ବ୍ୟୁରୋ ରିପୋର୍ଟ: ଗ୍ରୀଷ୍ମ ପ୍ରଭାହ ରାଜ୍ୟରେ ଚାଲିଛି। କିଛି ଦିନ ହେବ ଓଡ଼ିଶାରେ ତାତି ଜଣାଯାଉଛି। ସକାଳର ୧୦ ହେଲେ ଖରା ପ୍ରାୟ ଆରମ୍ଭ ହେଇଯାଉଛି। କେବେ ସୋନପୁର ରେକର୍ଡ କରୁଛି ତ କେବେ ଟିଟିଲାଗଡ଼।
ତେବେ ବିଶେଷ ରିପୋର୍ଟ ଅନୁସାରେ ପଶ୍ଚିମ ଓଡ଼ିଶାରେ ତାତି ରେକର୍ଡ କରାଯାଇଛି। ଟିଟିଲାଗଡ଼ରେ ୪୧.୬ ଡିଗ୍ରୀ, ଅନୁଗୁଳରେ ୪୧.୯, ବଲାଙ୍ଗୀରରେ ୪୨.୫, ଝାରସୁଗୁଡାରେ ୪୨.୪, ବୌଦ୍ଧରେ ୪୨, ସୋନପୁରରେ ୪୨.୧, ସମ୍ବଲପୁରରେ ୪୧.୪ ,ସୁନ୍ଦରଗଡରେ ୪୧, ଭବାନୀପାଟଣାରେ ୪୦.୮, ତାଳଚେରରେ ୪୦.୨ ଓ ହୀରାକୁଦରେ ୪୦.୯ ରେକର୍ଡ କରାଯାଇଛି। ଭୁବନେଶ୍ୱର କଥା ଆଲୋଚନା କରିବା ତ ପାରଦ ୩୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ୩୬.୧ ଡିଗ୍ରୀ ରେକର୍ଡ କରାଯାଇଛି।

ତେବେ ବାରିପଦା ରେକର୍ଡ କହିବା ତ ବିଶେଷ ରିପୋର୍ଟରୁ ଯାହା ଜଣା ଯାଇଛି ବାରିପଦାରେ ପାରଦ ୪୨.୬ ଡିଗ୍ରୀ ରେକର୍ଡ କରା ଯାଇଛି। ଏହା ସହିତ ଏପ୍ରିଲ ୧୧ ତାରିଖରେ ୧୨ ଟି ସହରରେ ଡିଗ୍ରୀ ୪୦ କ୍ରସ କରିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।