ରାଜ୍ୟରେ ବୃଦ୍ଧି ପାଉଛି ଗ୍ରୀଷ୍ମପ୍ରବାହ! ୪୫.୫° ତାପମାତ୍ରାରେ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ!

ବ୍ୟୁରୋ ରିପୋର୍ଟ: ତାତିର ପ୍ରବାହରେ ଉତ୍ତପ୍ତ ଓଡ଼ିଶାର କେତେକ ସହର। ଆଜି ପ୍ରାୟ ୨୧ ସହରରେ ତାପମାତ୍ରା ପଂହଁଚିଯାଇଛି ୪୦° ଉପରେ। ଟିଟିଲାଗଡ଼ ସବୁଠୁ ଅଧିକ ତାତି ବୋଲି ରେକର୍ଡ କରାଯାଇଛି। ୪୫.୫° ସହ ଟିଟିଲାଗଡ଼ ଉପରେ ଅଛି। ବଲାଙ୍ଗୀର ଏବଂ ବୌଦ୍ଧରେ ୪୫° ତାପମାତ୍ରା ରହିଛି। ଅନ୍ୟପକ୍ଷରେ କଟକ କଥା ଆଲୋଚନା କରିବା ତ ସେଠି ୩୬.୮°, ଭୁବନେଶ୍ୱରରେ ୩୭.୮°, ଅନୁଗୁଳରେ ୪୪.୦୫°, ତାଳଚେରରେ ୪୪.୭°, ଦେବଗଡରେ ୪୧.୦୫°, ସୋନପୁରରର ୪୪.୭°, ସମ୍ବଲପୁରରେ ୪୪.୩° ,ବରଗଡରେ ୪୪.୪°, ଝାରସୁଗୁଡ଼ାରେ ୪୪.୯° ତାପମାତ୍ରା ରହିଥିଲା ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି।

ଅପରପକ୍ଷରେ କହିବା ତ ଚାନ୍ଦବାଲି ଏବଂ ବାଲେଶ୍ଵରରେ ତାପମାତ୍ରା ଯଥାକ୍ରମେ ୩୮.୪° ଏବଂ ୩୪.୭° ଥିଲା। ଗୋପାଳପୁରରେ ୩୦.୦୮° ଥିଲା। ବାରିପଦାରେ ୩୫.୦° ଥିବା ବେଳେ ପୁରୀରେ ୩୩.୦୦° , କେନ୍ଦୁଝରରେ ୪୨.୦°, ଫୁଲବାଣୀରେ ୪୧.୦୯°, ସୁନ୍ଦରଗଡରେ ୪୪.୦°, ଭବାନୀପାଟଣାରେ ୪୨.୦୫°, ହୀରାକୁଦରେ ୪୪.୦° ଥିଲା।

Google

ଆଜି ୯ଟି ସହରରେ ତାପମାତ୍ରା ୪୪° ଉପରେ ଥିବା ବେଳେ ୪୫° ରୁ ଅଧିକ ତାପମାତ୍ରା ରାଜ୍ୟରେ ୩ଟି ସହରରେ ପରିଲକ୍ଷିତ ହୋଇଥିଲା ବୋଲି ବିଶେଷ ସୂତ୍ରରୁ ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *