ୟୁକ୍ରେନ ଉପରେ ଅନେକ ଦେଶ ବିରୁଦ୍ଧରେ, କିନ୍ତୁ ଭାରତ ଛାଡୁନାହିଁ ଋଷର ହାତ! ଭାରତ ରହୁଛି ନ୍ୟୁଟ୍ରାଲ!

ବ୍ୟୁରୋ ରିପୋର୍ଟ: ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ଦ୍ୱାରା ପ୍ରାୟ ଦୁନିଆ ସାରା ଏକ ଭୟଙ୍କର ବାତାବରଣ ସୃଷ୍ଟି କରିଛି। ଶୁକ୍ରବାରକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷର ରାଷ୍ଟ୍ରପତି ପୁତିନ ଓ ତାଙ୍କର ବିଦେଶ ମନ୍ତ୍ରୀ ସର୍ଗେଇ ଲାଵରୋବଙ୍କ ଉପରେ ପ୍ରତିବନ୍ଧ ଲଗାଇ ଋଷ ଉପରେ ପ୍ରେସର ପକାଇବା ପାଇଁ ଚେଷ୍ଟା କରିଛି।

Google

ଋଷ ବିପକ୍ଷରେ ୟୁଏନଏସସିରେ ଭୋଟିଙ୍ଗରେ ଭାରତ ଦେଖାଇଲା କୁଲ:

ୟୁକ୍ରେନରେ ଋଷର କାର୍ଯ୍ୟଉପରେ ପଶ୍ଚିମ ଦେଶରେ ବଢୁଥିବା ପ୍ରତିକ୍ରିୟାରେ ଭାରତକୁ ଏକ ସାବଧାନ ସ୍ଥିତିରେ ଆଣି ଛିଡା କରିଦେଇଛି। ଭାରତର ମସ୍କୋ ସହିତ ଐତିହାସିକ ଘନିଷ୍ଟ ସମ୍ପର୍କ ଅଛି ଓ ସେ ଋଷ ଅସ୍ତ୍ରଶସ୍ତ୍ରର ପ୍ରମୁଖ କିଣାବିକା ଅଟେ। ଏଥିପାଇଁ ଭାରତ ଏବେ ପର୍ଯ୍ୟନ୍ତ ପଶ୍ଚିମ ଦେଶ ଓ ଆମେରିକା ଦ୍ଵାରା ଋଷ ଲଗାଯାଇଥିବା ପ୍ରତିବନ୍ଧକ ଠୁ ଦୂରରେ ଅଛି।

ଶୁକ୍ରବାରକୁ ଭାରତର ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ପ୍ରସ୍ତାବ ସମୟରେ ମତଦାନ ସମୟରେ ଭାଗ ନେଇନଥିଲା। ଯେଉଁଥିରେ କୁହାଯାଇଥିଲାକି ଦେଶ ସୁମୁହ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ସବୁଠୁ ମଝବୁତଶବ୍ଦରେ ନିନ୍ଦା କରୁଛି। ଏହି ପସ୍ତାଵରେ ଋଷ ସୈନ୍ୟଙ୍କୁ ଫେରିଆସିବାକୁ ଦାବି କରାଯାଇଥିଲା। ନୂଆ ଦିଲ୍ଲୀକୁ ଏହି କଥାର ଆଭାସ ଅଛି କି ଆମେରିକାର ପ୍ରତିବନ୍ଧ ଦ୍ଵାରା ଭାରତ ଉପରେ ଏହାର ପ୍ରଭାବ ପଡିପାରେ।

 

ଏସଆଇପିଆରଆଇର ରିପୋର୍ଟ ଅନୁସାରେ ଋଷ ପୂର୍ଵ ତିନିଦଶକରୁ ଭାରତକୁ ଅସ୍ତ୍ର ଶସ୍ତ୍ର ରପ୍ତାନି କରିଆସୁଛି। ଏସଆଇପିଆରଆଇର ରିପୋର୍ଟରୁ ଜଣାପଡୁଛି ପୂର୍ଵ କିଛି ବର୍ଷରୁ ଋଷର ଅସ୍ତ୍ର ଶସ୍ତ୍ର ଉପରେ ଭାରତର ନିର୍ଭରତା କମିଛି। କାରଣ ନିଜେ ଅନେକ ଅସ୍ତ୍ର ଶସ୍ତ୍ର ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି। ପୂର୍ଵ ୧୫ ବର୍ଷରୁ ଭାରତ ଅସ୍ତ୍ର ଶସ୍ତ୍ର ପାଇଁ ଆମେରିକା, ଫ୍ରାନ୍ସ ଓ ଇଜରାଇଲ ଆଡ଼କୁ ଅଧିକ ବଢିଛି।

ଅସ୍ତ୍ର ଶସ୍ତ୍ର କିଣିବା ପାଇଁ ଋଷ ଭାରତର ପ୍ରଥମ ପସନ୍ଦ:

କିନ୍ତୁ ୧୫ ଲକ୍ଷର ମଝବୁତ ଭାରତୀୟ ସେନା ଉପଯୋଗ କରାଯାଉଥିବା ୬୦% ଅସ୍ତ୍ର ଶସ୍ତ୍ର ଏବେ ମଧ୍ୟ ପ୍ରାୟ ଋଷର ଅଟେ। ଡେଟା ଦ୍ଵାରା ଜଣାପଡୁଛିକି ୨୦୧୬-୨୦୨୦ ମଧ୍ୟରେ ଭାରତର କେତେ ଅସ୍ତ୍ର ଶସ୍ତ୍ରର କିଣା ହୋଇଥିବା ଦେଶ ଋଷ ଅଟେ। ଭାରତୀୟ ସେନା ୩ ହଜାରରୁ ଅଧିକ ଯୁଦ୍ଧ ଟ୍ୟାଙ୍କ ୯୦% ରୁ ଅଧିକ ରୁସି ଟି-୭୨,ଓ ଟି-୯୦ଏସ ଅଟେ। ଭାରତ ଆଉ ୪୬୪ ଋଷି ଟି-୯୦ଏମଏସ ଟ୍ୟାଙ୍କ କିଣିବା ପାଇଁ ଋଷ ସହିତ କଥା ହେଉଛି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଉଛି।

Google

ଭାରତ ଅସ୍ତ୍ର ଶସ୍ତ୍ର ପାଇଁ ଆମେରିକା, ଫ୍ରାନ୍ସ ଓ ଇଜରାଇଲ ଆଡ଼କୁ ବଢୁଛି ସତ କିନ୍ତୁ ଅସ୍ତ୍ରଶସ୍ତ୍ର କିଣା ପାଇଁ ଏବେ ମଧ୍ୟ ଋଷ ଭାରତର ପ୍ରଥମ ପସନ୍ଦ ଅଟେ। ଆପଣଙ୍କୁ କହିରଖିବୁ ପୂର୍ଵରୁ ପାକିସ୍ତାନ ସହ ବିବାଦରେ ଋଷ ଭାରତକୁ ସମର୍ଥନ କରିଆସୁଛି। ଅତୀତରେ ଭାରତ ପାକିସ୍ତାନ ସହ କାଶ୍ମୀର ବିବାଦରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଭୋଟରେ ଭାରତ ଋଷ ଉପରେ ନିର୍ଭର କରିଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *