ବ୍ୟୁରୋ ରିପୋର୍ଟ: ଆପଣ ପ୍ରାୟ ଜାଣିଥିବେ ଋଷ ଓ ୟୁକ୍ରେନ ମଧ୍ୟରେ ଲଢେଇ କିଛି ଦିନ ହେବ ଲାଗିଛି। କେବଳ ସେହି ଦୁଇ ଦେଶରେ ଯୁଦ୍ଧ ହେଉଛି କିନ୍ତୁ ଆପଣଙ୍କୁ କହିରଖିବୁ ଏହାର ପ୍ରଭାବ ସମ୍ପୂର୍ଣ ବିଶ୍ୱ ଉପରେ ପଡୁଛି। ଆମ ଉପରେ ମଧ୍ୟ ଏହାର ପ୍ରଭାବ ପଡିବାକୁଯାଉଛି। ଆପଣଙ୍କୁ କହିରଖିବୁ ଏହି ଯୁଦ୍ଧ ଦ୍ଵାରା ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦାମ ବହୁତ ବୃଦ୍ଧିପାଇଛି। କିନ୍ତୁ ଏବେ ପର୍ଯ୍ୟନ୍ତ ଆମ ଦେଶରେ ତୈଳ ଦାମ ଏଥିପାଇଁ ବଢିନଥିଲା କାରଣ ପ୍ରାୟ ୫ ଟି ରାଜ୍ୟରେ ନିର୍ବାଚନ ଚାଲିଥିଲା।
ଖୁବ ଶୀଘ୍ର ନିର୍ବାଚନ ଶେଷ ହେବାକୁ ଯାଉଛି ତେଣୁ ପେଟ୍ରୋଲ ଓ ଡିଜେଲ ଦାମ ୧୨ ଟଙ୍କା ବଢ଼ିପାରେ। ଏହି ସୂଚନା ଦେଇଛି ଆଇସିଆଇସି ସିକ୍ୟୁରୀଟି। ମାର୍ଚ୍ଚ ୧୬ ପରେ ଏହି ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି। ତୈଳ କମ୍ପାନୀମାନଙ୍କ ଟ୍ୟାକ୍ସକୁ ମିସାଇ ମୋଟ ୨୫ ଟଙ୍କା ପର୍ଯ୍ୟନ୍ତ ବଢିପାରେ। ଆପଣଙ୍କୁ କହିରଖିବୁ ଗତ ୩-୪ ମାସରେ ଅନ୍ତରାଷ୍ଟ୍ରୀୟ ତେଲ ଦରରେ ବୃଦ୍ଧି ହୋଇ ବ୍ୟାରେଲ ପିଛା ୧୧୦ ଡ଼ଲାର ପର୍ଯ୍ୟନ୍ତ ପହଞ୍ଚୀସାରିଛି।

ବ୍ରୋକରେଜ କମ୍ପାନୀ ଜେପି ମାର୍ଗନଙ୍କ କହିବା ଅନୁସାରେ ନିର୍ବାଚନ ପାଇଁ ତୈଳ ବୃଦ୍ଧି ହୋଇପାରିନଥିଲା କିନ୍ତୁ ଆଗକୁ ହେବାକୁଯାଉଛି। ସେ ଏହା ମଧ୍ୟ କହିଛନ୍ତି କି ତୈଳ ଦର ବୃଦ୍ଧି ହେବା ସହ ଅନ୍ୟ କିଛି ଜିନିଷର ମୂଲ୍ୟ ନିଶ୍ଚିତ ବଢିଯିବ। ପେଟ୍ରୋଲିୟମ ପରିଚାଳନା ରିପୋର୍ଟ ଅନୁସାରେ ଭାରତ ପାଉଥିବା ସଂଶୋଧିତ ତୈଳର ଦାମ ବ୍ୟାଲେର ପିଛା ୧୧୭.୩୭ ଡଲାର ଅଟେ। ଏହା ବର୍ଷ ୨୦୧୨ ରୁ ବହୁତ ବୃଦ୍ଧି ପାଇଛି। ଗତ ବର୍ଷ ପେଟ୍ରୋଲ ଡିଜେଲର ଦାମ ଅନେକ ପରିମାଣର ବୃଦ୍ଧି ହୋଇଥିଲା ଓ ପରେ ପ୍ରାୟ କିଛି ଦିନ ପରେ ଅଟକିଯାଇଥିଲା। କହିରଖିବୁ ସେବେ ଅନ୍ତରାଷ୍ଟ୍ରୀୟ ବଜାରରେ ବ୍ୟାରେଲ ପିଛା ୮୧.୫ ଡଲାର ଥିଲା। ଆପଣଙ୍କ କହିରଖିବୁ ତୈଳ ଦାମ ଅନ୍ତରାଷ୍ଟ୍ରୀୟ ବଜାରର ଦାମ ଉପରେ ନିର୍ଭର କରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।