ପୁଷ୍ପା ଦ ରାଇଜ ଫିଲ୍ମ ଭାରତ ସହ ପ୍ରାୟ ଦୁନିଆର ଅଲଗା ଅଲଗା ସ୍ଥାନ ମାନଙ୍କରେ ହିନ୍ଦୀ, ତାମିଲ ତଥା ତେଲୁଗୁ ଇତ୍ୟାଦି ଭାଷାରେ ରିଲିଜ ହେଇସାରିଛି। ସୁକୁମାରଙ୍କ ଦ୍ୱାରା ନିର୍ମାନୀତ ଏହି ଫିଲ୍ମରେ ଫହଦ ଫାସିଲ, ଜଗଦୀଶ ପ୍ରତାପ ଭଣ୍ଡାରୀ, ସୁନୀଲ, ରାଓ ରମେଶ, ଧନଞ୍ଜୟ ତଥା ଅଜୟ ଘୋଷ ଭଳି ଅଭିନେତା ମାନେ ଅଭିନୟ କରିଥିଲେ। ବିଶେଷ ତଥ୍ୟ ମୁତାବିକ ଏପରି ଅନେକ ଆକ୍ଟର ଥିଲେ ଯେଉଁମାନେ କି ଏହି ଫିଲ୍ମ କରିବାକୁ ମନା କରିଥିଲେ। ଆସନ୍ତୁ ଜାଣିବା।

୧: ସାମାନଥା ରୁଥ: ଦ ଫ୍ୟାମିଲି ମ୍ୟାନ୍ ୨ ଦ୍ୱାରା ହିନ୍ଦୀ ଦର୍ଶକ ମାନଙ୍କ ଭିତରେ ନିଜର ପରିଚୟ ଲାଭ କରିଥିବା ସାମାନଥା ଏହି ଫିଲ୍ମରେ ଶ୍ରୀଭାଳି ରୋଲ ପାଇଁ ମନା କରିଦେଇଥିଲେ। ସେ ଏହି ଫିଲ୍ମର ଉ ୱାଣ୍ଟ ଉ ମା ଗୀତରେ ଆଇଟମ ଡ୍ୟାନ୍ସ କରିଥିଲେ।
୨: ନୋରା ଫତେହି: ସାମାନ୍ଥ ରୁଥ ଏହି ଫିଲ୍ମର ଆଇଟମ ଡ୍ୟାନ୍ସ କରି ନିଜର ବହୁତ ଲୋକପ୍ରିୟତା ଲାଭ କଲେ ମାତ୍ର ଏହି ଅଫର ସବୁଠୁ ପ୍ରଥମେ ନୋରା ଫତେହିଙ୍କୁ ମିଳିଥିଲା। ସେ ଅଲୁ ଅର୍ଜୁନଙ୍କ ସହ କାମ କରିବା ଲାଇ ବହୁତ ଭାରି ଫିସ ଚାର୍ଜ କଲେ।

୩:- ମହେଶ ବାବୁ: ତେବେ ପୁଷ୍ପା ରାଜ ର ରୋଲ ସର୍ବ ପ୍ରଥମେ ମହେଶ ବାବୁଙ୍କୁ ମିଳିବାର ଥିଲା ଯାହାକୁ ସେ ମନା କରିଦେଇଥିଲେ। କାରଣ ତାଙ୍କୁ ଲାଗୁଥିଲା କି ନେଗେଟିଭ ରୋଲ କରିବା ଦ୍ୱାରା ତାଙ୍କ ପରିଚୟ ଖରାପ ହେଇଯିବ। ତେଣୁ ଏହି ରୋଲ ଶେଷରେ ଅଲୁ ଅର୍ଜୁନଙ୍କୁ ମିଳିଲା।
୪: ଦିଶା ପଟାନି: ତେବେ ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ଦିଶାଙ୍କୁ ଏହି ଫିଲ୍ମରେ ଅଲୁ ଅର୍ଜୁନଙ୍କ ସହ ଡ୍ୟାନ୍ସ କରିବାକୁ ଅଫର ମିଳିଥିଲା ଯାହାକୁ ସେ ଅନେକ କାରଣରୁ ମନା କରି ଦେଇଥିଲେ।

୫: ବିଜୟ ସେଥୁପତି: ତେବେ ଏହି ଫିଲ୍ମ ବହୁତ ସାରା ଭାଷାରେ ରିଲିଜ କରାଯିବାର ଯୋଜନା ଥିଲା ତେଣୁ କଲିଉଡ଼ ଅଭିନେତା ବିଜୟ ସେଥୁପତିଙ୍କୁ ଏସ୍ପି ଭବର ସିଂ ସେଖାବତ ଆଇପିଏସ ଙ୍କର ରୋଲ ପ୍ଲେ କରିବା ପାଇଁ ଅଫର କରା ଯାଇଥିଲା ଯାହାକୁ ସେ ମନା କରିଦେଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।