ଓଲିଉଡ଼ ଅଭିନେତା ମିହିର ଦାସଙ୍କ ପରଲୋକରେ ଦୁଃଖ ପ୍ରକାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି! ପଢନ୍ତୁ ପୁରା ଖବର

ବ୍ୟୁରୋ ନ୍ୟୁଜ: ବର୍ଷ ୨୦୨୧ରେ ଆମେ ଅନେକ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇଦେଇଥିଲେ। ଆପଣ ଜାଣିଥିବେ ଗତ କାଲି ସାରା ପଓଡିଶାବାସୀଙ୍କୁ ଦୁଃଖରେ ଭସାଇ ମହାନ ଅଭିନେତା ମିହିର ଦାସ ଆରପାରିକୁ ଚାଲିଯାଇଥିଲେ। ତାଙ୍କ ମୃତ୍ୟୁରେ ସାରା ଓଲିଉଡ଼ ଜଗତ ଦୁଃଖରେ ଭାଙ୍ଗିପଡିଥିଲା। ସେ ଜଣେ ଲୋକପ୍ରିୟ କଳାକାର ଥିଲେ। ତାଙ୍କ ସୁନ୍ଦର ଅଭିନୟକୁ ଝୁରୁଛନ୍ତି ସମସ୍ତେ।

କହିରଖିବୁ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୩ ବର୍ଷ ବୟସ ହୋଇଥିଲା। ଅନେକ ଦିନ ହେବ ତାଙ୍କ କିଡିନ ସଂକ୍ରମଣ ହୋଇଥିଲା ଓ ସେ ଅସୁସ୍ଥ ଥିଲେ। ଗତ ଡିସେମ୍ବର ୭ ରେ ତାଙ୍କ ଦେହ ଅବସ୍ଥା ଅଧିକ ଖରାପ ହେବାରେ ଲାଗିଥିଲା ଯାହା ଦ୍ୱାରା ତାଙ୍କୁ କଟକର କ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ଡାକ୍ତରମାନଙ୍କ କହିବା ଅନୁସାରେ ଧୀରେ ଧୀରେ ସେ ସୁସ୍ଥ ହେବା ପରିବର୍ତେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରେ ଲାଗିଥିଲା। କିଡନି ସହ ତାଙ୍କ ଅନ୍ୟ ଅଙ୍ଗମାନ ମଧ୍ୟ କାମ କରିବା ବନ୍ଦ କରିଦେଇଥିଲା। ଶେଷରେ କାଲି ଅପରାହ୍ନରେ ସେ ଆମ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ।

ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପ୍ରକାସ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ ଯୋଗେ ଶୋକ ପ୍ରକାସ କରିବା ସହ ତାଙ୍କ ଆତ୍ମାର ଶାନ୍ତି ପାଇଁ ପାର୍ଥନା କରିଛନ୍ତି।ଆପଣଙ୍କୁ କହିରଖିବୁ ୧୯୫୯ ଫେବୃୟାରୀ ୧୫ ରେ ମୟୁରଭଞ୍ଜ ଜିଲ୍ଲାରେ ମିହିର ଦାସ ଜନ୍ମ ହୋଇଥିଲେ । ସେ ପ୍ରଥମ ଥର ୧୯୭୯ ରେ ଓଡ଼ିଆ ଫିଲ୍ମ ଜଗତରେ ପାଦ ଦେଇଥିଲେ। ତାଙ୍କ ଫିଲ୍ମ କ୍ୟାରିଅରରେ ସେ ୧୫୦ ରୁ ଅଧିକ ଫିଲ୍ମ କରିଛନ୍ତି। ଅନେକ ଥର ସେ ସର୍ବଶ୍ରେଷ୍ଠ ଅଭିନୟ ପୁରସ୍କାର ମଧ୍ୟ ପାଇଛଙ୍ଗି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *