ଜିଓ ସିମ ୟୁଜର୍ସଙ୍କ ପାଇଁ ଆସିଲା ଖୁସି ଖବର, ୧ ଟଙ୍କା ପ୍ଲାନରେ ମାସେ ପର୍ଯ୍ୟନ୍ତ ପାଇବେ ଏହି ସୁବିଧା, ଜାଣନ୍ତୁ ପୁରା ଖବର

ରିଲିଆନ୍ସ ଜିଓ କମ୍ପାନୀ ସବୁଠୁ କମ ଟଙ୍କାରେ ଅନେକ ସୁବିଧା ଦେଇଥାଏ କିନ୍ତୁ ଡିସେମ୍ବର ଆରମ୍ଭରୁ ଜିୟୋ ନିଜର ପ୍ଲାନ୨୦% ବଢ଼ାଇଦେବା ପରେ ଗ୍ରାହକଙ୍କ ମନରେ ଅସନ୍ତୋଷ ଦେଖାଯାଇଥିଲା। ପୁଣି ଜିଓ ନିଜ ଗ୍ରାହକ ମାନଙ୍କ ପାଇଁ ଖୁସି ଖବର ନେଇକି ଆସିଛି। ପୁର୍ବରୁ କିମ୍ବା ଏବେ ପର୍ଯ୍ୟନ୍ତ ଏପରି ପ୍ଲାନ ଅନ୍ୟ କୌଣସି ସିମ ଦେଇନାହିଁ ଯାହା ଜିଓ ଲଞ୍ଚ କରିଛି।

ଏତେ ଶସ୍ତା ପ୍ଲାନ ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଏହି ପ୍ଲାନ ମାତ୍ର ୧ ଟଙ୍କାର ଅଟେ। ଏହା ସହ ଏହି ପ୍ଲାନଟି ମାଇ ଜିଓ ଆପରେ ମଧ୍ୟ ସାମିଲ କରାଯାଇଛି। ଏଥିରେ ସେହି ବ୍ୟକ୍ତି ବେସି ଲାଭଦାୟକ ହେବେ ଯେଉଁମାନେ କମ ଖର୍ଚ୍ଚରେ କେବଳ ଜିଓ ସିମକୁ ଆକ୍ଟିଭ ରଖିବାକୁ ଚାହୁଁଛନ୍ତି। ଏହା ମାତ୍ର ୧ ଟଙ୍କାର ପ୍ଲାନ ଏଥିରେ ଆପଣ କଲିଂ କିମ୍ବା ମ୍ୟାସେଜ ସେବା ପାଇବେନି କେବଳ ୧ ଯିବି ଡାଟା ୩୦ ଦିନର ଭ୍ୟାଲିଡିଟି ସହ ପାଇବେ। ଡାଟା ଯେବେ ସରିବ ନେଟର ସ୍ପିଡି ୬୦ କେବିପିଏସକୁ ଆସିଯିବ।

Google

ଏତେ ଶସ୍ତା ପ୍ଲାନ ଉପଲବ୍ଧ କରି ଜିଓ କମ୍ପାନୀ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ଏପରି ଏକ ପ୍ଲାନ କେହି ଭାବିନଥିଲେ କି ଦେଇନଥିଲେ। ଏହା ଦେଶର ସବୁଠୁ କମ ଦାମର ପ୍ଲାନ ଅଟେ।ଏହା ସହ ଜିଓ କମ୍ପାନୀର ୧୦ ଟଙ୍କା ଓ ୨୦ ଟଙ୍କାର ପ୍ଲାନ ମଧ୍ୟ ଥିବା ଆପଣ ଜାଣିଥିବେ। ୧୦ ଟଙ୍କାର ପ୍ଲାନରେ ବିନା ଭ୍ୟାଲିଡିଟିରେ ୭.୪୭ ଟଙ୍କା ଟକଟାଇମ ଆସିଥାଏ ଓ ସେହିପରି ୨୦ ଟଙ୍କାର ପ୍ଲାନରେ ମଧ୍ୟ ସେହିପରି ବିନା ଭ୍ୟାଲିଡିଟିରେ କେବଳ ୧୪.୯୫ ଟକଟାଇକ ଆସିଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *