ପ୍ରାୟ ଗତ ଦୁଇ ବର୍ଷ ହେବ କେତେକ ଲୋକଙ୍କୁ କରୋନା ମହାମାରୀ କଲବଲ କରୁଛି। ଏହାର ଗୋଟେ ପରେ ଗୋଟେ ନୂଆ ଭ୍ୟାରିଏଣ୍ଟ ସମସ୍ତଙ୍କୁ ଚିନ୍ତାରେ ପକାଉଛି। ଟୀକାକରଣ ହୋଇଥିଲା ମଧ୍ୟ ଏହା ନୂଆ ଭ୍ୟାରିଏଣ୍ଟ ଉପରେ କଣ ପ୍ରଭାବ ପକାଇବ ତାହା ଗୁରୁତ୍ୱପୂର୍ଣ୍ଣ। ଏବେ ଆସିଥିବା ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ପ୍ରାୟ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଯଦି ଏହାକୁ ନିୟନ୍ତ୍ରଣ ନକରାଯିବ ତେବେ କରୋନାର ତୃତୀୟ ଲହରୀ ଆସିପାରେ। ଏହି ଭ୍ୟାରିଏଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିଲା।ପରେ ଦେଶ ପରେ ଦେଶସଂକ୍ରମଣ କରିଥିଲା। ଭାରତରେ ମଧ୍ୟ ଏହାର ମାମଲା ବଢିଲାଣି। ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ମଧ୍ୟ ଏହି ଭ୍ୟାରିଏଣ୍ଟର ଜଣେ ସଂକ୍ରମଣ ଚିହ୍ନଟ ହେବା ପରେ ଓଡିଶା ପାଇଁ ସଂକ୍ରମଣର ଭୟ ବଢିଯାଇଛି।

ଏବେ ଆନ୍ଧ୍ରରେ ଜଣେ ଓମିକ୍ରନ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେସେଠିକାର ସରକାର ନିୟମକୁ କଡାକଡୀ ଭାବେ ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ସହିତ ଆନ୍ଧ୍ରରେ ଓମିକ୍ରନ ଦେଖାଯିବା ପରେ ଓଡ଼ିଆରେ ଏହାର ଭୟ ଦେଖାଯାଉଛି। ତେବେ ଏବେ ପର୍ଯ୍ୟନ୍ତ ଓଡିଶାରେ କୌଣସି ଓକ୍ରନ ରୋଗୀ ଚିହ୍ନଟ ହୋଇନାହାଁନ୍ତି। କିନ୍ତୁ ଯେପରି ଏହି ନୂଆ ଭ୍ୟାରିଏଣ୍ଟ ରାଜ୍ୟରେ ପ୍ରବେଶ ନକରି ଏହା ପାଇଁ ସରକାର ପୁରା ସଜାଗ ରହିଛନ୍ତି। ରିପୋର୍ଟ ଅନୁସାରେ ଆନ୍ଧ୍ରପ୍ରଦେଶରେ ଯେଉଁ ଓମିକ୍ରନ ସଂକ୍ରମଣ ରୋଗୀ ଚିହ୍ନଟ ହୋଇଛନ୍ତି ସେହି ବ୍ୟକ୍ତି ଜଣଙ୍କ ଆଇଲ୍ୟାଣ୍ଡରୁ ଫେରିଥିଲେ। ଅନ୍ୟଦେଶରୁ ଆନ୍ଧ୍ରକୁ ୧୫ ଜଣ ଆସିଥିଲେ ଓ ସେଥିରୁ ୧୦ ଜଣ କରୋନାରର ସଂକ୍ରମଣ ହେବା ସହ ସେଥିରୁ ଜଣେ ଓମିକ୍ରନରେ ଆକ୍ରାନ୍ତ ବୋଲି ଜଣାପଡିଛି।
ସେହି ବ୍ୟକ୍ତି ଜଣକ ଜଣେ ୩୪ ବର୍ଷୀୟ ଯୁବକ ଅଟନ୍ତି ଓ ଏବେ ତାଙ୍କର ଜିନୋମ ସିକ୍ୱେନ୍ସିଙ୍ଗ ଟେଷ୍ଟ ପାଇଁ ଲ୍ୟାବକୁ ପଠାଯାଇଛି। ସେହି ବ୍ୟକ୍ତି ଜଣଙ୍କ ଆଇଲ୍ୟାଣ୍ଡରୁ ମୁମ୍ବାଇ ଆସିଥିଲେ ସେଠାରେ କରିନା ରିପୋର୍ଟ ନେଗେଟିଭ ଆସିଥିଲା। ଏହା ପରେ ୨୯ ରେ ଆନ୍ଧ୍ରର ବିଶାଖାପାଟଣାରେ ଆଉଥରେ ଟେଷ୍ଟ ପରେ ସେ ସଂକ୍ରମଣ ଥିବା ରିପୋର୍ଟ। ଆସିଥିଲା। ଏହା ପରେ ଅଧିକ ଟେଷ୍ଟ ପାଇଁ ଜିନୋମ ସିକ୍ୱେନ୍ସିଙ୍ଗକୁ ଲ୍ୟାବକୁ ପଠାଯାଇଥିଲା ଓ ସେଠାରେ ସେ ଓମିକ୍ରନରେ ଆକ୍ରାନ୍ତ ବୋଲି ଜଣାପଡିଥିଲା।
#AndhraPradesh to deploy teams at #Hyderabad, #Chennai, #Bangalore airports https://t.co/4KhMqQw7tv via @NewIndianXpress #Omricon #OmriconVariant
— TNIE Andhra Pradesh (@xpressandhra) November 30, 2021
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।