ବ୍ୟୁରୋ ରିପୋର୍ଟ: ଆପଣମାନେ ଜାଣିଥିବେ ଗତ କିଛି ମାସରୁ ତୈଳ ଦର ବୃଦ୍ଧି ହେଉଥିଲା ଏହା ଦ୍ଵାରା ସାଧାରଣ ଜନତା ନାହିଁ ନଥିବା ହଇରାଣ ହେଉଥିଲେ। ପେଟ୍ରୋଲ ଡିଯେଲ ଦର ଦିନକୁ ଦିନ ବଢିଚାଲିଥିଲା ଯାହା ଦ୍ୱାରା ଗାଡ଼ିଚାଳକ ମାନଙ୍କ ପାଇଁ କଷ୍ଟକର ହୋଇଯାଇଥିଲା ଗାଡି ଚଳାଇବା। ଏବେ କିନ୍ତୁ କେନ୍ଦ୍ର ସରକାର ଦେଶ ବାସୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି। କହିରଖିବୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ନିଜେ ସୂଚନା ଦେଇଛନ୍ତି କି କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୯ ଟଙ୍କା ପଚାଶ ପଇସା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ କରିଛନ୍ତି।
ସେ ନିଜେ ନିଜେ ଟ୍ୱିଟର ଆକାଉଣ୍ଟରେ ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ନିଜ ନିଜ ଶୁଳ୍କରୁ ପେଟ୍ରୋଲରେ ୮ ଟଙ୍କା ଓ ଡିଜେଲରେ ୬ ଟଙ୍କା କମାଇଛନ୍ତି। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଏହି ନିସ୍ପତି ଦ୍ଵାରା କେନ୍ଦ୍ର ସରକାରଙ୍କର ୧ ଲକ୍ଷ କୋଟି ରାଜସ୍ୱରେ କ୍ଷତି ହେବ। ସେ ରାଜ୍ୟ ସରକାରଙ୍କୁ ମଧ୍ୟ କିଛି ଶୁଳ୍କ ଛାଡ଼ କରିବା ପାଇଁ କହିଛନ୍ତି। ଗାଡିଚାଳକ ମାନେ ମଧ୍ୟ ଚାହୁଁଛନ୍ତିକି ଯଦି ରାଜ୍ୟ ସରକାର ମଧ୍ୟ କିଛି ଶୁଳ୍କ ଛାଡ଼ କରିବେ ତେବେ ସାଧାରଣ ଜନତା ଉପକୃତ ହୋଇପାରନ୍ତେ।
Effective from May 22, the price of #petrol in #Delhi will be Rs 96.72. The existing price of petrol in the city is Rs 105.41. Check the new rates in other cities. #PetrolDieselPrice https://t.co/JVNofS5V3U
— IndiaToday (@IndiaToday) May 21, 2022
ସେ ଏହାର ସୂଚନା ମଧ୍ୟ ଦେଇଛନ୍ତି କେନ୍ଦ୍ର ସରକାର ଉଜ୍ଜଲା ଗ୍ୟାସ ଥିବା ୯ କୋଟି ଗ୍ରାହକଙ୍କୁ ୨୦୦ ଲେଖା ସବସିଡ଼ ଦେବେ ଓ ଏହା ଦ୍ଵାରା ମଧ୍ୟ କେନ୍ଦ୍ର ସରକାରଙ୍କର ୬୧୦୦ କୋଟିର ରାଜସ୍ୱରେ କ୍ଷତି ହେବ। ଏହା ବ୍ୟତୀତ ପ୍ଲାଷ୍ଟିକ ଓ ଅନ୍ୟ କିଛି ଜିନିଷ ଉପରୁ ମଧ୍ୟ ଶୁଳ୍କ କମାଜିବ। ଲୁହା ଓ ଇସ୍ପାତ ମୂଲ୍ୟ ମଧ୍ୟ କମିବ ବୋଲି ସେ ସୂଚନା ଦେଇଛନ୍ତି।ସେହିପରି ସିମେଣ୍ଟ ଦର ମଧ୍ୟ କମିବ ଯାହା ସାଧାରଣ ଲୋକ ଉପକୃତ ହେବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।