ବ୍ୟୁରୋ ରିପୋର୍ଟ: ବିଦେଶରେ UPI ସେବାର ଚାହିଦା ବଢୁଛି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି। ତେବେ କେତେକ ଦେଶରେ ଏହି ସେବା ଉପଲବ୍ଧ ଥିବା ବେଳେ ଫ୍ରାନ୍ସରେ ଉପଲବ୍ଧ ହେବା ବି ଏକ ବଡ଼ ସଫଳତା। ଭୁଟାନ ,ୟୁଏଇ, ସିଙ୍ଗାପୁର ଓ ନେପାଳରେ ଏହି ସେବା ଉପଲବ୍ଧ।

ଫ୍ରାନ୍ସରେ UPI ଓ ରୁପେ କାର୍ଡ ସେବା ଜଲଦି ଉପଲବ୍ଧ ହେବ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ଯିଏକି କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ। ଏଥିନିମନ୍ତେ ନ୍ୟାସନାଲ ପେମେଂଟସ କର୍ପୋରେସନ ଅଫ ଇଣ୍ଡିଆ ଆନ୍ତର୍ଜାତୀୟ ଆର୍ମ ଫ୍ରାନ୍ସର ଲାଇରା ସହ ନେଟୱାର୍କ ଅନୁବନ୍ଧିତ ହୋଇଛି। ବିଶେଷ ରିପୋର୍ଟରୁ ଜଣା ଯାଇଛି କି ମାସକୁ ଭାରତରେ UPI କାରବାର ୫୫୦ କୋଟି ହେଉଛି।

ଏହା ଭାରତ ପାଇଁ ଏକ ବଡ଼ ସଫଳତା ଅଟେ। ଭାରତର ପେମେଂଟ ପ୍ରଣାଳୀ ଏଯାଏ ସିଙ୍ଗାପୁର, ଭୁଟାନ, ୟୁଏଇ, ନେପାଳ ଦେଶରେ ଉପଲବ୍ଧ ଅଟେ । ତେବେ ଭାରତୀୟ ପର୍ଯ୍ୟଟକ ମାନେ ପ୍ରାନ୍ସ ଗ୍ରସ୍ତ ବେଳେ ସହଜରେ ପେମେଂଟର କାର୍ଯ୍ୟକାରୀ କରିପାରିବେ ଯାହା ଏନପିସିଆଇ ଇଣ୍ଟରନେସ୍ନାଲ ଓ ଲାଇରା ନେଟୱାର୍କ ବୁଝାମଣା ଦ୍ଵାରା ହୋଇଛି।
ଏବେକା ସମୟରେ UPI କାରବାର ଅନେକ ଭାବରେ ସାହାଯ୍ୟ କରୁଛି ବୋଲି ଫ୍ରାନ୍ସରେ ଥିବା ଭାରତର ରାଷ୍ଟ୍ରଦୂତ ଜାୱେଦ ଅସରଫ କହିଛନ୍ତି। ସେ ନିଜର ଏକ ଅନୁଭବ ବି ସେୟାର କରିଛନ୍ତି ଓ କହିଛନ୍ତି ଥରେ ତାଙ୍କୁ ଡ଼ାକ୍ତରଙ୍କୁ ପାଉଣା ଦେବାକୁ କ୍ୟାସ କିମ୍ବା ଚେକ ନଥିଲା। ଡ଼ାକ୍ତର ତାଙ୍କୁ କ୍ୟାସ କିମ୍ବା ଚେକରେ ପେମେଂଟ ଦେବାକୁ କହିଥିଲେ। ଓ ତାଙ୍କୁ ATM ରୁ ଟଙ୍କା ଉଠାଇବାକୁ ହୋଇଥିଲା। ତେବେ ଏବେ ଏମିତି ହେବା (UPI ଫ୍ରାନ୍ସକୁ ଆସିବା) ଦ୍ଵାରା ସେହିଭଳି ସିଚୁଏସନର ବିକଳ୍ପ ହୋଇପାରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।