ବ୍ୟୁରୋ ରିପୋର୍ଟ: ଡେରିରେ ଏହି ବର୍ଷ ଆସିବ ମୌସୁମୀ। ଓଡ଼ିଶାରେ ଜୁନ ୧୦ ପୂର୍ବରୁ ଆସିବାର ଚାନ୍ସ କ୍ଷୀଣ। କେରଳ ଛୁଇଁବାରେ ଡେରି ହେବ। ତେବେ ବିଶେଷ ରିପୋର୍ଟ ଅନୁଯାୟୀ ଆଗରୁ ଅନୁମାନ କରାଯାଉଥିଲା କି ମୌସୁମୀ ଓଡିଶାକୁ ଜୁନ ପ୍ରଥମ ସପ୍ତାହରେ ଆସିଯିବ। ମାତ୍ର ମୌସୁମୀ ଯେମିତି ଧୀରେ ଆସୁଛି ତେବେ ଜୁନ ପ୍ରଥମ ସପ୍ତାହରେ ରାଜ୍ୟରେ ପ୍ରାକ ମୌସୁମୀ ଚାନ୍ସ ବି କମ। ରାଜ୍ୟରେ ଗରମର ପ୍ରଭାବ ଅନୁଭୂତ ହୋଇପାରେ।
ତେବେ ବିଶେଷ ରିପୋର୍ଟରୁ ପାଣିପାଗ ବିଭାଗଙ୍କ ଅନୁମାନ କି ଜୁନ ପ୍ରଥମ ସପ୍ତାହରର ତାତି ଏହି ବର୍ଷର ରେକର୍ଡ ଭାଂଗିପାରେ। ଓଡ଼ିଶାରେ ୪୬-୪୭ ଡିଗ୍ରୀ ଦେଖାଦେଇପାରେ।

ମୌସୁମୀ ଚଳିତ ବର୍ଷ କେରଳ ଛୁଇଁବା ନେଇ ତାରିଖ [୨୭ ମେ] ଅନୁମାନ ହୋଇଥିଲା । ହେଲେ ମୌସୁମୀ ଆସିବା ଡେରି ହୋଇପାରେ। ତେବେ ଆସୁଥିବା ଦୁଇ ସପ୍ତାହ ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ଚାନ୍ସ କମ। ତେବେ ଆପଣଂକୁ କହିରଖୁଚୁ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ଯଦି କିଛି ବହୁତ ଜରୁରୀ କାମ ଅଛି ତେବେ ପାଣି ବୋତଲରେ ପାଣି ନେଇ ଏବଂ କିଛି ଫଳ ନେଇ ସାଙ୍ଗରେ ଯାଆନ୍ତୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।