ବଡ଼ ଖବର: କ୍ରୁନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ, ଟିମ ଇଣ୍ଡିଆର ଚିନ୍ତା ବଢ଼େଇଲେ ଏହି ୮ ଜଣ

କ୍ରୁନାଲ ପାଣ୍ଡ୍ୟା ପଜେଟିଭ ମିଳିବାରୁ ଏବେ ସେ ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ସିରିଜରୁ ବାହାର ହୋଇଯାଇଛନ୍ତି। କହିରଖିବୁକି କ୍ରୁନାଲ ପାଣ୍ଡ୍ୟା କୋଭିଡ ପଜେଜିଭି ମିଳିବା ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ କୁ ନେଇ ସ୍ଥଗିତ କରିଦିଆଯାଇଛି। କ୍ରୁନାଲ ପାଣ୍ଡ୍ୟା ମଙ୍ଗଳବାରକୁ ପଜେଟିଭି ମିଳିଥିଲେ ଯାହା ପରେ ଦ୍ୱିତୀୟ ଟି-୨୦ କୁ ମଙ୍ଗଳବାରକୁ ସ୍ଥଗିତ କରିଦିଆଯାଇ ବୁଧବାରକୁ ହେବାକୁ ଘୋଷଣା କରାଯାଇଥିଲା। ଏବେ କ୍ରୁନାଲ ୭ ଦିନର ଆଇସୋଲେସନରେ ରହିବେ ଯେଉଁଥିପାଇଁ ସେ ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ସିରିଜରୁ ବହାର ହୋଇଯାଇଛନ୍ତି।ଶ୍ରୀଲଙ୍କାର ସ୍ୱାସ୍ଥ୍ୟ ସୁରକ୍ଷା ପ୍ରୋଟୋକଲ ଅନୁସାରେ କୁନାଲ ବାକି ଟିମ ସହିତ ୩୦ ଜୁଲାଇକୁ ସ୍ବଦେଶ ଫେରିପାରିବେ ନାହିଁ। ତାଙ୍କୁ ୭ ଦିନର ଆଇସୋଲେସନ ପିରିୟଡ଼ ପୁରା କରିବାକୁ ହିଁ ହେବ ଓ ଏହା ପରେ ରିପୋର୍ଟ ନେଗେଟିଭ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ବୋଲି ଜଣା ଯାଇଛି।

Google

କହିରଖିବୁକି ଏବେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଏବେ ବୁଧବାରକୁ ହେବ ଓ ତୃତୀୟ ମ୍ୟାଚ ଗୁରୁବାରକୁ ହେବ। ଏହି ସିରିଜ ହେବ କାରଣ ଆଉ ଖେଳାଳି ପିଜେଟିଭ ମିଳିଲେ ମଧ୍ୟ ଭାରତ ପାଖରେ ଆଉ ଅନେକ ଖେଳାଳି ଅଛନ୍ତି। କ୍ରୁନାଲ ମଙ୍ଗଳବାରକୁ ପଜେଟିଭ ମିଳିଥିଲେ ଓ ଏବେ ସେ ଆଇସୋଲେସନରେ ଅଛନ୍ତି। ପୁରା ଟିମର ଆରଟିପିସିଆର ଟେଷ୍ଟର ଅପେକ୍ଷା ରହିଛି।

ଭାରତ ଶ୍ରୀଲଙ୍କା ଟି-୨୦ ସିରିଜର ସିଡ୍ୟୁଲ ବଦଳିଲା: ବିସିସିଆଇ ସଚିବ ଜୟ ସାହା କହିଛନ୍ତି,”ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ୨୭ ଜୁଲାଇକୁ ହେବାକୁ ଥିଲା ଯାହା ଏବେ ଏକ ଦିନ ବଢି ୨୮ ଜୁଲାଇକୁ ହେବ। ଏହା ସହ ମଙ୍ଗଳବାର ଦିନ ମ୍ୟାଚ ପୂର୍ବରୁ ଯେବେ କୋଭିଡ ଟେଷ୍ଟ କରାଯାଇଥିଲା କୁନାଲ ପାଣ୍ଡ୍ୟାଙ୍କ ରିପୋର୍ଟ ପିଜେଟିଭ ଆସିଥିଲା। ମେଡିକାଲ ଟିମ ମୋଟ ୮ ଜଣ ସଦସ୍ୟ ଚିହ୍ନଟ କରିଛି ଯିଏକି କ୍ରୁନାଲଙ୍କ ସମ୍ପର୍କରେ ଥିଲେ।ଯଦି ସବୁକିଛି ଠିକ ରହିଲା ତେବେ ବୁଧବାରକୁ ମ୍ୟାଚ ହେବ”। ସେହି ଆଠ ଜଣଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଖେଳାଳି ଓ ସେମାନେ ଆଇସୋଲେସନରେ ଅଛନ୍ତି।

Google

ଭାରତୀୟ ଟିମର ଏକ ସଦସ୍ୟ କହିଛନ୍ତି ଆମ ସମସ୍ତଙ୍କ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଆମେ ସମସ୍ତେ ନିଜ ନିଜ ରୁମରେ ଅଲଗା ଅଲଗା ରହିବୁ। ଭାରତ ୨୦ ଜଣିଆ ଟିମ ଓ ୪ ଟେନ ଅଭ୍ୟାସ ଷ୍ଟାଣ୍ଡବାଇ ଖେଳାଳି ଆଣିକି ଆସିଛି। ମ୍ୟାଚ କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ହେବାର ଅଛି।ଏବେ ବୁଧବାର ଓ ଗୁରୁବାରକୁ ଲଗାତର ଦୁଇଟି ମ୍ୟାଚ ହେବ। ଭାରତ ପ୍ରଥମ ଟି-୨୦ ୩୮ ରନରେ ଜିତିଥିଲା। ଏହା ଆଶ୍ଚର୍ଯ୍ୟ ଲାଗୁଛିକି ପୂର୍ବ ଏକ ମାସ ହେବ ବାୟୋବବୁଲରେ ରହିବା ପରେ ମଧ୍ୟ କୁନାଲ କରୋନାରେ କିପରି ଆକ୍ରାନ୍ତ ହେଲେ। ଆପଣଙ୍କୁ କହିରଖିବୁ ଯେଉଁ ୮ ଜଣ ସଦସ୍ୟ କ୍ରୁନାଲ ପାଣ୍ଡ୍ୟାଙ୍କ ସମ୍ପର୍କରେ ଆସିଥିଲେ ସେମାନଙ୍କ ମଧ୍ୟରେ ପୃଥୀ ସ୍ୱ ଓ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅଛନ୍ତି। ସେମାନେ ଆଗାମୀ ମାସରେ ଇଂଲଣ୍ଡ ଯିବାର ଅଛି ଏହା ଦ୍ଵାରା ସେମାନେ ଇଂଲଣ୍ଡ ଯିବାରେ ବାଧାସୃଷ୍ଟି ହୋଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *