ବଡ଼ ଖବର: ଜାନୁଆରୀ ୨୬ ରୁ ୨୫ ଟଙ୍କା କମିବ ପେଟ୍ରୋଲ, ପଢନ୍ତୁ ପୁରା ଖବର

ଦେଶରେ ପେଟ୍ରୋଲର ବଢୁଥିବା ଦାମ ସମୟରେ ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାର ନୂଆବର୍ଷ ପାଇଁ ରାଜ୍ୟବାସୀଙ୍କ ପାଇଁ ବଡ଼ ପୁରସ୍କାର ଘୋଷଣା କରିଛନ୍ତି। ସେ ରାଜ୍ୟରେ ପେଟ୍ରୋଲ ଦର ୨୫ ଟଙ୍କା କମ କରାଯିବ ବୋଲି ଘୋଷଣା କରିଛନ୍ତି। ଏହାର ଲାଭ କେବଳ ଦୁଇ ଚକିଆ ଯାନ ଗାଡିଵାଲା ପାଇବେ। ବୁଧବାରକୁ ଝାଡ଼ଖଣ୍ଡ ସରକାର ଶାସନର ୨ ବର୍ଷ ପୁରା ଉତ୍ସବରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ କାର୍ଜ୍ୟାଳୟର ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଟ୍ୱିଟ କରି ଏହାର ସୂଚନା ଦେଇଥିଲେକି ରାଜ୍ୟରେ ଏବେ ଦୁଇ ଚକିଆ ଗାଡି ପାଇଁ ପେଟ୍ରୋଲ ଦାମ ୨୫ ଟଙ୍କା କମ କରାଯିବ।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟ ଟ୍ୱିଟରେ ଲେଖିଛନ୍ତି,”ପେଟ୍ରୋଲ -ଡିଜେଲର ଦର ଲଗାତର ବଢୁଛି। ଏଥିରେ ଗରିବ ଓ ମଧ୍ୟବିତ ପରିବାର ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି। ଏଥିପାଇଁ ରାଜ୍ୟ ଦୁଇଚକିଆ ଗାଡି ପାଇଁ ପେଟ୍ରୋଲ ଦରରେ ୨୫ ଟଙ୍କା କମ କରିବ। ଏହାର ଲାଭ ୨୬ ଜାନୁଆରୀ ୨୦୨୨ ରୁ ଲୋକ ପାଇପାରିବେ”।

୨୬ ଜାନୁଆରୀରୁ ମିଳିବ ଶସ୍ତା ପେଟ୍ରୋଲ:

ଝାଡ଼ଖଣ୍ଡ ସରକାରଙ୍କ ଶାସନର ଦୁଇ ବର୍ଷ ପୁରା ଅବସରରେ ବୁଧବାରକୁ ରାଞ୍ଚିରେ ଏକ ଖାସ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାର୍ୟ୍ଯକ୍ରମରେ ସିଏମ ହେମନ୍ତ ସୋରେନ କହିଥିଲେକି ଗରିବ ଲୋକଙ୍କ ଘରେ ଦୁଇ ଚକିଆ ଗାଡି ଥାଇବି ପେଟ୍ରୋଲ ରେଟ ଅଧିକ ଥିବାରୁ ସେମାନେ ଚଲାଇପାରୁନାହାନ୍ତି। ସେ କହିଥିଲେ ଏଥିପାଇଁ ମୁଁ ନିର୍ଣ୍ଣୟ ନେଇଛନ୍ତି ରାସନ କାର୍ଡ ଥିବା ବ୍ୟକ୍ତି ଦୁଇ ଚକିଆ ଗାଡିରେ ପେଟ୍ରୋଲ ପକାଇଲେ ୨୫ ଟଙ୍କା କମ ପଡିବ। ଆମେ ପଇସା ତାଙ୍କ ବ୍ୟାଙ୍କ ଖାତାକୁ ପଠାଇବୁ। ଏହା ୨୬ ଜାନୁଆରୀ ୨୦୨୨ରୁ ଲାଗୁହେବ ଓ ଗରିବ ପରିବାର ମାସିବ ୧୦ ଲିଟର ପେଟ୍ରୋଲ ପର୍ଯ୍ୟନ୍ତ ଏହି ରାଶି ପାଇବେ।

ପେଟ୍ରୋଲ-ଡିଜେଲ ଦର ଲଗାତର ବଢୁଛି ଓ ଏଥିରେ ଗରିବ ଓ ମଧ୍ୟବିତ ପରିବାର ପ୍ରଭାବିତ ହେଉଛନ୍ତି। ଏଥିପାଇଁ ରାଜ୍ୟସରକାର ଦୁଇ ଚକିଆ ଗାଡିଙ୍କ ପାଇଁ ପେଟ୍ରୋଲ ରେଟ ୨୫ ଟଙ୍କା କମ କରିବେ।

କିଏ କିଏ ଉଠାଇବେ ଲାଭ:

ଝାଡ଼ଖଣ୍ଡ ସରକାର ଶାସନର ୨ ବର୍ଷ ପୁରିବା ଅବସରରେ ପେଟ୍ରୋଲ ଦାମରେ ଏତେ ବଡ଼ ଶସ୍ତା ଖବର ଦେଇ କୃଷକ ଓ ମଧ୍ୟବିତ ପରିବାରଙ୍କୁ ନିଜ ଆଡକୁ କରିବାକୁ ଚେଷ୍ଟା କରିଛନ୍ତି। ରାଜ୍ୟ ସରକାର ଏହି ଲାଭ କେବଳ ଦୁଇଚକିଆ ଗାଡି ବାଲାଙ୍କ ପାଇଁ ଦେଇଛନ୍ତି କାରଣ ଦୁଇ ଚକିଆ ଗାଡିର ବ୍ୟବହାର ଗରିବ ଲୋକହିଁ ବେସି କରିଥାନ୍ତି। ଖାସକରି କୃଷକ ମାନଙ୍କ ସୁବିଧା ପାଇଁ ଏହି ଫଇସଲା ନିଆଯାଇଛି।ଝାଡ଼ଖଣ୍ଡ ସରକାରଙ୍କ ଏହି ଘୋଷଣା କେତେ ଲାଭଦାୟକ ହେବ ଏହା ଭବିଷ୍ୟତରେ ଜଣାପଡିବ। ଏହାର ଲାଭ ଦୁଇ ଚକିଆ ରାସନକାର୍ଡ ଥିବା ଗାଡିଵାଲ ଉଠାଇପାରିବେ।

କହିରଖିବୁକି ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ପେଟ୍ରୋଲ ୧ ଲିଟର ପିଛା ପାଖା ପାଖି ୯୮ ଟଙ୍କା ୫୨ ପଇସା ବିକାଯାଉଛି। ସେହିପରି ଡିଜେଲ ଲିଟର ପିଛା ୯୧ ଟଙ୍କା ୫୬ ପଇସା ବିକାଯାଉଛି। ପେଟ୍ରୋଲ ପିଛା ୨୫ କମିବା ଦ୍ଵାରା ଝାଡ଼ଖଣ୍ଡ ବାସି ଉପକୃତ ହୋଇପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *