କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ପାଖରେ ଦେଖାଯାଉଛି ଏହି ତିନୋଟି ବଡ଼ ଲକ୍ଷଣ! ଜାଣିରଖନ୍ତୁ ଏହି କଥା

ପ୍ରାୟ କିଛି ଦିନ ହୋଇଯିବ କେତେକ ଦେଶକୁ କଲବଲ କରୁଛି କରୋନା ମହାମାରୀ। ଏହାର ଗୋଟେ ପରେ ଗୋଟେ ନୂଆ ଭ୍ୟାରିଏଣ୍ଟା ସାମ୍ନାକୁ ଆସୁଛି। ଦେଶରେ ଟୀକାକରଣ ହୋଇଥିଲେ ମଧ୍ୟ ଏହା କରୋନାକୁ ସମ୍ପୂର୍ଣ ଭାବେ ଅଟକାଇ ପାରୁନାହିଁ। ଏହା ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିଲା କରୋନାର ଆଉ ଏକ ଭୟାନକ ଭ୍ୟାରିଏଣ୍ଟ ଓମ୍ରିକ୍ରନ। ଏହା ଅତି ଭୟାନକ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏହା ମଧ୍ୟରେ ଏହା ପାଖାପାଖି ୨୯ ଟି ଦେଶକୁ ବ୍ୟାପିଗଲାଣି। ଭାରତରେ ମଧ୍ୟ ଏହି ଭ୍ୟାରିଏଣ୍ଟ ବ୍ୟାପିସାରିଲାଣି। ଆପଣଙ୍କୁ କହିରଖିବୁ ଏହି ଭ୍ୟାରିଏଣ୍ଟର କର୍ଣ୍ଣାଟକରେ ଦୁଇ ଜଣ ସଂକ୍ରମଣ ବାହାରିଛନ୍ତି। ଏହା ଏଥିପାଇଁ ଅଧିକ ଭୟାନକ କାରଣ ଏହା ଡେ଼ଲ୍ଟା ଭ୍ୟାରିଏଣ୍ଟ ଠୁ ମଧ୍ୟ ତୀବ୍ର ବେଗରେ ସଂକ୍ରମଣ କରୁଛି ବୋଲି ଜଣା ଯାଇଛି।

Google

ଏବେ ପର୍ଯ୍ୟନ୍ତ ଏହା କେତେ କ୍ଷତି କରିବ ଶରୀରରେ ଏହାର ସମ୍ପୂର୍ଣ ତଥ୍ୟ ଜଣାପଡିନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ପାଇଁ ଗବେଷଣା କରୁଥିବା ବେଳେ ଏଥିପାଇଁ ସତର୍କ ରହିବାକୁ ମଧ୍ୟ କହିଛି। ଏହି ଭ୍ୟାରିଏଣ୍ଟରେ ତିନୋଟି ବଡ଼ ଲକ୍ଷଣ ଦେଖାଯାଉଛି ଯାହା ଦ୍ୱାରା ଆପଣ ଏହା ବିଷୟରେ ଜାଣିପାରିବେ କିଏ ଏଥିରେ ସଂକ୍ରମଣ କି ନାହିଁ।ଏହା ଉପରେ ଅଧିକ ତଥ୍ୟ ଦେଇ ଡାକ୍ତର ଆଞ୍ଜେଲିକ କୋଏତଜି କହିଛନ୍ତି ଏହାର ତିନୋଟି ବଡ଼ ଲକ୍ଷଣ ରହିଛି ଯାହା ହେଉଛି ପ୍ରଥମେ ସଂକ୍ରମଣ ବ୍ୟକ୍ତିକୁ ବହୁତ ଥକିପଡିବା ଭଳି ଲାଗିବ ଶରୀର ଦୃବଳ ହେବାରେ ଲାଗିବ। ଶରୀରର ଭିଭିନ୍ନ ଅଙ୍ଗରେ ପୀଡା ହେବାରେ ଲାଗିବ ଏହା ପରେ ସ୍ୱାଦ ଶକ୍ତି ଓ ଶୁଙ୍ଘିବା ଶକ୍ତି କମିବ। ତେବେ ଦିଆଯାଇଥିବା ଭାକ୍ସିନ ଏହା ଉପରେ କେତେ ପ୍ରଭାବ ଦେଖାଇବ ଏହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରନାହିଁ। କିନ୍ତୁ ଟୀକା ଏହାକୁ ଆମ ଶରୀରରେ ଅଧିକ କ୍ଷତି କରିବାକୁ ଦେବନି ବୋଲି ଅନେକ ବିଶେଷଜ୍ଞ କହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *