ଘାରିଲା ଓମିକ୍ରନ ଚିନ୍ତା! ୮ଟି ମୁଖ୍ୟ ସହରରେ ମାନ୍ୟବର ସରକାର ଲଗାଇଲେ ନାଇଟ କର୍ଫ୍ୟୁ! କଣ ପୁଣି ହେବ ଲକଡାଉନ?

ଦେଶରେ ଓମିକ୍ରନର ପ୍ରଭାବ ଦେଖାଗଲାଣି। ଏହା ପାଇଁ କେତେକ ରାଜ୍ୟରେ କଟକଣା ଆରମ୍ଭ କଲା ଗଲାଣି। ଡିସେମ୍ବର ୩୧ ଯାଏ ଗୁଜୁରାଟର ୮ଟି ସହରରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ। ANI ସୂଚନା ଅନୁଯାୟୀ ରାଜକୋଟ, ଅହମ୍ମଦାବାଦ, ସୁରଟ, ଜାମନଗର, ଜୁନାଗଡ଼, ବଡୋଦର, ଭାବନଗର ଓ ଗାନ୍ଧୀନଗରରେ ଏହି ବର୍ଷ ଶେଷ ଅର୍ଥାତ ୩୧ ଡିସେମ୍ବର ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ କରାଯାଇଛି ଯାହାର ସମୟସୀମା ରାତି ୧ରୁ ସକାଳ ୫ ରହିବ।

କହିରଖିବୁ ବିଶେଷ ସୂଚନା ଅନୁସାରେ ଗୁଜୁରାଟର ସରକାର ୧ ନଭେମ୍ବରରୁ ନାଇଟ କର୍ଫ୍ୟୁ ଲଗାଇଥିଲେ। ଦୀପାବଳି ଏବଂ କରୋନା ସଂକ୍ରମଣ ହ୍ରାସ ଫଳରେ ୨ ଘଣ୍ଟା କମାଇଦେଇଥିଲେ। ପରେ ମାନ୍ୟବର ସରକାର ଡିସେମ୍ବର ୧ରୁ ବଢ଼ାଇ ୧୦ ଯାଏ କରିଦେଇଥିଲେ। ମଧ୍ୟ ରାତ୍ର ଯାଏ ହୋମ ଡେଲିଭରି ଏବଂ ଟେକ ଏୱେ କାର୍ଯ୍ୟକୁ ଅନୁମତି ମିଳିଛି ବୋଲି ବିଶେଷ ସୂତ୍ରରୁ ଜଣା ଯାଇଛି।

ଗୁଜୁରାଟ ସରକାର ନାଇଟ କର୍ଫ୍ୟୁ ରାଜ୍ୟରେ ଲଗାଇ କରୋନା ନିୟମକୁ କଡାକଡି ଭାବରେ ମାନିବାକୁ କହିଛନ୍ତି। ଗୁଜୁରାଟରେ ରବିବାର ଓମିକ୍ରନ ପଜିଟିଭ ଦେଖା ଯାଇଛନ୍ତି। ରାଜ୍ୟରେ ମୋଟ ଉପରେ କହିବା ତ ପଜିଟିଭ ସଂଖ୍ୟା ୧୧ ରେ ଅଛି।

ଦେଶରେ ଓମିକ୍ରନ ସଂଖ୍ୟା ୧୭୦ ରେ ପଂହଁଚିଯାଇଛି। କର୍ଣ୍ଣାଟକ, କେରଳ ,ୟୁପି ଏବଂ ଦିଲ୍ଲୀରେ ନୂଆ ପଜିଟିଭ ଚିହ୍ନଟ ହୋଇଯାଇଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣା ଯାଇଛି। ତେବେ ଏହା ପ୍ରଶ୍ନ ଉଠୁଛି କି କଣ ଦେଶରେ ଆଉଥରେ ଲକଡାଉନ ହେବ? ଓମିକ୍ରନ ପ୍ରଭାବରେ ଲକଡାଉନ ହେବାର ଚାନ୍ସ ଅଛି ବୋଲି ଅନୁମାନ କରାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *