କରୋନା ଭାକ୍ସିନ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋକୁ ନେଇ ଏବେ ଅନେକ ସ୍ଥାନରେ ଆଲୋଚନା ଦେଖିବାକୁ ମିଳିଛି। ଏହାକୁ ନେଇ କେରଳ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିବା କାରଣରୁ ଏହାକି ନେଇ କୋର୍ଟ ପ୍ରଶ୍ନ କରିଛି। ଏହାର ଶୁଣାଣି କରି ଜଷ୍ଟିସ ପିପି କୁହ୍ନିକୃଷ୍ଣନ ୟାଚିକା ଦାଖଲ କରିଥିବା ଲୋକଙ୍କୁ କହିଛନ୍ତି”ଫଟୋରେ ଆଉ କେହି ନାହାନ୍ତି ବରଂ ଦେଶର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଅଛନ୍ତି ଏଥିରେ ଭୁଲ କଣ। ପୂର୍ଵ ପ୍ରଧାନମନ୍ତ୍ରୀଙ୍କ ନାମରେ ୟୁନିଭରସିର୍ଟ ରହି କୌଣସି ଅସୁବିଧା ନାହିଁ ତେବେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଭାକ୍ସିନ ସାର୍ଟିଫିକେଟରେ ରହିଲେ କଣ ଅସୁବିଧା?”।

ସେ ଆଗକୁ କହିଛନ୍ତି,”ସେ ଆମ ନିଜର ପ୍ରଧାନମନ୍ତ୍ରୀ ଅଟନ୍ତି ଓ ଆମେ ମାନେ ମିଶି ତାଙ୍କୁ ପ୍ରଧାନମନ୍ତ୍ରୀ କରିଛେ ତେବେ କୌଣସି ଦଳଗତ ମତଭେଦ ପାଇଁ ଏପରି କହିବା ଉଚିତ ନୁହେଁ”ଯେଉଁମାନେ ଏହି ମାମଲା କରିଛନ୍ତି ତାଙ୍କୁ ପିପି କହିଛନ୍ତି,”ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କୁ ନେଇ ଆପଣଙ୍କ ମନରେ ଲଜ୍ୟା କଣ ପାଇଁ? ୧୦୦ କୋଟିରୁ ଅଧିକ ଲୋକଙ୍କ ଏଥିପାଇଁ କୌଣସି ସମସ୍ୟା ନାହିଁ ଆପଣ କଣ ପାଇଁ କୋର୍ଟର ସମୟ ବର୍ବାଦ କରୁଛନ୍ତି”।
ଆପଣଙ୍କୁ କହିରଖିବୁ ରିପୋର୍ଟ ଅନୁସାରେ ଭାକ୍ସିନ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋକୁ ନେଇ ପିଟର ମ୍ୟାଲପରଂମଭିଲ ନାମକ ବ୍ୟକ୍ତି ଅଭିଯୋଗ କରିଥିଲେ। ସେହି ବ୍ୟକ୍ତି ଏହି ଅକ୍ଟୋବର ମାସରେ ଏହି ମାମଲା ଦାଖଲ କରିଥିଲେ ଓ ତାଙ୍କ ଓକିଲ ଅଜିତ ରାୟ କହିଥିଲେ ଏହି ସାର୍ଟିଫିକେଟ ବ୍ୟକ୍ତିଗତ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କର ଫଟୋ ରହିବାର ଅଧିକାର ନାହିଁ। ଅନ୍ୟ କୌଣସି ଦେଶରେ ଏପରି କରାଯାଉନଥିବା କଥା ମଧ୍ୟ ସେ କହିଛନ୍ତି। ଏହା ଉପରେ କୋର୍ଟ କହିଛି,”ଅନ୍ୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଅପେକ୍ଷା ଆମ ପ୍ରଧାନମନ୍ତ୍ରୀଙ୍କ କାମକୁ ନେଇ ଗର୍ବ କରିବା ଉଚିତ। ସମସ୍ତେ ମିଶି ତାଙ୍କୁ ବାଛିଛନ୍ତି ଆପଣ ଏହାକୁ ମାନିବା ଦରକାର”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।