ଓମିକ୍ରନ ଭ୍ୟାରିଏଣ୍ଟ ନଯାଉଣୁ ଆସିଲା ନୂଆ ଭ୍ୟାରିଏଣ୍ଟ ନିଓକୋଭ,ବିଶେଷଜ୍ଞ କହିଲେ ଏପରି! ଜାଣନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ପ୍ରାୟ ଗତ ଦୁଇ ବର୍ଷ ହେବ କରୋନା ଭାଇରସ କେତେକ ଦେଶକୁ କଲବଲ କରିଚାଲୁଛି। ଏହା କମିବାର ନା ହେଉନାହିଁ ଏହାର ଗୋଟେ ପରେ ଗୋଟେ ନୂଆ ଭ୍ୟାରିଏଣ୍ଟ ଦେଖାଯାଉଛି ଯାହା ଅଧିକ ଭୟାବହ ସୃଷ୍ଟି କରୁଛି। ଏବେ ଏହାର ଏକ ନୂଆ ଭ୍ୟାରିଏଣ୍ଟ ଦେଖାଯାଇଛି ଯାହାର ନାମ ନିଅକୋଭ। କହିରଖିବୁ ପ୍ରଥମ ଭ୍ୟାରିଏଣ୍ଟ ଯାହା ଦେଖାଯାଇଥିଲା ତାହା ହେଉଛି “ମୁ ଭ୍ୟାରିଏଣ୍ଟ”। ଏହା ପରେ ଆଲଫା, ବିଟା, ଗାମା, ଲାମ୍ବଡା, ଡେଲ୍ଟା, ଡେଲ୍‌ଟା+, ଆଇଏଚୟୁ, ଓମିକ୍ରନ୍ ଦେଖାଯାଇଥିଲା ପୁଣି ନୂଆ ଦେଖାଗଲାଣି।

Google

ଆପଣଙ୍କୁ କହିରଖିବି ମୁ ଆମେରିକାରେ ଦେଖାଯାଇଥିଲା କିନ୍ତୁ ଅଧିକ ଭୟାନକ ହୋଇନଥିଲା କିନ୍ତୁ ଏହା ପରେ ଦେଖାଯାଇଥିବା ଆଲଫା ଅଧିକ ଭୟାନକ ରୂପ ଧାରଣ କରିଥିଲେ। ଏହା ପରେ ଆସିଥିଲା ବିଟା ଭ୍ୟାରିଏଣ୍ଟ ଯାହା ଆଲଫାଠୁ କମ ପ୍ରଭାବଶାଳୀ ରହିଥିଲା। କିନ୍ତୁ ଏହା ପରେ ଆସିଥିବା ଗାମା ଭ୍ୟାରିଏଣ୍ଟ ଅଧିକ ସଂକ୍ରମଣ କରିବା ସହ ଲୋକଙ୍କ ଆଣ୍ଟିବଡିକୁ କମାଇବାରେ ଲାଗିଥିଲା। ଏହା ମଧ୍ୟରେ ଆସିଯାଇଥିଲା ଲାମଡା ଭାଇରସ ଯାହା ପୂର୍ଵ ଭ୍ୟାରିଏଣ୍ଟ ଅପେକ୍ଷା ନୂଆ ଲକ୍ଷଣ ସହ ଆସିଥିଲା।

ଏହା ପରେ ଦେଖାଯାଇଥିଲା ସବୁଠାରୁ ମାରାତ୍ମକ ଭ୍ୟାରିଏଣ୍ଟ ଡେଲଟା ଯାହାକି ଭାରତରେ ପ୍ରଥମେ ଦେଖାଯିବା ସହ ଦ୍ୱିତୀୟ ଲହରୀ ଆଣିଥିଲା। ଯାହାର ପ୍ରକୋପ ଏପରି ଥିଲା କି ମୃତ୍ୟୁର ଭୟାବହ ଦେଖାଯାଇଥିଲା। ଏହା ଦ୍ଵାରା ଭାରତରେ ଦୈନିକ ସଂକ୍ରମଣ ପ୍ରାୟ ୪ ଲକ୍ଷ୍ୟ ପର୍ଯ୍ୟନ୍ତ ପହଁଚିଥିଲା। ପରେ ଡେ଼ଲ୍ଟା ଭ୍ୟାରିଏଣ୍ଟ କମିବା ପରେ ଲୋକ ଟିକେ ଆସ୍ୱସ୍ତି ପାଇବା ବେଳକୁ ୟୁରୋପରେ ଆରମ୍ଭ ହୋଇଥିଲା ଡେଲଟା ପ୍ଲସ ଏହା ମଧ୍ୟ ନିଜର ପ୍ରଭାବ ଦେଖାଇଥିଲା। ଏହା ଜାରି ରହିଥିବା ବେଳେ ଅଚାନକ ଦକ୍ଷିଣ ଆଫ୍ରିକାରେ ଏହାର ପୁଣି ଏକ ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଦେଖାଯାଇଥିଲା ଯାହା ଫଳରେ ଭାରତରେ ତୃତୀୟ ଲହରୀ ଚାଲିଛି। ଓମିକ୍ରନ କମିନଥିବା ବେଳେ ଏବେ ପୁଣି ଏକ ନୂଆ ଭ୍ୟାରିଏଣ୍ଟ ନିଓକୋଭ ଆସିଲାଣି ଯାହା କେତେକଙ୍କୁ ଚିନ୍ତାରେ ପକାଇଦେଇଛି। ଏହାର ପ୍ରଭାବ ଅଧିକ ରହିବ ବୋଲି ବିଶେଷଜ୍ଞ ଆଗରୁ ସଚେତନ କଲେଣି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *