ଲତା ମଙ୍ଗେସ୍କରଙ୍କର ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲ ଭିତରେ ଦେହାନ୍ତ ହେଇଯାଇଛି। ତାଙ୍କୁ ପୂର୍ବ ୨୮ଦିନରୁ ହି ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ରଖା ଯାଇଥିଲା। ତାଙ୍କୁ ବହୁତ ଥର ଆଇସିୟୁ ୱାର୍ଡକୁ ଶିଫ୍ଟ କରା ଯାଉଥିଲା ମାତ୍ର ଆଜି ସକାଳୁ ତାଙ୍କ ଅବସ୍ଥା ଟିକେ ଖରାପ ହେଇ ଯାଇଥିଲା ଆଉ ତାଙ୍କୁ ଲାଇଫ ସପୋର୍ଟ ଟେପରେ ରଖା ଯାଇଥିଲା। କହିରଖିବୁ ତାଙ୍କ ଗୀତର ଫ୍ୟାନ ଭାରତବର୍ଷ ଥିଲା। ତାଙ୍କ ସୁମଧୁର ସ୍ୱର ମନ କିଣିନେଇଥାଏ।

୮ ଜାନୁଆରୀରୁ ହି ଭର୍ତ୍ତି ଥିଲେ ଲତା:
ଲତା ମଙ୍ଗେସ୍କରଙ୍କୁ ୮ ଜାନୁଆରୀ ଠାରୁ ହିଁ କୋଭିଡ ତଥା ନିମୁନିଆ ହେବା କାରଣରୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ତାଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରତିତ ସମଧାନୀ ଆଉ ତାଙ୍କ ଟିମ ଲଗାତାର ସ୍ୱର କୋକିଳାଙ୍କର ଚିକିତ୍ସା କରୁଥିଲେ।
ନିତିନ ଗଡ଼କାରୀ ତାଙ୍କୁ ସ୍ୱରପୂର୍ବକ ଶ୍ରଦ୍ଧାଞ୍ଜଳି ଦେଲେ::
ନିତିନ ଗଡ଼କାରୀ ଦେଶର ସଡକ ତଥା ପରିବହନ ମନ୍ତ୍ରୀ ଅଟନ୍ତି ଆଉ ସେ ଭାରତର ସମ୍ମାନୀୟ ତଥା ସ୍ୱର ଜଗତର କୋକିଳା ଲତା ମଙ୍ଗେସ୍କରଙ୍କର ନିଧନରେ ବହୁତ ଅଧିକ ଦୁଃଖ ପ୍ରକାଶ କରିଛନ୍ତି। ନିତିନ ଟ୍ୱିଟ କଲେ ଆଉ କହିଲେ, “ଭାରତ ରତ୍ନ ଲତା ମଙ୍ଗେସ୍କରଙ୍କର ନିଧନ ବହୁତ ଦୁଃଖଦ ଅଟେ ଆଉ ତାଙ୍କର ମୃତ୍ୟୁ ଆମ ଦେଶ ପ୍ରତି ଏକ ବହୁତ ବଡ଼ କ୍ଷତି ଅଟେ। ସେ ସବୁ ସଙ୍ଗୀତକାର ମାନଙ୍କ ପାଇଁ ଏକ ପ୍ରେରଣା ହେଇ ରହିବେ।”
Indian singer Lata Mangeshkar, dubbed "the Nightingale," dies at 92 https://t.co/bMWQ5yTOhW pic.twitter.com/RY9P8mmQKG
— Reuters (@Reuters) February 6, 2022
ଲତା ମଙ୍ଗେସ୍କରଙ୍କର ଡାକ୍ତର କିଛି ସମୟ ଆଗରୁ ହି ତାଙ୍କ ହେଲଥ ଅପଡେଟ ଦେଲେ:
ଲତାଜିଙ୍କର ଚିକିତ୍ସା କରୁଥିବା ଡାକ୍ତର ପ୍ରତିତ ସମଦାନୀ କିଛି ସମୟ ଆଗରୁ ହି ତାଙ୍କ ହେଲଥ ଅପଡେଟ ଦେଲେ। ସେ କହିଲେ କି ଲତାଜିଙ୍କର ସ୍ବାସ୍ଥ୍ୟରେ ଏଯାଏ କିଛି ସୁଧାର ତ ନାହିଁ ଆଉ ତାଙ୍କ ଟିମ ତରଫରୁ ସମ୍ପୂର୍ଣ ଚେଷ୍ଟା ଚାଲିଛି ଆଉ ସେ ଏବେ ବି ଆଇସିୟୁର ଭେଣ୍ଟିଲେଟର ଠାରେ ଅଛନ୍ତି।
୧୩ ବର୍ଷ ବୟସରେ ହିଁ ନିଜର କ୍ୟାରିଅର ଆରମ୍ଭ କରିଥିଲେ:
ଭାରତର ରତ୍ନ ଲତା ମଙ୍ଗେସ୍କର ମାତ୍ର ୧୩ ବର୍ଷ ବୟସରେ ହି ୧୯୪୨ରେ ନିଜର ସଙ୍ଗୀତ କ୍ୟାରିଅର ଆରମ୍ଭ କରିଥିଲେ। ନିଜର ସାତ ଦଶକରୁ ବି ଅଧିକ ସମୟର କ୍ୟାରିଅର ଭିତରେ ସେ ,”ଅଜୀବ ଦାସ୍ତା ହେ ୟେ”, “ପ୍ୟାର କିୟା ତୋ ଡରନା କ୍ୟା”, ଭଳି ଅଭୁଲନିୟ ଟ୍ରାକରେ ନିଜର ଆବାଜ ଦେଇଛନ୍ତି।
Singer Lata Mangeshkar passed away at the age of 92. She was admitted in early January this year after she tested positive for COVID-19. May her soul rest in peace
via @etimes https://t.co/rQvypNpfFc
— The Times Of India (@timesofindia) February 6, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।