ବ୍ୟୁରୋ ରିପୋର୍ଟ: ଆସିଛି ଏକ ବଡ଼ ଖବର। ସରକାରୀ କର୍ମଚାରୀଙ୍କ ନିମନ୍ତେ ବିହାରରେ ରାଜ୍ୟ ସରକାର ନୂଆ ନିୟମ କରିଛନ୍ତି। କର୍ମଚାରୀ ମାନେ ଦ୍ୱିତୀୟ ବିବାହ କଲେ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ଅଟେ ବାଧ୍ୟତାମୂଳକ। ତେବେ ବିଶେଷ ରିପୋର୍ଟ ଅନୁଯାୟୀ ଯଦି ଦ୍ୱିତୀୟ ବିବାହକୁ ବ୍ୟକ୍ତିଗତ ଆଇନ ମୁତାବକ ଅନୁମତି ମିଳିସାରିଛି ହେଲେ ଅନୁମତି ଦେଇନାହାନ୍ତି ରାଜ୍ୟ ସରକାର ,ତେବେ ସ୍ୱୀକୃତି ମିଳିବନି ଏହି ବିବାହକୁ।
ତେବେ ନୀତିଶ କୁମାର ଜାରି କରିଥିବା ଆଦେଶ ଅନୁଯାୟୀ, ପୂର୍ବ ସ୍ୱାମୀ କିମ୍ବା ସ୍ତ୍ରୀ ବଞ୍ଚିଥିବା ଅବସ୍ଥାରେ ଦ୍ୱିତୀୟ ବିବାହକୁ ମିଳିବନି ଅନୁମତି।

ତେବେ ବିନା ଅନୁମତିରେ ବାହା ହୋଇଥିବା ସନ୍ତାନ-ସନ୍ତତି ମାନଙ୍କୁ ଭତ୍ତାଭିତ୍ତିକ ଚାକିରୀ ମିଳିବ ନାହିଁ ବୋଲି ବିଶେଷ ରିପୋର୍ଟ ରୁ ଜଣା ଯାଇଛି। ତେବେ ଯଦି ସରକାରଙ୍କ ଅନୁମତିରେ ଦ୍ୱିତୀୟ ବାହାଘର ହୋଇଥାଏ ତେବେ ଦ୍ୱିତୀୟ ସ୍ତ୍ରୀ ଏବଂ ତାଙ୍କ ପିଲା ଏହି ଲାଭ ପାଇପାରିବେ ଯାହା ସରକାରଙ୍କ ପକ୍ଷରୁ ଦିଆଯାଇଥାଏ। ଯଦି ବିନା ଅନୁମତିରେ ବାହା ହୋଇଥିବା ସରକାରୀ କର୍ମଚାରୀଙ୍କ କାର୍ଯ୍ୟକାଳ ଭିତରେ ଯଦି ଜୀବନ ଯାଏ ତେବେ ବିଶେଷ ରିପୋର୍ଟ ରୁ ଜଣା ଯାଇଛି କି ସେହି ପରିସ୍ଥିତିରେ ଦ୍ୱିତୀୟ ସ୍ତ୍ରୀଙ୍କ ପିଲା ପିତାଙ୍କ ବଦଳରେ ଚାକିରୀ ପାଇଁ ଆବେଦନ କରିପାରିବେ ନାହିଁ।
ତେବେ ସରକାର ପକ୍ଷରୁ ଜାରି କରାଯାଇଥିବା ଏହି ନୂଆ ନିୟମରେ ଫାଷ୍ଟ ସ୍ତ୍ରୀଙ୍କୁ ଅଗ୍ରାଧିକାର ପ୍ରଦାନ କରାଯାଇଛି। ତେବେ ଏହି ପ୍ରକାରର ଆଦେଶ ମଣ୍ଡଳୀୟ ଆୟୁକ୍ତ,ସବୁ ବିଭାଗର ପ୍ରମୁଖ ଡିଜିପି ଓ ସବୁ ଜିଲ୍ଲା ଅଧିକାରୀଙ୍କୁ ପ୍ରଶାସନ ପକ୍ଷରୁ ଦିଆଯାଇଛି ବୋଲି ବିଶେଷ ସୂତ୍ରରୁ ଜଣା ଯାଇଛି।

ତେବେ ଏହା ବି ବିଶେଷ ରିପୋର୍ଟ ରୁ ଜଣା ଯାଇଛି କି ଯଦି କେଉଁ ବି ପରିସ୍ଥିତିରେ ପତିଙ୍କ ସ୍ଥାନରେ ପ୍ରଥମ ସ୍ତ୍ରୀଙ୍କୁ ବାଦ ଦେଇ ଦ୍ୱିତୀୟ ସ୍ତ୍ରୀଙ୍କୁ ନିଯୁକ୍ତି କରିବାକୁ ପଡେ ତେବେ ଫାଷ୍ଟ ସ୍ତ୍ରୀଙ୍କ ଠୁ ଅନାପତ୍ତି ପତ୍ର ଆଣିବାକୁ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।