ବ୍ୟୁରୋ ରିପୋର୍ଟ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମଂଦାନାଙ୍କ ଷ୍ଟାର ଫିଲ୍ମ “ପୁଷ୍ପା ଦି ରାଇଜ” ଲୋକପ୍ରିୟ ହୋଇଛନ୍ତି। ଏହି ଫିଲ୍ମକୁ ଦକ୍ଷିଣ ଭାଷା ଛଡା ହିନ୍ଦୀ ଭାଷାରେ ମଧ୍ୟ ରିଲିଜ କରାଯାଇଛି। କହିରଖିବିକି ପୁଷ୍ପାକୁ ହିନ୍ଦୀ ଭାଷାରେ ମଧ୍ୟ ଭଲପାଇବା ମିଳିଛି କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଫିଲ୍ମର ହିନ୍ଦୀ ଭାଷାରେ କେଉଁ କଳାକାର ସବୁ ନିଜ ସ୍ୱର ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ କଳାକାର ସବୁ ଏଥିରେ ନିଜ ସ୍ୱର ଦେଇଛନ୍ତି।

ଅଲ୍ଲୁ ଅର୍ଜୁନ:ପୁଷ୍ପା ଦି ରାଇଜରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଲୁ ଅର୍ଜୁନଙ୍କ ପାଇଁ ସ୍ୱର ଦେଇଛନ୍ତି ବଲିଉଡ଼ ଅଭିନେତା ଶ୍ରେୟସ ତଲପଡେ।
ରଶ୍ମିକା ମଂଦାନା:ପୁଷ୍ପା ଡ଼ି ରାଇଜ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଥିବା ରଶ୍ମିକା ମଂଦାନାଙ୍କ ପାଇଁ ହିନ୍ଦୀରେ ସ୍ୱର ଦେଇଛନ୍ତି ଅଭିନେତ୍ରୀ ସ୍ମିତା ରୋଯେମେୟର।

ସୁନୀଲ: ଫିଲ୍ମରେ ଭେଲିଆନ ମଂଙ୍ଗଲନ ଶ୍ରୀନୁର ଚରିତ୍ରରେ ଅଭିନୟ କରିଥିବା ଅଭିନେତା ସୁନୀଲଙ୍କ ପାଇଁ ହିନ୍ଦୀରେ ସ୍ୱର ଦେଇଥିଲେ ଭଏସ ଓଭର ଆଟିଷ୍ଟ ଉଦୟ ସବନିସ।
ଫହାଦ ଫାସିଲ: ଫିଲ୍ମରେ ଦ୍ୱିତୀୟ ଭେଲିଆନ ଭୈରୋସିଂହ ସେଖାବତଙ୍କ ଚରିତ୍ରରେ ଅଭିନୟ କରିଥିବା ଫହାଦ ଫାସିଲଙ୍କ ପାଇଁ ହିନ୍ଦୀରେ ସ୍ୱର ଦେଇଥିଲେ ରାଜେଶ ଖଟୁର।
ସାହିଲ ବୈଦ: ଅଲୁ ଅର୍ଜୁନଙ୍କ ସାଙ୍ଗର ଚରିତ୍ରରେ ଅଭିନୟ କରିଥିବା ତେଲଗୁ କଳାକାରଙ୍କ ପାଇଁ ହିନ୍ଦୀରେ ସ୍ୱର ଦେଇଛନ୍ତି ବଲିଉଡ଼ କଳାକାର ସାହିଲ ବୈଦ ।

ମନୋଜ ପାଣ୍ଡେ-: ଫିଲ୍ମ ଫୁପ୍ସା ଦି ରାଇଜରେ ରଂଗିନ ଜୋଲି ରେଡିର ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଧନଞ୍ଜୟଙ୍କ ପାଇଁ ହିନ୍ଦୀରେ ସ୍ୱର ଦେଇଥିଲେ ମନୋଜ ପାଣ୍ଡେ।
ରାଜେଶ ଜୋଲି: ଫିଲ୍ମରେ କୋଡା ରେଡିଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଅଜୟ ସାହାଙ୍କ ପାଇଁ ହିନ୍ଦୀରେ ସ୍ୱର ଦେଇଛନ୍ତି ରାଜେଶ ଜୋଲି।
ଅନୁସୟା ଭରଦ୍ବାଜ: ଫିଲ୍ମରେ ମଂଙ୍ଗଲନ ଶ୍ରୀନୁଙ୍କ ପତ୍ନୀ ଚରିତ୍ରରେ ଅଭିନୟ କରିଥିବା ଅନୁସୟା ଭରଦ୍ବାଜଙ୍କ ପାଇଁ ହିନ୍ଦୀରେ ସ୍ୱର ସବିନା ମୌସମ ଦେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।