ବ୍ୟୁରୋ ରିପୋର୍ଟ: ପୂର୍ବ ବିତମନ୍ତ୍ରୀ ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ। ଆଧିକାରୀକ ଭାବରେ ତାଙ୍କ ନାମର ଘୋଷଣା କରାଯାଇଛି। ଏହା ପୂର୍ବରୁ କଞ୍ଜରବେଟିଭ ପାର୍ଟିର ନେତା ବନିବା ଦୌଡ଼ରୁ ପୂର୍ବ PM ବୋରିସ ଜନସନ ନିଜ ନାମ ଫେରେଇ ନେଇଛନ୍ତି। ଏହା ପରେ ହିଁ ସୁନକଙ୍କ ନାମ ପ୍ରାୟ ପକ୍କା ଅଟେ। ହାଉସ ଅଫ କାମନ୍ସର ନେତା ପେନି ମୋରେଡାନ୍ତ ମଧ୍ୟ ନିଜର ନାମ ଫେରେଇନେଇଛନ୍ତି।
ଏହା ପରେ ସୁନକଙ୍କ ନାମରେ ଶେଷ ଘୋଷଣା ହେଲା। ସେ ବ୍ରିଟେନର ପ୍ରଥମ ଭାରତୀୟ ମୂଳର ପ୍ରଧାନମନ୍ତ୍ରୀ ବନିବେ। ଏହା ପୂର୍ବରୁ ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଇଥିଲେ। ବ୍ରିଟେନ କିଛି ଦିନ ହେବ ଗମ୍ଭୀର ରାଜନୈତିକ ପରିସ୍ଥିତି ଏବଂ ଆର୍ଥିକ ସମସ୍ୟାର ସାମ୍ନା କରୁଛି।
କଞ୍ଜରବେଟିଭ ପାର୍ଟିର କିଛି ସାଂସଦ ଜନସନଙ୍କ ପରେ ଭାରତୀୟ ମୂଳର ସୁନକଙ୍କର ସମର୍ଥନ କରିଥିଲେ। ଏଥିରେ ପୂର୍ବ ଗୃହ ମନ୍ତ୍ରୀ ପ୍ରୀତି ପଟେଲ, କ୍ୟାବିନେଟ ମନ୍ତ୍ରୀ ଜେମ୍ସ ଏବଂ ନଦୀମ ଜହାବୀଙ୍କର ନାମ ସାମିଲ ଥିଲା। ପଟେଲ ଭାରତୀୟ ମୂଳର ପୂର୍ବ ବ୍ରିଟିସ ମନ୍ତ୍ରୀ ଅଟନ୍ତି ଯିଏକି ଲିଜ ଟ୍ରସ୍ ପ୍ରଧାନମନ୍ତ୍ରୀ ବନିବା ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ କହିଥିଲେ କି କଞ୍ଜରବେଟିଭ ପାର୍ଟିକୁ ସୁନକଙ୍କୁ ନେତୃତ୍ୱ ନେବାର ମୌକା ଦେବାର ଥିଲା।
ଋଷି ସୁନକଙ୍କ ଜନ୍ମ ୧୨ ମଇ ୧୯୮୦ କୁ ବ୍ରିଟେନର ସାଉଥଆମ୍ପଟନରେ ହୋଇଥିଲା। ତେବେ ଋଷି ଜଣେ ଭାରତୀୟ ମୂଳର ଅଟନ୍ତି ଯାହା ଆମ ପାଇଁ ଗୌରବର କଥା ଅଟେ। ଋଷିଙ୍କ ଜେଜେବାପା ଓ ଜେଜେମାଆ ଭାରତରୁ ଯାଇ ଆଫ୍ରିକାରେ ବାସ କରିଥିଲେ। ତାହାପରେ ତାଙ୍କ ବାପା ଆଫ୍ରିକାରୁ ବ୍ରିଟେନ ଯାଇଥିଲେ। ଭାରତର ବିଶିଷ୍ଟ ବ୍ୟବସାୟୀ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଥିଲେ ଋଷି ସୁନକ। ୨୦୧୫ ମସିହାରେ ସେ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ, ୨୦୧୭ ରେ ଦ୍ୱିତୀୟ ଥର ସାଂସଦ ହୋଇଥିଲେ, ୨୦୧୯ ରେ ୩ୟ ଥର ପାଇଁ ସାଂସଦ ହୋଇଥିଲେ, ୨୦୧୯ ମସିହାରେ ସେ ଜନସନଙ୍କ ବେଳେ ଅର୍ଥ ମନ୍ତ୍ରୀ ବନିଥିଲେ , ୨୦୨୨ ମସିହାରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ।