଏହା ନେଇ ଦୀପକ ମିତ୍ତଲ ତାଲିବାନକୁ କହିଦେଇଥିଲେ। ଏହାର ପ୍ରତି ଉତ୍ତରରେ ତାଲିବାନର ରାଷ୍ଟ୍ରଦୂତ ଶେଖ ମହମ୍ମଦ କହିଛନ୍ତିକି ଚିନ୍ତା କରିବାର ନାହିଁ ଏପରି କୌଣସି କାର୍ଯ୍ୟ ହେବ ନାହିଁ।

ତାଲିବାନ ଆଫଗାନିସ୍ତାନ କବ୍ଜା କରିବା ପରେ ଭାରତ ସହ ସମ୍ପର୍କ ରଖିବାକୁ ଚାହୁଁଛି ଓ ସେମାନେ ଏହା ଚାହୁଁଛନ୍ତିକି ଭାରତ ଏକ ଭଲ ବନ୍ଧୁ ଦେଶ ଅଟେ ତେଣୁ ସେମାନେ ଭାରତ ସହ ମିତ୍ରତା ସ୍ଥାପନ କରିବାକୁ ଚାହୁଁଛନ୍ତି। ସେମାନେ ଏହା ସହ ଭାରତର ସବୁ ପ୍ରକଳ୍ପକୁ ମଧ୍ୟ ମଜୁରୀ ଦେବେ ଓ ଦୁଇ ଦେଶ ମିଶି ବାଣିଜ୍ୟ କରିବ ବୋଲି ସେମାନେ ଆଶା ରଖିଛନ୍ତି। ତାଲିବାନ ସିଧା କହିଛିକି ଆଫଗାନିସ୍ତାନର ଜମି ଆମେ କୌଣସି ଦେଶ ପାଇଁ ଖରାପ ବାଟେ ବ୍ୟବହାର କରିବୁ ନାହିଁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *