କୋଭିଡ-୧୯: ଓମିକ୍ରନ ଭାଇରସର କଣ ଅଟେ ଏକ ଖାସ ଲକ୍ଷଣ! ବୈଜ୍ଞାନିକଙ୍କୁ ମିଳିଲା ଏକ ବଡ଼ ସଫଳତା

କରୋନାର ନୂତନ ଭ୍ୟାରିଏଣ୍ଟ ଓମିକ୍ରନ ଦ୍ଵାରା ଏବେ ବିଶ୍ୱରେ ସଂକ୍ରମଣ ହାର ବଢିଚାଲିଛି କିନ୍ତୁ ପୂର୍ଵ ଭ୍ୟାରିଏଣ୍ଟ ଅପେକ୍ଷା ଏଥିରେ ଅଧିକ ଲୋକଙ୍କର ମୃତ୍ୟୁ ହେଉନାହିଁ କିମ୍ବା ଏହା ଦ୍ଵାରା ସଂକ୍ରମଣ ଅଧିକ ଲୋକଙ୍କ ମେଡିକାଲ ଯିବାର ଆବଶ୍ୟକ ପଡୁନି। ସ୍ୱାସ୍ଥ୍ୟ ଅଧିକାରୀ ଏହାର ସୂଚନା ଦେଇଛନ୍ତି। ଏନଆଇସିଡିର ମସେଲ ଗ୍ରୋମ କହିଛନ୍ତି ବୁଧବାରକୁ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ତୀବ୍ର ବେଗରେ ବ୍ୟାପିବା ପରେ ଏବେ ଦେଶରେ ସବୁଠୁ ଅଧିକ ମାମଲା ରେକର୍ଡ କରାଯାଇଛି।

Google

ସେ ଏକ ସମ୍ବାଦଦାତା ସମ୍ମିଳନୀରେ କହିଛନ୍ତି,”ମେଡିକାଲରେ ଭର୍ତି ହେବାକୁ ପଡୁଥିବା ସଂଖ୍ୟା ବଢୁନାହିଁ”। ଏନଆଇସିଡିର ଏକ ଅନ୍ୟ ସଦସ୍ୟ ବସିଲା ଯସତ କହିଛନ୍ତି,”ପ୍ରତିଦିନ ଆସୁଥିବା କରୋନା ମାମଲାରେ ଆମେ ବୃଦ୍ଧି ଦେଖୁଛୁ। କିନ୍ତୁ ମୃତ୍ୟୁ ସଂଖ୍ୟା କମ ରହିଛି”। ସେ ଏହା ମଧ୍ୟ କହିଛନ୍ତିକି ବହୁତ କମ ଲୋକଙ୍କୁ ଅକ୍ସିଯେନର ଆବଶ୍ୟକତା ପଡୁଛି।

ଓମିକ୍ରନ ଭ୍ୟାରିଏଣ୍ଟ ସଂକ୍ରମଣ ଲୋକଙ୍କ ଠାରେ କାଶ ଓ ଗଳା ଖରାପ ସାଧାରଣ ଲକ୍ଷଣ ଅଟେ। ସିଇଓ ଡକ୍ଟର ରୟାନ ନୋଚ କହିଛନ୍ତି ସବୁଠୁ ସାଧାରଣ ଲକ୍ଷଣ ଗଳା ଖରାପ ଅଟେ। ଏହା ପରେ ନାକ ବନ୍ଦ ହେବା, ଶୁଖିଲା କାଶ, ଦେହ ବିନ୍ଧା ଏହାର ଲକ୍ଷଣ ଅଟେ। ସେ କହିଛନ୍ତି ଏହାର ଲକ୍ଷଣ ବହୁତ କମ କିନ୍ତୁ ଏହାର ଅର୍ଥ ଏହା ନୁହେଁକି ଏହା ଘାତକ ନୁହେଁ।

Google
ଓମିକ୍ରନ ଭ୍ୟାରିଏଣ୍ଟ ଦ୍ଵାରା ଫୁସଫୁସ କମ ସଂକ୍ରମଣ:

ଆପଣଙ୍କୁ କହିରଖିବୁ ଅଧ୍ୟୟନରେ ଏହା ଜଣାପଡିଛିକି ଓମିକ୍ରନ ଭ୍ୟାରିଏଣ୍ଟ ପୂର୍ଵ ଡେଲଟା ଓ ଅନ୍ୟାନ୍ୟ ଭ୍ୟାରିଏଣ୍ଟ ତୁଳନାରେ ୭୦% ଅଧିକ ସଂକ୍ରମଣ କରିଥାଏ। କିନ୍ତୁ ଭଲ ଖବର ଏହାକି ଏହା ପୂର୍ଵ ଭ୍ୟାରିଏଣ୍ଟ ଅପେକ୍ଷା ଫୁସଫୁସକୁ କମ କ୍ଷତି ପହଁଞ୍ଚାଇଥାଏ।

ପ୍ରଥମ ଥର ୨୪ ନଭେମ୍ବରକୁ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା ଏହି ନୂଆ ଭ୍ୟାରିଏଣ୍ଟ:ବୈଜ୍ଞାନିକମାନେ କହିବା ଅନୁସାରେ ଓମିକ୍ରନ ଭ୍ୟାରିଏଣ୍ଟ ଅନେକ ଥର ମ୍ୟୁଟେସନର ଫଳ ଅଟେ।ଏହା ପ୍ରଥମ ଥର ନଭେମ୍ବର ୨୪ କୁ ଦକ୍ଷିଣ ଆଫ୍ରିକା ସ୍ୱାସ୍ଥ୍ୟ ସଂଗଠନ ଦ୍ଵାରା ସୂଚିତ କରାଯାଇଥିଲା। ଏହା ପରେ ବେଲଜିୟମ, ହଂଙ୍କଙ୍ଗ, ଡେନମାର୍କ, ଅଷ୍ଟ୍ରେଲିଆ, ବ୍ରିଟେନ, ଇଜରାଇଲ, ଜାପାନ, ଜର୍ମାନି, ନେଦରଲ୍ୟାଣ୍ଡ, ଫ୍ରାନ୍ସ ଭଳି ଅନେକ ଦେଶ ମଧ୍ୟ ଏହାର ସୂଚନା ଦେଇଥିଲେ।

Google

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ କହିଲେ ଚିନ୍ତା ଜନକ ଭ୍ୟାରିଏଣ୍ଟ:ଓମିକ୍ରନ ଅନ୍ୟ ଭ୍ୟାରିଏଣ୍ଟ ଅପେକ୍ଷା ଅଧିକ ଭୟାନକ କୁହାଯାଉଛି। ହୁ ଏହାକୁ ୨୬ ନଭେମ୍ବରକୁ ଚିନ୍ତାଜନକ ଭ୍ୟାରିଏଣ୍ଟ କହିଥିଲେ। ଏହି ଶ୍ରେଣୀରେ ଡେଲଟା ଭ୍ୟାରିଏଣ୍ଟକୁ ମଧ୍ୟ ରଖାଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *